You are here
Home > ଏକ୍ସକ୍ଲୁସିଭ୍ > ବିଜେଡି ରାଜନୀତି: ପଦବୀ ଦୈଡରେ ନେତ୍ରୀ

ବିଜେଡି ରାଜନୀତି: ପଦବୀ ଦୈଡରେ ନେତ୍ରୀ

ଭୁବନେଶ୍ବର: ବିଜୁ ଜନତା ଦଳରେ ମହିଳା ନେତ୍ରୀଙ୍କ ସଂଖ୍ୟା କିଛି କମ ନୁହେଁ। ବିଜେପୁର ବିଧାନସଭା ଉପ- ନିର୍ବାଚନରେ ବୃହତ ବ୍ୟବଧାନରେ ବିଜେଡିର ବିଜୟରେ ଅବଦାନ ଥିବା ନେତାମାନଙ୍କୁ ପୁରସ୍କାର ସ୍ବରୂପ ଥଇଥାନ କରିଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ରୀ ନବୀନ ପଟ୍ଟନାୟକ। ହେଲେ ବିଜେପୁର ବିଧାୟିକା ରୀତା ସାହୁଙ୍କ ପାଇଁ େଯଉଁ ମାଳ ମାଳ ନେତ୍ରୀ ପ୍ରଚାର କରିଥିଲେ, ସେମାନଙ୍କ ଥଇଥାନ କରାଯାଇନାହó। ଏବେ ସେମାନଙ୍କ ମଧ୍ଯରୁ କିଛି ଛାମୁଆ ନେତ୍ରୀଙ୍କୁ କେଉଁଠି ଥଇଥାନ କରାଯିବ ସେନେଇ ନବୀନଙ୍କ ପରାମର୍ଶଦାତା କୁଆଡେ େଯାଜନା କରିଥିବା କୁହାଯାଉଛି । ପ୍ରଥମ ପଯ୍ର୍ୟାୟରେ ଦୁଇ ଜଣ ନେତ୍ରୀଙ୍କୁ ନିଯୁକ୍ତି ଦିଆଯିବ ା ଆସନ୍ତା ମାଚ୍ର୍ଚ ୨୪ ଓ ମାଚ୍ର୍ଚ ୨୭ ତାରିଖରେ ଶିଶୁ ଅଧିକାର କମିସନ ଓ ଭିନ୍ନକ୍ଷମ କମିସନ ଅଧ୍ୟକ୍ଷାଙ୍କ କାଯ୍ର୍ୟକାଳ ସରୁଛି। ବତ୍ର୍ତମାନ କସ୍ତୁରୀ ମହାପାତ୍ର ରାଜ୍ୟ ଶିଶୁ ଅଧିକାର କମିସନ ଅଧ୍ୟକ୍ଷା ଥିବା ବେଳେ ମିନତୀ ବେହେରା ଭିନ୍ନକ୍ଷମ କମିସନର ଦାୟିତ୍ବ ତୁଲାଉଛନ୍ତି। ହେଲେ ଏମାନଙ୍କୁ ରିପିଟ କରିବା ମୁଡ୍ରେ ନାହó କ୍ଷମତାକେନ୍ଦ୍ର। ସେମାନଙ୍କ ସ୍ଥାନରେ ନୂଆ ନିଯୁକ୍ତି ଦିଆଯିବ ା ଏହି ଦୁଇ ପଦ ପାଇଁ ଦଳରେ ଆଶାୟୀଙ୍କ ତାଲିକା ଲମ୍ବିବାରେ ଲାଗିଛି। ପ୍ରତିଦିନ ନବୀନ ନିବାସରୁ ସଚିବାଳୟ, ମନ୍ରୀଙ୍କ ଘରଠାରୁ ବିଧାୟକଙ୍କ ବାସଭବନ ଯାଏ ଧାଉଁଛନ୍ତି କିଛି ବିଜେଡି ନେତ୍ରୀ। କିଛି ବର୍ଷରୁ ରାଜନୀତିଠାରୁ ଦୂରରେ ଥିବା ମହିଳା କମିସନର ପୂର୍ବତନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ତ ଲବି କରିବାର କୌଣସି ସୁେଯାଗ ହାତଛଡା କରୁ ନାହାନ୍ତି। ୨୦୦୯ରୁ ୨୦୧୨ ଯାଏ ମହିଳା କମିସନ ଅଧ୍ୟକ୍ଷା ଥିବା ଜ୍ୟୋତି ୨୦୧୪ ନିର୍ବାଚନରେ ବଲାଙ୍ଗୀର ବିଧାନସଭା ଟିକେଟ ପାଇଁ ଲବି କରି ଫେଲ୍ ମାରିଥିଲେ। ତା’ପରେ ଜ୍ଞଗ୍ଦ କୁଆଡେ କେଜାଣି ଉଭାନ୍ ହୋଇଗଲେ। ହଠାତ୍ ବିଜେପୁର ଉପ- ନିବାର୍ଚନ ସମୟରେ ପ୍ରତିଦିନ ବଲାଙ୍ଗୀରରୁ ଆସି ରୀତା ସାହୁଙ୍କ ପାଖରେ ଠିଆ ହୋଇ ପ୍ରଚାର କରୁଥିବା ତାଙ୍କୁ ଦେଖିବାକୁ ମିଳିଥିଲା ା ରୀତା ଶପଥ ନେବା ଦିନ ବି ବିଧାନସଭା ଯାଇଥିଲେ ଜ୍ୟୋତି। ସେଠାରେ ପ୍ରତି ବିଧାୟକଙ୍କ ପାଖରେ ନେହୁରା ହେବା ସହ ବଡମ୍ବା ବିଧାୟକ ଦେବୀ ମିଶ୍ରଙ୍କୁ ଫାଇଲ୍ ବି ଧରାଇ ଦେଲେ। ହେଲେ ଏତେ ଲବି ପରେ ଭାରି ପଡିଲା ତାଙ୍କ ଦଳ ବିରୋଧୀ ବୟାନ। ତିନି ରାଜ୍ୟସଭା ପ୍ରାର୍ଥୀଙ୍କୁ ନେଇ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରି ବିଜେଡି ସ୍କାନରରେ ଆସିଛନ୍ତି ଜ୍ୟୋତି। େଯଉଁଥିପାଇଁ ତାଙ୍କ ଲବି ସୂତା ଖିଅରେ ଝୁଲୁଛି। ସେହିପରି ସମାଜ ମଙ୍ଗଳ ବୋର୍ଡର ପୂର୍ବତନ ଅଧ୍ୟକ୍ଷା ସୁଲତା ଦେଓ ବି ଏହି ଦୁଇ ଭିତରୁ ଗୋଟାଏ କମିସନ ପାଇଁ ନେତା, ମନ୍ରୀଙ୍କ ପାଖରେ ଗୁହାରି ହେଉଛନ୍ତି। ବତ୍ର୍ତମାନ ସେ ବିଜେଡି ମୁଖପାତ୍ର ଓ ପ୍ୟାନେଲିଷ୍ଟ ଅଛନ୍ତି। ତେବେ ତାଙ୍କୁ ନେଇ କ୍ଷମତା କେନ୍ଦ୍ର ଅସନ୍ତୋଷ ଥିବା ଶୁଣିବାକୁ ମିଳିଛି। ସେ କୁଆଡେ କୋରେଇ ନିର୍ବାଚନମଣ୍ଡଳୀ ଉପରେ ଆଖି ପକାଇବାରୁ ବିଜେଡିର ଜଣେ ପ୍ରଭାବଶାଳୀ ବିଧାୟକଙ୍କ ରୋଷର ସମ୍ମୁଖୀନ ହୋଇଥିବା ବିଜେଡି ମହଲରେ ଚଚ୍ର୍ଚା। ପୁଣି ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା ଥିବା ସମୟରେ ବି ସେ କୌଣସି ଆଖିଦୃଶିଆ କାମ କରି ନାହାନ୍ତି ଯାହା ତାଙ୍କ ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛି। ସେପଟେ ଦିଲ୍ଲୀରୁ ସମାଜସେବାରେ ଉଲ୍ଲେଖନୀୟ କାମ କରି ଭୁବନେଶ୍ବରରୁ ବିଜେଡି କର୍ପୋରେଟର ପ୍ରାର୍ଥୀ ହୋଇଥିବା ଲିଙ୍କନ ସୁବୁଦ୍ଧି ବି କୌଣସି କମ୍ ପ୍ରୟାସ କରୁ ନାହାନ୍ତି। କେବେ କେଜାଣି ନବୀନ ତାଙ୍କୁ ଝିଅ କହି ଦେଇଥିଲେ, ତାକୁ ନେଇ ସେ ଆତ୍ମପ୍ରଚାରରେ ବ୍ୟସ୍ତ। ଦିଲ୍ଲୀରେ ବାଲ୍ୟ ବିବାହ ରୋକି ଆକ୍ରମଣର ଶୀକାର ହୋଇଥିବା ଲିଙ୍କନ କୁଆଡେ ଶିଶୁ ଅଧିକାର କମିସନ ପାଇଁ େଯାଗ୍ୟ ପ୍ରାର୍ଥୀ ବୋଲି ନିଜକୁ ପ୍ରୋଜେକ୍ଝ କରୁଛନ୍ତି। ଏଭିତରେ ଯାହା ଖବର ରହିଛି, କସ୍ତୁରୀ ମହାପାତ୍ର ଶିଶୁ ଅଧିକାର କମିସନ ଅଧ୍ୟକ୍ଷା ପଦ ପୁଣି ଦଖଲ କରିବାକୁ ସକ୍ରିୟ ଲବି କରୁଛନ୍ତି। ଯଦି ଏହା ସତ ହୁଏ, ତେବେ ଥଇଥାନ ପାଇଁ କେବଳ ଭିନ୍ନକ୍ଷମ କମିସନ ହଁି ରହିଯିବ। ତେବେ ନବୀନଙ୍କ ଗେମ୍ ପ୍ଲାନ ଜାଣିବା କାଠିକର ପାଠ। ‘ମୋ ସ୍କୁଲ କ୍ୟାେµନ‘ ପାଇଁ େଯପରି ରାଜନୀତି ବାହାରୁ ଅନ୍ତରୀକ୍ଷ ବୈଜ୍ଞାନିକ ସୁନୀତା ମହାନ୍ତିଙ୍କୁ ସେ ଅଧ୍ୟକ୍ଷା ଭାବେ ନିଯୁକ୍ତି କଲେ, ଯଦି ଅନୁରୂପ ପଦକ୍ଷେପ ନିଅନ୍ତି ତେବେ ଆଶାୟୀ ନେତ୍ରୀଙ୍କ ଗାଲରେ ଶକ୍ତ ଚାପୁଡା ବାଜିବ।

Loading...
ONA

Leave a Reply

Top