You are here
Home > ପଲିଟିକ୍ସ > ବିଜେଡି -କଂଗ୍ରେସ ପାର୍ଟନରସିପ: କେନ୍ଦ୍ରମନ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବିଜେଡି -କଂଗ୍ରେସ ପାର୍ଟନରସିପ: କେନ୍ଦ୍ରମନ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ କଂଗ୍ରେସ ଅଧ୍ଯକ୍ଷ ରାହୁଲ ଗାନ୍ଧୀଙ୍କ ମଧ୍ଯରେ ପାର୍ଟରନସିପ୍ ରହିଛି। ଏହା ବିଜେପୁର ଉପ ନିର୍ବାଚନରେ ସ୍ପଷ୍ଟ ହୋଇଯାଇଛିା ବିଜେପୁର ପରାଜୟକୁ ସ୍ବୀକାର କରିବା ସହ ଏହି ଉପ ନିର୍ବାଚନ ବିଜେପିକୁ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ହୋଇଥିବାର ବାତ୍ର୍ତା ଦେଇଥିବାରୁ ଦଳର ଦାୟିତ୍ବ ମଧ୍ୟ ବେଶ ବଢ଼ି ଯାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମଧ୍ଯପ୍ରଦେଶରୁ ରାଜ୍ୟସଭାକୁ ପୁଣି ଥରେ ନିର୍ବାଚିତ ହେବା ପରେ ଶ୍ରୀ ପ୍ରଧାନ ପ୍ରଥମଥର ପାଇଁ ଓଡିଶା ଆସିଛନ୍ତି। ଭୁବନେଶ୍ବର ବିମାନ ବନ୍ଦରଠାରେ ପାର୍ଟି ତରଫରୁ ତାଙ୍କୁ ବିପୁଳ ସ୍ବାଗତ କରାଯାଇଥିଲା ା ବିରାଟ ଶୋଭାଯାତ୍ରାରେ ହଜାର ହଜାର ସମର୍ଥକଙ୍କ ଗହଣରେ ଶ୍ରୀ ପ୍ରଧାନ ରାଜ୍ୟ କାର୍ଯ୍ୟାଳୟକୁ ଆସିଥିଲେ ା ପାର୍ଟି କାର୍ଯ୍ୟାଳୟ ନିକଟସ୍ଥ ପଣ୍ଡିତ ଦୀନଦୟାଲ ଉପାଧ୍ଯାୟଙ୍କ ପ୍ରତିମୂତ୍ର୍ତିରେ କେନ୍ଦ୍ରମନ୍ରୀ ଶ୍ରୀ ପ୍ରଧାନ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ା ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବରିଷ୍ଠ ସଦସ୍ୟ ଓ ପୂର୍ବତନ ମନ୍ରୀ ବିଶ୍ବଭୂଷଣ ହରିଚନ୍ଦନ, ପୂର୍ବତନ ମନ୍ରୀ ରାମକୃଷ୍ଣ ପଟ୍ଟନାୟକ, ମନମୋହନ ସାମଲ, ସମୀର ଦେ, ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ବିଷ୍ଣୁ ସେଠୀ, ସୁକେଶୀ ଓରାମ, ରାଜ୍ୟ ସାଧାରଣ ସµାଦକ ପୃଥ୍ବୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ଅନନ୍ତ ନାୟକ, ରାଜ୍ୟ ସµାଦକକାଳନ୍ଦୀ ସାମଲ, ଦିଲୀପ ମଲ୍ଲିକ, ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାୟ, ପୀତାମ୍ବର ଆଚାର୍ଯ୍ୟ, ଦିଲୀପ ମହାନ୍ତି, ଗୋଲକ ପ୍ରସାଦ ମହାପାତ୍ର, ମହିଳା ମୋଚ୍ର୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା, ଯୁବମୋଚ୍ର୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, ଅଭିନେତ୍ରୀ ମହାଶ୍ବେତା ରାୟ, ଅପରାଜିତା ମହାନ୍ତି, ଅନୁ ଚୈାଧୁରୀ, ଭୁବନେଶ୍ବର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ ପ୍ରମୁଖଙ୍କ ସମେତ ବହୁ ରାଜ୍ୟ ପଦାଧିକାରୀ ଏବଂ କାର୍ଯ୍ୟକତ୍ର୍ତାମାନେ କେନ୍ଦ୍ରମନ୍ରୀ ଶ୍ରୀ ପ୍ରଧାନଙ୍କୁ ଅଭିନନ୍ଦନ ଜଣାଇଥିଲେ ା ଅଣ ବିଜେପି ମେଣ୍ଟରେ ସାମିଲ ହେବା ନେଇ ସାମ୍ବାଦିକମାନଙ୍କ ପ୍ରଶ୍ନରେ ମୁଖ୍ୟମନ୍ରୀ ନବୀନ ପଟ୍ଟନାୟକଙ୍କୁ ନର ବା ଗୁଞ୍ଜରେ ଅଶ୍ବତ୍ଥମା ହତ ଭଳି ବୟାନ ଦେଇ କଂଗ୍ରେସ ସହ ତାଙ୍କର ମେଣ୍ଟର ପୂର୍ବ ସୂଚନା ଦେଇଥିବା ଶ୍ରୀ ପ୍ରଧାନ କହିଛନ୍ତି। ୧୯୯୭ ମସିହାରେ କଂଗ୍ରେସ ବିରୋଧରେ ନବୀନ ପଟ୍ଟନାୟକଙ୍କ ବିଜେପି ସହ ମେଣ୍ଟ ଆଜି ଦିନରେ ସୁବିଧାବାଦୀ ହୋଇ ଓଡ଼ିଶାର ସ୍ବାର୍ଥ ବିରୋଧୀ ଓ ଦୁର୍ନୀତିର କେନ୍ଦ୍ର ହୋଇଥିବା କଂଗ୍ରେସ ଦଳ ସହ ମେଣ୍ଟ ଆଡ଼କୁ ଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି େଯ ଦୀର୍ଘ ଦିନ ଦେଶ ଶାସନ କରିଥିବା କଂଗ୍ରେସ ଓଡ଼ିଶା ପ୍ରତି ସବୁବେଳେ ଅବହେଳା କରି ଆସିଛି ା ରେଳ ବିକାଶର ଉଦାହରଣ ଦେଇ ଶ୍ରୀ ପ୍ରଧାନ କହିଛନ୍ତିେ ଯ ୟୁପିଏ ସରକାରର ଦଶ ବର୍ଷର ଶାସନରେ କୌଣସି ବି ବର୍ଷ ଓଡ଼ିଶା ପାଇଁ ରେଳ ବଜେଟରେ ଏକ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇନଥିଲା। ଓଡ଼ିଶା ପ୍ରତି ଅବହେଳା କରି ଆସିଥିବା ଏଭଳି ଏକ ଦଳ ସହିତ ବିଜେଡି ଏକାଠି ହେଉଛି ା ବିଜେପୁରରେ ୨୦୧୪ ନିର୍ବାଚନରେ ବିଜେଡି ଓ କଂଗ୍ରେସ ପୃଥକ ପୃଥକ ଭାବେ ଲଢ଼ିେ ଯତିକି ଭୋଟ ପାଇଥିଲେ ବିଜେପୁର ଉପ ନିର୍ବାଚନରେ ବିଜେଡିକୁ ଠିକ୍ ସେତିକି ଭୋଟ ମିଳିଛି ା ମାତ୍ର ବିଜେପିର ୨୦୧୪ ମସିହାରେ ୩୦ ହଜାର ଭୋଟ ଉପ ନିର୍ବାଚନରେ ୬୨ ହଜାର ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ପଞ୍ଚାୟତ ନିର୍ବାଚନରେ ବିଜେପି ୩୩-୩୪ ପ୍ରତିଶତ ଭୋଟ ହାସଲ କରିଥିବା ବେଳେ ବିଜେପୁର ଉପନିର୍ବାଚନରେ ମଧ୍ୟ ସେତିକି ପ୍ରତିଶତ ଭୋଟ ହାସଲ କରିଛି ା ୨୦୧୪ ମସିହା ପର୍ଯ୍ୟନ୍ତ ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ଥିବା କଂଗ୍ରେସ ଶେଷ ହୋଇଯାଉଥିବା ବେଳେ ବିଜେପି ହିଁ ପ୍ରମୁଖ ବିରୋଧୀ ଦଳ ଭାବେ ଗଣତନ୍ରରେ ସରକାରଙ୍କ ଦୋଷ ଦୁର୍ବଳତା ବିରୋଧରେ ଓଡ଼ିଆ ଲୋକଙ୍କ ସ୍ବାର୍ଥରେ ସଂଘର୍ଷ କରିବାକୁ ଶ୍ରୀ ପ୍ରଧାନ ଆହ୍ବାନ ଜଣାଇଛନ୍ତି। ବିଜେପିକୁ ବୁଡୁ ଥିବା ପାର୍ଟି ବୋଲି ମୁଖ୍ୟମନ୍ରୀଙ୍କ ବକ୍ତବ୍ୟ ଉପରେ ଟିପ୍ପଣୀ ରଖି ବିଜେପୁରରେ ବିଜୟ ଦୀପ ଲିଭିବା ପୂର୍ବରୁ ଜୋରରେ ଜଳିବା ସହ ସମାନ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। କ୍ୟାବିନେଟରେ ବିଜୁ ଯୁବ ବାହିନୀ ଗଠନ ନିଷ୍ପତ୍ତି ଉପରେ ମନ୍ତବ୍ୟ ରଖି ଶ୍ରୀ ପ୍ରଧାନ କହିଛନ୍ତିେ ଯ ଖାଦ୍ୟ ସୁରକ୍ଷା େଯାଜନାରେ କଟକ ମେୟର ଓ ନବରଙ୍ଗପୁର ବିଧାୟକଙ୍କ ଧର୍ମପତ୍ନୀଙ୍କୁ ସାମିଲ କରାଯିବା ପରି ଦଳୀୟ ଆଧାରରେ ବିଜୁ ଯୁବ ବାହିନୀ ତିଆରି କରିବାର ପ୍ରୟାସ ହେଉଛି ା ବିଜୁ ବାବୁଙ୍କ ନା ନେଇ ସେ କହିଛନ୍ତି େଯ କିଛି ଲୋକ ଭାବୁଛନ୍ତି େଯ ଓଡିଶାର ଇତିହାସ ୧୯୧୭ରୁ ଆରମ୍ଭ ହୋଇ ୨୦୧୭ ପର୍ଯ୍ୟନ୍ତ ହିଁ ଅଛି ା ଖାରବେଳଙ୍କ ଠାରୁ ଭୀମଭୋଇ, ମଧୁବାବୁ, ଗୋପବନ୍ଧୁ, ନେତାଜୀ, ସୁରେନ୍ଦ୍ର ସାଏ, ରମା ଦେବୀ, ମାଳତୀ ଚୌଧୁରୀ, ମହତାବଙ୍କ ପର୍ଯ୍ୟନ୍ତ ଓଡିଶାର ସୁେଯାଗ୍ୟ ସନ୍ତାନମାନଙ୍କର ସ୍ବପ୍ନର ନୂଆ ଓଡ଼ିଶା ଗଢ଼ିବା ପାଇଁ ବିଜେପି ଓଡିଶାର ଯୁବଶକ୍ତିକୁ ନେଇ କାମ କରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଜନ ଆନ୍ଦୋଳନ ଓ ଜନ ଜାଗରଣକୁ ଆଧାର କରି ଓ ମୋଦିଙ୍କ ଜନପ୍ରିୟତା ଓ ଦୂରଦୃଷ୍ଟି ସµନ୍ନ ବିକାଶ ନୀତି ମାଧ୍ୟମରେ ରାଜ୍ୟର ଯୁବକ, ମା’- ଭଉଣୀ, ଚାଷୀ ଭାଇ, ଦଳିତ, ଆଦିବାସୀଙ୍କ ବିକାଶ ପାଇଁ ସଂଘର୍ଷ କରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ପ୍ରଥମେ ରାଜ୍ୟସଭାକୁ ନିର୍ବାଚିତ ହେଲା ବେଳେ ଓଡ଼ିଶାର ସ୍ବାର୍ଥ ଓ ବିକାଶ ପାଇଁ କ’ଣ କରିପାରିବେ ବା ନ କରିପାରିବେ ଭିନ୍ନ କଥା ମାତ୍ର ସାଢ଼େ ଚାରି କୋଟି ଓଡ଼ିଆ ଲୋକଙ୍କର ମୁଣ୍ଡକୁ ସେ ନୁଆଁଇବାକୁ କେବେ ଦେବେ ନାହó ବୋଲି କହିଥିଲେ ା ପ୍ରଧାନମନ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ସାଢ଼େ ଚାରି କୋଟି ଓଡ଼ିଆଙ୍କୁ ସମ୍ମାନ
ଜଣାଇ ତାଙ୍କୁ େଯଉଁ ସମ୍ମାନ ଦିଆଯାଇଛି ସେ ଏହାକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ସମର୍ପଣ କରି ଓଡିଶାର ବିକାଶ ପାଇଁ ନିଜକୁ ଉତ୍ସର୍ଗ କରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Loading...
ONA

Leave a Reply

Top