ବିଜେପି ପାଳିଲା ପ୍ରତିଷ୍ଠା ଦିବସ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ୩୮ ବର୍ଷରେ ପଦାର୍ପଣ କରିଛି ଭାରତୀୟ ଜନତା ପାର୍ଟି । ଏନେଇ ସାରା ଦେଶରେ ବିଜେପି ପାଳନ କରିଛି ପ୍ରତିଷ୍ଠା ଦିବସ । ଆଜି ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ ବିଜେପି ପ୍ରତିଷ୍ଠା ଦିବସ ପାଳିତ ହୋଇଛି ।  ଏହି ସମୟରେ ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ଗିରିଧର ଗମାଙ୍ଗ ପ୍ରମୁଖ ଯୋଗ ଦେଇଥିଲେ  । ଦଳୀୟ ପତାକା ଉତ୍ତୋଳନ ପରେ ଶ୍ରୀ ପଣ୍ଡା କହିଥିଲେ, ପରମବୈଭଶାଳୀ ଭାରତ ନିର୍ମାଣ ଲକ୍ଷ୍ୟ ଦେଖିଥିଲା ବିଜେପି । ଯାହାକୁ ସାକାର କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ତାଙ୍କର ୬ ବର୍ଷର ଶାସନ କାଳ ମଧ୍ୟରେ ଅନେକ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ ହୋଇଛି । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ସର୍ବଶିକ୍ଷା ଅଭିଯାନ, ମହିଳା ସଶକ୍ତିକରଣ, ୪ ଥାକିଆ ରାସ୍ତା ଓ ଫସଲ ବୀମା ପରି ବହୁ ଜନକଲ୍ୟାଣକାରୀ ଯୋଜନାକୁ ଲୋକେ ଗ୍ରହଣ କରିଛନ୍ତି  । ଏହି ବିକାଶ ଧାରା ଚାଲିଥିବା ବେଳେ ୨୦୦୪ରେ ବିଜେପି ପରାଜୟ ବରଣ କରିଥିଲା । ତଥାପି ଆମେ ହାର ମାନିନୁ । କର୍ମୀମାନେ ନିରନ୍ତର କାମ କରିଚାଲିଛନ୍ତି  । ଲୋକଙ୍କ ସମସ୍ୟା ସମାଧାନ ପାଇଁ କାମ କରିଛନ୍ତି  । ଯେଉଁଥି ପାଇଁ ୨୦୧୪ରେ ସାରା ଭାରତବର୍ଷରେ ବିଜେପିକୁ ଅପୂର୍ବ ସଫଳତା ମିଳିଲା  । ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ ହେଲେ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକ କଲ୍ୟାଣକାରୀ ଯୋଜନା ପାଇଁ ବର୍ତ୍ତମାନ ବିଜେପି ୧୩ଟି ରାଜ୍ୟରେ ଶାସନ ଡୋରୀ ସମ୍ଭାଳିଛି । ଆଉ କିଛି ରାଜ୍ୟରେ ମିଳିତ ଶାସନ ଚାଲିଛି । ଏବେ ଦେଶବାସୀ ବିକାଶର ଭାବନାକୁ ହୃଦୟଙ୍ଗମ କରୁଛନ୍ତି  । ୧୯୮୦ ଏପ୍ରିଲ ୬ ତାରିଖରେ  ପ୍ରତିଷ୍ଠା ହୋଇଥିବା ବିଜେପିକ ଆଜି ୩୭ ବର୍ଷ ପୂରଣ କରିଛି । ବୁଥସ୍ତରରେ କର୍ମୀମାନେ ଲୋକଙ୍କୁ ଦଳର ଇତିହାସ, ବିକାଶ ଓ ଅନୁଚିନ୍ତା ସମ୍ପର୍କରେ ବୁଝାଉଛନ୍ତି । ସେହିପରି ବିଜେପି ବିଜୟୀ ହୋଇଥିବା ଜିଲ୍ଲାପରିଷଦ, ବ୍ଲକ, ପଞ୍ଚାୟତରେ ଧୂମଧାମରେ ପ୍ରତିଷ୍ଠା ଉତ୍ସବ ପାଳନ  କରୁଛନ୍ତି  । ଅନ୍ୟପକ୍ଷରେ ୧୫ ଓ ୧୬ ତାରିଖରେ ଭୁବନେଶ୍ୱର ଜନତା ମଇଦାନରେ ହେବାକୁ ଥିବା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପାଇଁ ଭୂମିପୂଜନ କରାଯାଇଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here