You are here
Home > ବଡ଼ଖବର > ବିଜେଡି-ବୈଜୟନ୍ତ ବିବାଦ ଥମୁନି

ବିଜେଡି-ବୈଜୟନ୍ତ ବିବାଦ ଥମୁନି

ଭୁବନେଶ୍ୱର: ସାଂସଦ ବୈଜୟନ୍ତ ପଣ୍ଡା ଓ ବିଜେଡି ମଧ୍ୟରେ ବିବାଦ ତୁଟୁନାହିଁ । ବୈଜୟନ୍ତ ସାଂସଦ ଦଳରୁ ଇସ୍ତଫା ପରେ ସାଂସଦ ପଦରୁ ତାଙ୍କ ଇସ୍ତଫା ପତ୍ର ଲୋକସଭା ବାଚସ୍ପତିଙ୍କ ପାଖକୁ ପଠାଇ ଦେଇଥିଲେ ଓ ପରେ ବାଚସ୍ପତିଙ୍କୁ ଭେଟି ଅବଗତ କରାଇଥିଲେ । ତାଙ୍କୁ ବାଚସ୍ପତି ଏ ବିଷୟରେ ଭଲକି ଭାବିବା ପାଇଁ କହିଥିଲେ । ବୈଜୟନ୍ତ ଭାବିଚିନ୍ତି ତାଙ୍କ ନିଷ୍ପତ୍ତି ଜଣାଇବେ ବୋଲି ବାଚସ୍ପତିଙ୍କୁ କହିଛନ୍ତି । ହେଲେ ଏଯାଏଁ ବୈଜୟନ୍ତ ଭାବିଚିନ୍ତି ତାଙ୍କ ଚୂଡାନ୍ତ ନିଷ୍ପତ୍ତି ବାଚସ୍ପତିଙ୍କୁ ଜଣାଇନାହାଁନ୍ତି । କିମ୍ବା ବାଚସ୍ପତି ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରି ତାଙ୍କ ସାଂସଦ ପଦକୁ ରଦ୍ଦ କରିନାହାଁନ୍ତି । ଏଣୁ ଦଳରୁ ଇସ୍ତଫା ପରେ ବି ସେ ଏବେବି ସାଂସଦ ଭାବେ ପରିଗଣିତ ହେଉଛନ୍ତି । ଏକଥା ଦେଖି ଶେଷରେ ବିଜେଡି ଏଥିରେ ହସ୍ତକ୍ଷେପ କରିବାକୁ ଆଗେଇ ଆସିଛି । ଲୋକସଭା ବାଚସ୍ପତିଙ୍କ ନିକଟକୁ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ଓ ମୁଖ୍ୟ ସଚେତକ ତଥାଗତ ଶତପଥୀ ଚିଠି ଲେଖି ତୁରନ୍ତ ବୈଜୟନ୍ତଙ୍କୁ ସଂସଦ ପଦରୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଦାବି କରିଛନ୍ତି । ବୈଜୟନ୍ତ ଦଳରୁ ଇସ୍ତଫା ଦେଇ ସାରିଥିବାରୁ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ତାଙ୍କର ସଦସ୍ୟପଦ ରଦ୍ଦ କରିବାକୁ ଚିଠିରେ ଉଲ୍ଲେଖ କରାଯଇଛି । ବୈଜୟନ୍ତ ମଧ୍ୟ ଟ୍ୱିଟ୍ କରି ବିଜେଡି ଚିଠିର ଜବାବ ରଖିଛନ୍ତି । କିନ୍ତୁ ଇତିମଧ୍ୟରେ ବୈଜୟନ୍ତ ହଠାତ୍ ଭୁବନେଶ୍ୱର ସହରରେ ବୁଲି ସାଧାରଣ ଲୋକଙ୍କ ସହ ସମ୍ପର୍କ ରଖିବା ପାଇଁ ଉଦ୍ୟମ କରିବା ଆଉ ଏକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ହଠାତ୍ ବୈଜୟନ୍ତଙ୍କ ଜନସମ୍ପର୍କ ଭୂମିକା ରାଜନୀତିକ ମହଲରେ ଆଲୋଚ୍ୟର ବିଷୟ ହୋଇଛି ।

ଲୋକସଭା ବାଚସ୍ପତିଙ୍କୁ ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ ପାଇଁ ଭର୍ତ୍ତୃହରିଙ୍କ ଚିଠି

ବିଜେଡି ସହ ବୈଜୟନ୍ତଙ୍କର ତିକ୍ତତା ସୃଷ୍ଟି ହେବା ପରେ ଦଳ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା । ଦଳରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା । ପରବର୍ତ୍ତୀ ସମୟରେ ସେ ନିଜେ ଦଳରୁ ଇସ୍ତଫା ଦେଇଥିଲେ । ଇସ୍ତଫା ଦେବା ସମୟରେ ସେ ଲେଖି ଜଣାଇଥିଲେ ଯେ, ବାଚସ୍ପତିଙ୍କୁ ଭେଟି ସାଂସଦ ପଦରୁ ଇସ୍ତଫା ଦେବେ । ତାଙ୍କ ବାପାଙ୍କ ଅନ୍ତେଷ୍ଟିକ୍ରୀୟା ପରେ ସେ ଏହି ପଦକ୍ଷେପ ନେବେ ବୋଲି କହିଥିଲେ । କିନ୍ତୁ କାର୍ଯ୍ୟକ୍ରମ ସରିବା ପରେ ଲୋକସଭା ବାଚସ୍ପତି ବିଦେଶ ଗସ୍ତରେ ଯାଇଥିବାରୁ ସେ ତାଙ୍କ ଇସ୍ତଫା ପତ୍ର ଲୋକସଭାକୁ ପଠାଇ ଦେଇଥିଲେ । ପରେ ସେ ବାଚସ୍ପତିଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ସମ୍ପର୍କରେ ଜଣାଇଥିଲେ ଓ ଦଳରୁ କିପରି ଇସ୍ତଫା ଦେଲେ ତାହା ମଧ୍ୟ ଅବଗତ କରାଇଥିଲେ । ସବୁ ବିଷୟକୁ ଶୁଣିଲା ପରେ ବାଚସ୍ପତି ସୁମିତ୍ରା ମହାଜନ ତାଙ୍କୁ ଭଲକି ଭାବି ଚିନ୍ତି କହିବା ପାଇଁ ପରାମର୍ଶ ଦେଇଥିଲେ । ବୈଜୟନ୍ତ ମଧ୍ୟ ଭାବିଚିନ୍ତି କହିବେ ବୋଲି ବାଚସ୍ପତିଙ୍କୁ କହିଥିଲେ । ମୁଁ ଯାହା ନିଷ୍ପତ୍ତି ନେଇଥିଲି ସ୍ୱାଭୀମାନ ଉପରେ ନେଇଥିଲି । ହଠାତ୍ କିଛି କହିବା ଠିକ୍ ନୁହେଁ । ଭାବିଚିନ୍ତା ମନସ୍ଥିର କରି କହିବି ବୋଲି କହିଥିଲେ ।
ବେଜୟନ୍ତଙ୍କ ଏହି କଥା ଜଣାପଡ଼ିଲା ପରେ ବିଜେଡି ସନ୍ଦେହ ପ୍ରକାଶ କଲା । କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୈଜୟନ୍ତଙ୍କ ସମ୍ପର୍କ କାହାକୁ ଅଛପା ନାହିଁ । ବୈଜୟନ୍ତ ନିଜ ପକ୍ଷରୁ ଇସ୍ତଫା ଦେଇଥିବାରୁ ଆଉ ତାଙ୍କର ଭାବିବା ପାଇଁ ସମୟ ନେବା ଆବଶ୍ୟକ ନଥିଲା । ଏହି ୨ଟି କଥାକୁ ନେଇ ବିଜେଡି ମନରେ ଛନକା ପସିଲା । ଅନୁଧ୍ୟାନ କରିବା ଆଳରେ କାଳେ ବାଚସ୍ପତି ସମୟ ଗଡ଼ାଇବେ ଏବଂ ଆଉ କିଛି ମାସ ଚାଲି ଗଲା ପରେ ଯଦି ନିର୍ବାଚନ ଘୋଷଣଶ ହୋଇଗଲା ସେତେବେଳେ ଇସ୍ତଫାର ଆଉ କୌଣସି ମାନେ ରହିବା ନାହିଁ ।ଏଣୁ ବାଚସ୍ପତି ଯେର୍ପ୍ୟନ୍ତ ବୈଜୟନ୍ତଙ୍କ ଇସ୍ତଫାକୁ ଗ୍ରହଣ କରି ତାଙ୍କୁ ସାଂସଦ ପଦରୁ ଅଯୋଗ୍ୟ ଘୋଷଣା ନ କରିଛନ୍ତି ସେପର୍ଯ୍ୟନ୍ତ ସେ ସାଂସଦ ଭାବେ ପରିଗଣିତ ହେବ । ସବୁ କଥାକୁ ଦୃଷ୍ଟିରେ ରଖି ବିଜେଡି ଶେଷରେ ବାଚସ୍ପତିଙ୍କ ନିକଟକୁ ଚିଠି ଲେଖି ଫେରାଦ ହୋଇଛି । ଜନପ୍ରତିନିଧି ଆଇନର ୧୦ ପରିଚ୍ଛେଦ ଅନୁସାରେ ବୈଜୟନ୍ତଙ୍କୁ ସାଂସଦ ପଦରୁ ରଦ୍ଦ କରିବା ପାଇଁ ଡକାଯାଇଛି । ଏଥିରେ ଲେଖାଯାଇଛି ଯେହେତୁ ସେ ଦଳରୁ ଇସ୍ତଫା ଦେଇ ସାରିଛନ୍ତି ଏଣୁ ଲୋକପ୍ରତିନିଧି ଆଇନର ୧୦ ମ ପରିଚ୍ଛେଧ ଅନୁସାରେ ଆଉ ଦଳ ପକ୍ଷରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରିବା ନେଇ କୌଣସି ପ୍ରସ୍ତାବ ରଖାଯିବା ଆବଶ୍ୟକ ନାହିଁ । ସେ ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ସେ ସେଥିପାଇଁ ଦଳରୁ ଇସ୍ତଫା ଦେଇଛନ୍ତି । ସେ ସାଂସଦ ପଦରୁ ଇସ୍ତଫା ଦେଇଥିବାରୁ ତାଙ୍କ ଇସ୍ତଫା ପତ୍ର ଗହଣ କରିନାହାଁନ୍ତି । ବିଜେଡି ଚିଠିରେ ସବୁକିଛି ଉଲ୍ଲେଖ କରାଯାଇଛି ।
ବୈଜୟନ୍ତ ଟ୍ୱିଟ କରି କହିଛନ୍ତି ବିଜେଡି ପକ୍ଷରୁ ମୋତେ ଅଯୋଗ୍ୟ ଘୋଷଣା ପାଇଁ ପଦକ୍ଷେପ ନେବାର କୌଣସି ଆବଶ୍ୟକ ନାହିଁ । ମୁଁ ଯେଉଭଳି ଭାବେ ସ୍ୱାଭବିମାନ ରଖିଲି ସେମାନେ ସେହିଭଳି ଆତ୍ମସମ୍ମାନ ରଖନ୍ତୁ ।
କିନ୍ତୁ ବୈଜୟନ୍ତ ହଠାତ୍ ସହରରଏକ ସ୍ଥାନରେ ପହଞ୍ôଚ ଲୋକଙ୍କ ସହ ଏକାଠି ଯୋଡ଼ି ହେବା ପାଇଁ ତଙ୍କ ଉଦ୍ୟମ ପଛରେ ରାଜନୀତିକ ଉଦ୍ଦେଶ୍ୟ ଥିବା କଥା ଏବେ ଆଲୋଚନା ହେଉଛି ।

Loading...
ONA

Leave a Reply

Top