ବିଜେଡି ଜମାଖାତା ନେଣଦେଣର ହେଉ ସାର୍ବଜନୀନ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ବିଜୁ ଜନତା ଦଳର ଜମାଖାତାରେ ହୋଇଥିବା ଅନିୟମିତତା ନେଣନେଣକୁ ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା । ଜାତୀୟ ଗଣମାଧ୍ୟମର ରିପୋର୍ଟକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ବିରୋଧୀ ବିଜେପିକୁ ସମାଲୋଚନା ନିମନ୍ତେ ଭଲ ସୁଯୋଗ ମିଳିଯାଇଛି । ଏହାକୁ ପ୍ରସଙ୍ଗ କରି ବିଜେଡିକୁ ସମାଲୋଚନା କରିଛି ବିଜେପି । ବିଜେଡି ଜମାଖାତାରେ ହୋଇଥିବା  ସମସ୍ତ ନେଣଦେଣ ଓ ଦଳକୁ ଆସିଥିବା ସବୁ ଟଙ୍କାର ଉତ୍ସ ସାର୍ବଜନୀନ କରାଯାଉ  ବୋଲି ବିଜେପି ଦାବି କରିଛି । ୨୦୧୪ ନିର୍ବାଚନରେ ନିର୍ବାଚନୀ ଖର୍ଚ୍ଚ ନେଇ ନବୀନ ପଟ୍ଟନାୟକଙ୍କ ବିରୋଧରେ ଘୋଟାଲାର ଅଭିଯୋଗ ଆସିବା ପରେ ଆଜି  ବିଜେପି ଉପସଭାପତି ସମୀର ମହାନ୍ତି ପ୍ରେସମିଟ୍ କରି ନବୀନ ସରକାର ଉପରେ ବର୍ଷିଛନ୍ତି ।
  ସେ କହିଛନ୍ତି ଯେ ନବୀନ ସରକାର ହେଉଛି ଦୁର୍ନୀତିଗ୍ରସ୍ତ ସରକାର । ନିଜକୁ  ଦୁର୍ନୀତି ମୁକ୍ତ ବୋଲି ନବୀନ ଯେଉଁ ସଫେଇ ଦେଉଛନ୍ତି ତାହା କେବଳ ଡ୍ରାମା ଧ ସୁଆଙ୍ଗ । ଏହି ଘୋଟାଲା ପୂର୍ବରୁ ଉଠି ଆସିଛି । କିନ୍ତୁ ଏବେ ଏହା ଜାତୀୟ ଗଣମାଧ୍ୟମରେ ଏକ୍ସକ୍ଲୁ୍ୟସିଭ ରିପୋର୍ଟ ପ୍ରକାଶ ପାଇଛି । ଏହି ସବୁ ଅର୍ଥ ପିସି ଆକାରରେ ରାଜ୍ୟ ବାସୀଙ୍କଠାରୁ ନିଆଯାଇଥିବା ନେଇ ସମୀର ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, ଯଦି ଖୋଦ୍ ମୁଖ୍ୟମନ୍ତ୍ରୀ ପିସି ନେଇ ଗୃହ ନିର୍ମାଣ ବିଭାଗରେ ହେଉଥିବା ଦୁର୍ନୀତି ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତର ନିର୍ଦେଶ ଦେଉଛନ୍ତି, ତାହା କେବଳ ଲୋକ ଦେଖାଣିଆ, ଡ୍ରାମାବାଜି ଓ ସୁଆଙ୍ଗ । ଅନ୍ୟ ପଟେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ଜାତୀୟ ଗଣମାଧ୍ୟମରେ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହା ବିଜେଡିର ମୁଖା ଖୋଲି ଦେଇଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here