ବାପ ଓ କକାର ବର୍ବର କାଣ୍ଡ, ଝିଅ ସମ୍ମୁଖରେ ଜ୍ୱାଇଁକୁୁ ହାଣିଲେ

https://www.facebook.com/nnsodia/videos/267154983995629/?t=5

ବାହାଘରକୁ ୮ ମାସ ପୁରିନି ସ୍ତ୍ରୀ ହେଲେ ବିଧବା
ହାଇଦ୍ରାବାଦ, ତେଲେଙ୍ଗାନରେ ଏକ ଲୋମହଂସକାରୀ ଘଟଣା ଘଟିଛି । ନାଲଗୌଡ ଜିିଲ୍ଲାରେ ଜଣେ ୨୩ ବର୍ଷୀୟ ଯୁବକକୁ ପତ୍ନୀ ଆଗରେ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି । ଏହି ଘଟଣା ଘଟିବା ପରେ ସ୍ଥାନୀୟ ଲୋକ ରାସ୍ତାରୋକ କରିବା ସହ ନ୍ୟାୟ ପାଇଁ ଦାବୀ କରୁଛନ୍ତି । ମୁତ ଯୁବକ ଜଣଙ୍କ ହେଉଛନ୍ତି ପ୍ରଣୟ କୁମାର ଓ ତାଙ୍କ ପତ୍ନୀ ଅମୃତା ବର୍ଷୀଣୀ ।
ହତ୍ୟାର ସମସ୍ତ ଘଟଣା ସିସିଟିଭିରେ କଏଦ ଅଛି । ଏଥିରେ ଦେଖିବାକୁ ମିଳୁଛି ଯେ, ପ୍ରଣୟ କୁମାର ନିଜ ୨୧ ବର୍ଷୀୟା ସ୍ତ୍ରୀ ଅମୁତାଙ୍କ ସହ ମେଡିକାଲରୁ ବାହାରୁଥିଲେ । ଏହି ସମୟରେ ଜଣେ ବ୍ୟକ୍ତି ପ୍ରଣୟଙ୍କୁ ପଛପଟୁ ଏକ କୁରାଢୀ ସାହାଯ୍ୟରେ ଆକ୍ରମଣ କରୁଛି । ଘଟଣା ସ୍ଥଳରେ ହିଁ ପ୍ରଣୟଙ୍କ ମୃତ୍ୟୁ ଘଟୁଛି ।
ଏହି ଘଟଣା ଘଟିବା ସମୟରେ ଅମୃତା ଅଚେତ ହୋଇପଡିଛନ୍ତି । ତାଙ୍କୁ ସ୍ଥାନୀୟ ଲୋକେ ମେଡିକାଲରେ ଭର୍ତ୍ତ୍ି କରିଛନ୍ତି । ଚେତା ଫେରିବା ପରେ ଅମୃତା ପୋଲିସକୁ ସମସ୍ତ ଘଟଣା ବିଷୟରେ କହିଛନ୍ତି ଯେ, ଏହି ହତ୍ୟା ପଛରେ ମୋ ବାପା ଓ କକା ଅଛନ୍ତି । କାରଣ ପ୍ରଣୟ ଅଲାଗ ଜାତିର ଥିଲେ ଓ ମୁଁ ଅଲଗା ଜାତିର । ତେଣୁ ଆରମ୍ଭରୁ ମୋ ପରିବାର ଆମ ବାହାଘରକୁ ନେଇ ଖୁସି ନଥିଲେ । ଏବଂ ମୋତେ ଆର୍ବସନ କରିବାକୁ ମଧ୍ୟ ବାଧ୍ୟ କରିଥିଲେ । କିନ୍ତୁ ମୁଁ ଏହା କରିନଥିଲି । ତେବେ ପୋଲିସ ସମସ୍ତ ଘଟଣା ଶୁଣିବା ପରେ ଅମୃତାଙ୍କ ବାପା ମାରୁତି ରାଓ ଓ କକା ଶ୍ରବଣ ରାଓଙ୍କୁ ଗିରଫ କରିବା ସହ ତଦନ୍ତ ଚଳାଇଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here