You are here
Home > ଲାଟେଷ୍ଟ > ବିଜେପୁର ଉପନିର୍ବାଚନ: କଂଗ୍ରେସକୁ ଘାରିଛି ଅନୁକମ୍ପା ଭୋଟ୍

ବିଜେପୁର ଉପନିର୍ବାଚନ: କଂଗ୍ରେସକୁ ଘାରିଛି ଅନୁକମ୍ପା ଭୋଟ୍

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାର୍ଥୀ ଚୟନ ନେଇ ଶନିବାର ନବୀନ ନିବାସରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ବରଗଡ ଜିଲ୍ଲା ମନ୍ତ୍ରୀ, ସାଂସଦ, ବିଧାୟକମାନେ ସବୁ ବୈଠକରେ ଉପସ୍ଥିତ ଅଛନ୍ତି । ତେବେ ଏହି ପାର୍ଥୀ ଚୟନ ପ୍ରସଙ୍ଗକୁ ନେଇ ଦଳମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋରଧରିଛି । ଦିବଙ୍ଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପତ୍ନୀଙ୍କୁ ସମ୍ଭାବ୍ୟ ପ୍ରାର୍ଥୀତ୍ୱ ନେଇ ଚର୍ଚ୍ଚା ହେଉଥିବା ବେଳେ ବରିଷ୍ଠ ନେତା ତଥା କୃଷିମନ୍ତ୍ରୀ ଦାମୋଦର ରାଉତ ନିଜ ପ୍ରତିକ୍ରି୍ରୟା ରଖିଛନ୍ତି ।
  ସୁବଳ ସାହୁଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କଲେ ଅନୁକମ୍ପା ମିଳିବ ବୋଲି କଂଗ୍ରେସ ଆଶା କରିପାରେ । ତାଙ୍କୁ ବିଜେଡି ପ୍ରାର୍ଥୀ କଲେ ସହାନୁଭୂତି ମିଳିବ କି ନାହିଁ ତାହ ଅନୁମାନ କରିବା କଷ୍ଟକର । ଏହା କେବଳ ରାଜନୈତିକ ପଣ୍ଡିତ ଓ ଦଳକୁ ଚର୍ଚ୍ଚା କରୁଥିବା ବେଳେ ଲୋକ ହିଁ କହିପାରିବେ । ଦଳ ଯାହା ନିଷ୍ପତ୍ତି ନେବ ସେଥିରରେ ସେ ଗ୍ରହଣ ଯୋଗ୍ୟ ବୋଲି ଦାମ ରାଉତ ତାଙ୍କ ପ୍ରତିକି୍ରୟାରେ କହିଛନ୍ତି । ପ୍ରାର୍ଥୀ ଚୟନ ନେଇ ହୋଇଥିବା ସଚିବାଳୟ ବୈଠକ ପରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଜିଲ୍ଲାର  ସାଂଗଠନିକ ସ୍ଥିତି ନେଇ ଆଲୋଚନା ହୋଇଛି । ବିଜେପୁର ଉପନିର୍ବାଚନ ନେଇ କିଛି ଆଲୋଚନା ହୋଇନଥିବା ସେ କହିଛନ୍ତି । ବିଜେଡି ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ସେ କହିଛନ୍ତି । ସେହିଭଳି ବିଜେପୁର ନିର୍ବାଚନ ନେଇ ତାଲିକା  ପ୍ରସ୍ତୁତ ଚାଲିଛି  । ଚୂଡାନ୍ତ ନିଷ୍ପତ୍ତି ନବୀନ ପଟ୍ଟନାୟକ ନେବେ ଏବଂ ଆବଶ୍ୟକ ପଡିଲେ ସୁବଳଙ୍କ ପରିବାର ସହ ଆଲୋଚନା ହୋଇପାରେ ବୋଲି ସୁଶାନ୍ତ ସିଂ କହିଛନ୍ତି । ପ୍ରକାଶ ଯେ, ବିଜେପୁର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ଉକ୍ତ ଆସନ ଖାଲି ପଡିଛି । ଆଗକୁ ବରଗଡ ଜିଲ୍ଲା ବିଧାନସଭା ନିର୍ବାଚନ ମଣ୍ଡଳିରେ ଉପନିର୍ବାଚନ ହେବାକୁ ଯାଉଛି । ତେବେ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ କଂଗ୍ରେସ ଓ ବିଜେଡି ମଧ୍ୟରେ କଳ୍ପନାଜଳ୍ପନା ଲାଗି ରହିଛି ।

Loading...
ONA

Leave a Reply

Top