ବିଜେପିର ୩ ମୁଖ୍ୟଙ୍କୁ ଆସ୍ୱସ୍ତି

1

-ବାବ୍ରି ମସଜିତ୍ ମାମଲାରେ କୋର୍ଟରୁ ମିଳିଲା ଜାମିନ
ନୂଆଦିଲ୍ଲୀ: ବିବାଦୀୟ ସୌଦ୍ଧ ଭଙ୍ଗାଯିବା ମାମଲାରେ ବିଜେପିର ୩ଜଣ ଅଭିଯୁକ୍ତ ନେତାଙ୍କୁ ଆସ୍ୱସ୍ତି ମିଳିଛି । ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ ଓ ଉମା ଭାରତୀଙ୍କୁ ଆଜି ସର୍ତ୍ତମୂଳକ ଜାମିନ ଦେଇଛନ୍ତି ଲକ୍ଷ୍ମୌର ସ୍ୱତନ୍ତ୍ର ସିବିଆଇ କୋର୍ଟ ।  ଏମାନଙ୍କ ବ୍ୟବତୀ ବାବ୍ରି ମସଜିତ ଭଙ୍ଗା ମାମଲାରେ ଅନ୍ୟ ୯ଜଣଙ୍କୁ   ମଧ୍ୟ କୋର୍ଟ ଜାମିନ ଦେଇଛନ୍ତି  । ପ୍ରତ୍ୟେକଙ୍କୁ ୨୦ ହଜାର ଟଙ୍କାର  ମୁଚାଲିକାରେ ଜାମିନରେ ଯିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି  । ଅଭିଯୁକ୍ତଙ୍କ ପକ୍ଷରୁ ଏହାକୁ ଚାର୍ଜଫ୍ରେମକୁ ବିରୋଧ କରାଯାଇ ପିଟିସନ୍ ଦାଏର ହୋଇଛି । ୧୯୯୨ ମସିହାରେ ବାବ୍ରି ମସଜିଦ୍ ଭଙ୍ଗା ମାମଲାରେ ଆଜି ସ୍ୱତନ୍ତ୍ର ସିବିଆଇ କୋର୍ଟ ଆଡଭାନୀଙ୍କ ସମେତ ସମସ୍ତ ୧୨ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ କରିବାର ଥିଲା । ଏହାପୂର୍ବରୁ ଗତ ୨୫ ତାରିଖରେ ହୋଇଥିବା ପୂର୍ବ ଶୁଣାଣିରେ ଏହି ସମସ୍ତ ୧୨ଜଣ ଅଭିଯୁକ୍ତ କୋର୍ଟରେ  ବ୍ୟକ୍ତିଗତ ଭାବେ ହାଜର ହେବାକୁ କୋର୍ଟ ନିର୍ଦେଶ ଦେଇଥିଲେ  । ଆଜି ମାମଲାର ଶୁଣାଣି ପୂର୍ବରୁ ଆଡଭାନୀ, ଉମା ଓ  ଯୋଶୀଙ୍କ ଅନ୍ୟମାନେ ହାଜର ହୋଇଥିଲେ ।

LEAVE A REPLY

Please enter your comment!
Please enter your name here