ବାବା ରାମ ରହିମ ସମର୍ଥକଙ୍କ ହଙ୍ଗାମା: ୩ ମୃତ, ଗାଡ଼ି ପୋଡିଲେ

https://www.facebook.com/nnsodia/videos/267154983995629/?t=5

ନୂଆଦିଲ୍ଲୀ: ମହିଳା ଅନୁଗାମୀଙ୍କୁ ବଳାତ୍କାର ମାମଲାରେ ବାବା ଗୁରୁମିତ୍‌ ରାମ ରହିମ ସିଂହଙ୍କୁ ହରିୟାଣାର ପଞ୍ଚକୁଲା ସ୍ୱତନ୍ତ୍ର ସିବିଆଇ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆସନ୍ତା ୨୮ ତାରିଖରେ ବାବାଙ୍କ ବିରୋଧରେ କୋର୍ଟ ତାଙ୍କ ରାୟ ଶୁଣାଇବେ। ଅନ୍ୟପକ୍ଷରେ ବାବା ଦୋଷୀ ସାବ୍ୟସ୍ତ ହେବା ପରେ ବିଭିନ୍ନ ସହରରେ ହିଂସା ଆରମ୍ଭ ହୋଇଯାଇଛି। ବାବାଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ଆସିବା ସହ ବିଭିନ୍ନ ସ୍ଥାନରେ ନିଆଁ ଲଗାଇ ଦେଇଛନ୍ତି। ହିଂସାକାଣ୍ଡ ଯୋଗୁଁ ୩ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।  ହରିୟାଣାର ବିଭିନ୍ନ ସହରରେ ବାବାଙ୍କ ସମର୍ଥକ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି। ଏହାସହ ଆଜତକ୍‌ର ଏକ ଓବି ଭ୍ୟାନକୁ ବାବାଙ୍କ ସମର୍ଥକମାନେ ନିଆଁ ଲଗାଇ ଦେଇଛନ୍ତି। ଏନ୍‌ଡିଟିଭିର ମଧ୍ୟ ଏକ ଓବି ଭ୍ୟାନ୍‌କୁ ଭଙ୍ଗାରୁଜା କରିଛନ୍ତି। ପଞ୍ଜାବର ଦୁଇଟି ରେଳ ଷ୍ଟେସନରେ ବାବାଙ୍କ ସମର୍ଥକ ଜଳାପୋଡ଼ା କରିଥିବା ସୂଚନା ମିଳିଛି। ବାବାଙ୍କ ସମର୍ଥକମାନେ ବିଭିନ୍ନ ସ୍ଥାନରେ ୧୦୦ରୁ ଅଧିକ ଗାଡିରେ ନିଆ ଲଗାଇ ଦେଇଛନ୍ତି। କିଛି ସ୍ଥାନରେ ଉତ୍ତ୍ୟକ୍ତ ସମର୍ଥକମାନେ ପୋଲିସ୍‌କୁ ମଧ୍ୟ ଆକ୍ରମଣ କରିଛନ୍ତି। ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସ ଉତ୍ତ୍ୟକ୍ତ ଲୋକଙ୍କ ଉପରେ ଲୁହ ଗ୍ୟାସ୍‌ ପ୍ରୟୋଗ କରିଛି।

ମତାମତ ଦିଅନ୍ତୁ

Please enter your comment!
Please enter your name here