ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ମିଳିବ ସୁସ୍ୱାଦୁ ଖାଦ୍ୟ, ଲାଗିବ ୮ଟି ଭେଣ୍ଡିଂ ମେସିନ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧିକୁ ଲକ୍ଷ୍ୟରେ ରଖି ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ତରଫରୁ ଟର୍ମିନାଲ ପରିସରରେ ଅଧିକ ସୁବିଧା ସୁଯୋଗ ଯୋଗାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ବିମାନ ବନ୍ଦର ଟର୍ମିନାଲ ପରିସରରେ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟ ବିକ୍ରି ହେବ । ଚା’, କଫି ଓ ସୁପ ମିଳିବା ଭଳି ୮ଟି ଭେଣ୍ଡିଂ ମେସିନ ଲାଗିବ । ବିମାନବନ୍ଦରର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି, ଯଦିଓ ଏହି ସୁବିଧା ବ୍ୟବସାୟୀକ ଉଦ୍ଦେଶ୍ୟ ନେଇ କରାଯିବ, ତଥାପି ଅପେକ୍ଷାକୃତ ଯାତ୍ରୀଙ୍କୁ ସୁବିଧା ଦିଆଯିବା ହେଉଛି ମୂଳ ଲକ୍ଷ୍ୟ ।  ବର୍ତମାନ କ୍ଷେତ୍ରରେ ଟର୍ମିନାଲ ପରିସରରେ ସୌନ୍ଦର୍ଯ୍ୟକରଣ ଓ ଗୁଣାତ୍ମକ ମାନ ଯାଞ୍ଚ କରାଯାଇପାରୁନି । ତେଣୁ ଭୁବନେଶ୍ୱର ବିମାନବନ୍ଦରରେ ଯେପରି ଅନ୍ତର୍ଜାତୀୟ ମାନର ସୁବିଧା ମିଳିବ ସେଥିପାଇଁ ୧୩ଟି ସଂସ୍ଥାକୁ ଚୟନ କରାଯାଇଛି । ଏହି ସଂସ୍ଥାମାନେ ଗୁଣାତ୍ମକ ସୁବିଧା ପ୍ରଦାନ କରିବା ପାଇଁ ଭାଗ ନେବେ । ଏଥିରୁ ଗୋଟି ସଂସ୍ଥାକୁ ଦାୟିତ୍ୱ ଦିଆଯିବ । ଟମିନାଲର ପ୍ରବେଶ ପଥଠାରୁ ଆରମ୍ଭ କରି ସୁରକ୍ଷା ବ୍ୟବସ୍ଥା, ଚେକ ଇନ କାଉଣ୍ଟର, ଯାତ୍ରୀ ବସୁଥିବା ସ୍ଥାନ ଆଦି ନିକଯରେ ଷ୍ଟଲ ପଡ଼ିବ । ୭ ବର୍ଷ ପାଇଁ ସଂସ୍ଥାକୁ ପରିଚାଳନା ଦାୟିତ୍ୱ ଦିଆଯିବ ଓ ଏଥି ପାଇଁ ୨୩ ଲକ୍ଷ ୩୧ ହଜାର ୧୭୪ ଟଙ୍କା ଆଦାୟ କରାଯିବ ବୋଲି ହୋତା କହିଛନ୍ତି । ସେ କହିଛନ୍ତି, ଷ୍ଟଲଗୁଡ଼ିକର ସୌନ୍ଦର୍ଯ୍ୟକରଣ ଓ ଗୁଣାତ୍ମକ ସେବା ପାଇଁ ପ୍ରତି ବର୍ଗ ମିଟର ପିଛା ୨୦ ହଜାର ଟଙ୍କା ଖର୍ଚ୍ଚ କରାଯିବାକୁ କୁହାଯାଇଛି । 

LEAVE A REPLY

Please enter your comment!
Please enter your name here