ବିଚାରପତିଙ୍କ ବିରୋଧରେ ଗିରଫ ପରୱାନା

1

ନୂଆଦିଲ୍ଲୀ: ବିଚାରଳୟ ଇତିହାସରେ ପ୍ରଥମ ଘଟଣା । ଜଣେ ବିଚାରପତିଙ୍କ ବିରୋଧରେ ଜାରି ହୋଇଛି ଗିରଫ୍ ପରୱାନା । ଖୋଦ ସୁପ୍ରିମକୋର୍ଟ କୋଲକାତା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସିଏସ୍ କର୍ଣ୍ଣନଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି । ଅଦାଲତର ଅବମାନନା ମାମଲା ସାମ୍ନା କରୁଥିବା କର୍ଣ୍ଣନଙ୍କୁ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ଆଦେଶ ଦିଆଯାଇଛି । ଜଣେ ହାଇକୋର୍ଟର କାର୍ଯ୍ୟରତ ଜଜ୍ଙ୍କ ବିରୋଧରେ ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟରେ ଉପସ୍ଥିତ ରହିବାକୁ ଆବେଶ ମଧ୍ୟ ଦିଆଯାଇଛି । ବିଚାରପତି କର୍ଣ୍ଣନ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି କିଛି ବିଚାରପତି ଦୁର୍ନୀତି ସହ ଜଡିତ ଥିବା ଅଭିଯୋଗ କରିଥିଲେ । ଫଳରେ କୋର୍ଟ ଏହାକୁ ଆବମାନତା କେସ ଭାବେ ବିବେଚନା କରିଥିଲା । ମୁଖ୍ୟବିଚାରପତି ଜେଏସ୍ ସ୍ୱେହରଙ୍କ ସହ ସାତଜଣଙ୍କ ମିଳିତ ଖଣ୍ଡପିଠ ଏହି ମାମଲାର ଶୁଣାଣି କରୁଛି । କୋର୍ଟ ଏନେଇ ନୋଟିସ୍ ଜାରି କରିବା ପରେ ମଧ୍ୟ କର୍ଣ୍ଣନ କୋର୍ଟରେ ହାଜର ନ ହେବା ସହ ପକ୍ଷ ରଖିନଥିଲେ । ଏହାସହ କର୍ଣ୍ଣନଙ୍କ ବିରୋଧରେ ବମ୍ବେ ହାଇକୋର୍ଟଙ୍କର  ଜଣେ ଜର୍ଜଙ୍କ ସ୍ତ୍ରୀ ମଧ୍ୟ ଏକ ପିଟିସନ ଦାଖଲ କରିଛନ୍ତି । ଯେଉଁଥିରେ ସେ ତାଙ୍କ ସ୍ୱାମୀଙ୍କ ବିରୋଦ୍ଧରେ ମଥ୍ୟା ଆରୋପ ଲଗାଯାଇଥିବା ସହ ତାଙ୍କ ପରିବାରକୁ ହଇରାଣ କରିବା ପାଇଁ ଅଭିଯୋଗ ଲଗାଯାଇଛି । ସୂଚନା ଥାଉକି ଜଷ୍ଟିସ୍ କର୍ଣ୍ଣନ ୨୩ ଜାନୁଆରୀରେ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖି ସୁପ୍ରିମକୋର୍ଟର  ପୂର୍ବତନ ବିଚାରପତି ଏବଂ ବମ୍ବେହାଇକୋର୍ଟର ବର୍ତ୍ତମାନର  ବିଚାରପତିଙ୍କ ଉପରେ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ କରିଥିଲେ । ନୋଟବନ୍ଦି ପରେ ଦୁର୍ନୀତି କିଛି ମାତ୍ରାରେ କମିଛି । କିନ୍ତୁ କୋର୍ଟ ଗୁଡିକରେ  ମନମୁତାବକ ଏବଂ ବିନା ଭୟରେ ଦୁର୍ନୀତି ହେଉଛି ବୋଲି କର୍ଣ୍ଣନ ଚିଠିରେ ଉଲ୍ଲେଖ କରିଥିଲେ । ତେବେ ଅବସରପ୍ରାପ୍ତ ଏବଂ ବର୍ତ୍ତମାନର ମୋଟ୍ ୨୦ଜଣ  ଜଜ୍ଙ୍କ  ନାମ ଚିଠିରେ ଲେଖାଯାଇଥିଲା । ଏହା ତଦନ୍ତ ଏଜେନ୍ସି ଦ୍ୱାରା କରାଯାଉ ବୋଲି ସେ  ଦାବି କରିଥିଲେ । ଏହାକୁ ନେଇ ୮ ଫେବୃଆରୀରେ ଜଷ୍ଟିସ୍ କର୍ଣ୍ଣନଙ୍କୁ ସୁପ୍ରିମକୋର୍ଟର ଅବମାନନା କରିଥିବା ଧରାଯିବାକୁ କୁହାଯାଇଥିଲା । ଏହା ସହ ତାଙ୍କୁ ଏହି ମାମଲାର ଶୁଣାଣି ପର୍ଯ୍ୟନ୍ତ ସମସ୍ତ ବିଚାର ବିଭାଗୀୟ ଏବଂ ପ୍ରଶାସନିକ କାର୍ଯ୍ୟ ସମ୍ପର୍କୀତ ଫାଇଲ ଗୁଡିକ କୋଲକାତା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ଫେରାଇ ଦେବାକୁ କୁହାଯାଇଥିଲା । ସୁପ୍ରିମକୋର୍ଟ କର୍ଣ୍ଣନଙ୍କୁ ୧୩ ଫେବୃଆରୀରେ କୋର୍ଟରେ ଉପସ୍ଥିତ ରହିବାକୁ କହିଥିବା ବେଳେ ସେ ଆସି ନଥିଲେ  । ଜଷ୍ଟିସ୍  କର୍ଣ୍ଣନ ସୁପ୍ରିମକୋର୍ଟର ରେଜିଷ୍ଟାରଙ୍କୁ ମଧ୍ୟ ଏହାର ଜବାବର ଏକ ଚିଠି ଲେଖି ସେ ଦଳିତ ହୋଇଥିବାରୁ ତାଙ୍କ ଉପରେ ଏହି ପଦକ୍ଷେପ ନିଆଯାଇଥିବା ଅଭିଯୋଗ କରିଥିଲେ । ପୂର୍ବରୁ କର୍ଣ୍ଣନ ୨୦୧୧ ମାଡ୍ରାସ ହାଇକୋର୍ଟରେ ଜଜ୍ ଥିବା ସମୟରେ  ତାଙ୍କ ସହ ବିଚାରପତି ଭାବେ କାମ କରୁଥିବା ଜଣେ ଜଜ୍ଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଏହା ବ୍ୟତୀତ କର୍ଣ୍ଣନ ତାଙ୍କୁ ବମ୍ବେ ହାଇକୋର୍ଟରୁ ବଦଳି କରି କୋଲକାତା ହାଇକୋର୍ଟକୁ ପଠାଯିବାକୁ ନେଇ କେସ୍ ଦାୟର କରି ନିଜେ ଶୁଣାଣୀ ଆରମ୍ଭ କରିଥିଲେ ।

LEAVE A REPLY

Please enter your comment!
Please enter your name here