ବିଜେପୁର ଉପନିର୍ବାଚନ: ପ୍ରଣୟ ସାହୁ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ, ୬ରେ କରିବେ ନାମାଙ୍କନ ପତ୍ର ଦାଖଲ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ବର: ବିଜେପୁର ବିଧାନସଭା ଉପନିର୍ବାଚନ ଲାଗି ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ପ୍ରଣୟଙ୍କ ନାଁରେ ଏଆଇସିସି ମୋହର ମାରିଛି । କୃଷି ଓ କୃଷକଙ୍କ ସମସ୍ୟା ନେଇ ନିର୍ବାଚନ ଲଢିବେ ବୋଲି ନିଜ ପତିକ୍ରିୟାରେ କହିଛନ୍ତି ପ୍ରଣୟ ସାହୁ । ଏଥି ସହିତ କଂଗ୍ରେସ କଂଗ୍ରେସ ଜଣେ ଚାଷୀ ଘରର ପିଲାଙ୍କୁ ପ୍ରାର୍ଥୀ କରିଥିବାରୁ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରାର୍ଥୀତ୍ବ ନେଇ ଦଳରେ କିଛି ଦ୍ବନ୍ଦ ନାହଇଁ,ସେ ରିପୁ ସେଠଙ୍କୁ ସାଙ୍ଗରେ ନେଇ ନିର୍ବାଚନ ଲଢିବେ ଓ କଂଗ୍ରେସର ବିଜୟ ହେବ ବୋଲି ପ୍ରଣୟ କହିଛନ୍ତି । ବିଜେପୁରୁ ଅଶୋକ ପାଣିଗ୍ରାହୀ  ବିଜେପି ବିଧାୟକ ପ୍ରାର୍ଥୀ ଭାବ ୨ତାରିଖରେ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି । ବିଜେଡ଼ି ପକ୍ଷରୁ ରୀତା ସାହୁ ୫ରେ ପ୍ରାର୍ଥୀ ପତ୍ତ ଦାଖଲ କରିବେ ।  ଫେବ୍ରୁଆରି ୬ରେ ପ୍ରଣୟ ନାମାଙ୍କନ ପତ୍ର ଦାଖଲ କରିବେ।

ସ୍ୱର୍ଗତ ବିଧାୟକ ସୁବଲ ସାହୁଙ୍କ ଜଣେ ଭଲ ସହଯୋଗୀ ଭାବରେ ପ୍ରଣୟ ସାହୁଙ୍କର ସୁନାମ ରହିଛି। ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଉପାଧ୍ୟକ୍ଷ ପ୍ରଣୟ ତୃଣମୂଳ ସ୍ତରରେ ଲୋକଙ୍କ ସହିତ ସୁସମ୍ପର୍କ ରଖିଛନ୍ତି। ସୁବଲଙ୍କ ପରଲୋକ ପରେ ବରଗଡ଼ ଜିଲ୍ଲାରେ ଚର୍ଚ୍ଚା ହେଉଥିଲା ଯେ, ବିଜେପୁର ଉପନିର୍ବାଚନରେ ପ୍ରଣୟଙ୍କୁ ଦଳୀୟ ଟିକଟ ମିଳିବ। ମାତ୍ର ଦଳେ ସମର୍ଥକ କହୁଥିଲେ ଯେ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠୀ ହେଉଛନ୍ତି, ଏହି ଆସନର ଅଧିକାରୀ। ସେ ଯାହା ହେଉ ଛକାପଞ୍ଝାର ଅନ୍ତ ଘଟି ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଏଆଇସିସିଙ୍କୁ ଦିଆଯାଇଥିବା ୨ଟି ପ୍ରସ୍ତାବରୁ ପ୍ରଣୟଙ୍କୁ ପ୍ରାର୍ଥୀ ଭାବରେ ଚୟନ କରାଯାଇଛି।

 

ମତାମତ ଦିଅନ୍ତୁ

Please enter your comment!
Please enter your name here