ବିଜେପିର ମନ୍ତ୍ର ନୁହେଁ ଗଢ଼ିବା-ଭାଙ୍ଗିବା : ସମ୍ବିତ ପାତ୍ର

2

ଭୁବନେଶ୍ୱର: ବିଜେପିର ମନ୍ତ୍ର ଗଢ଼ିବା, ଭାଙ୍ଗିବା ନୁହେଁ । ବିଜେଡିକୁ ଭାଙ୍ଗିବା ଯୋଜନା ପ୍ରସଙ୍ଗରେ ଶୁକ୍ରବାର ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏହା କହିଛନ୍ତି  । ପଞ୍ଚାୟତ ନିର୍ବାଚନରେ ବିଜେପି ପାଇଁ ବାଟ ଖୋଲିଛି । ୨୦୧୯ରେ ପଦ୍ମ ଫୁଟିବ । ଜଗନ୍ନାଥଙ୍କ ପାଦରେ ପଦ୍ମ ଫୁଟିବ ଏବଂ ରାଜ୍ୟର ନବକଳେବର ହେବ । ରାଜ୍ୟରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ପ୍ରଭାବ ପଡିବନି ବୋଲି ମୁଖ୍ୟମନ୍ତ୍ରୀ ମନ୍ତବ୍ୟର ଉତ୍ତରରେ ସମ୍ବିତ କହିଛନ୍ତି, ରାଜ୍ୟରେ ବିଜେପିର ପ୍ରଭାବ ପଡିସାରିଲାଣି  । ପଞ୍ଚାୟତ ନିର୍ବାଚନରେ ବିଜେପିର ଅଦ୍ଭୁତପୂର୍ବ ସଫଳତା ଏହାର ସଙ୍କେତ ଦେଇସାରିଛି । ସୂଚନାଯୋଗ୍ୟ, କାର୍ଯ୍ୟକାରିଣୀକୁ ନେଇ ଭୁବନେଶ୍ୱରରେ ବିଜେପିର ଦୁଇ ରାଷ୍ଟ୍ରୀୟ ନେତା ମିଡିଆ ଇନ୍ ଚାର୍ଜ ଅନିଲ ବାଲୋନି ଏବଂ ମୁଖପାତ୍ର ସମ୍ବିତ ପାତ୍ର ପହଞ୍ଚିଛନ୍ତି ।
  ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନକୁ ନେଇ ଦଳ ଏବେଠୁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୫ ଏବଂ ୧୬ରେ ବିଜେପିର ୨ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱରରେ ଆୟୋଜିତ ହୋବାକୁ ଯାଉଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ । ଓଡ଼ିଶାରେ ଆୟୋଜିତ ହେବାକୁଥିବା ବିଜେପିର ୨ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହା ସହ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ରାଜନାଥ ସିଂହ, ଅରୁଣ ଜେଟଲୀ ପ୍ରମୁଖ ନେତାଙ୍କ ସହ ବିଜେପି ଶାସିତ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀ ଯୋଗ ଦେବେ  । ଶେଷ ଥର ପାଇଁ ଓଡ଼ିଶାରେ ୧୯୯୮ରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆୟୋଜିତ ହୋଇଥିଲା । ପ୍ରତି ୩ ମାସରେ ଏହି ବୈଠକ ହୋଇଥାଏ  । ଶେଷ ଥର ପାଇଁ କେରଳରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ବସିଥିଲା ।

LEAVE A REPLY

Please enter your comment!
Please enter your name here