ବାଜିଲା ଗୁଜରାଟ ନିର୍ବାଚନି ବିଗୁଲ: ଡିସେମ୍ବର ୯ ରେ ପ୍ରଥମ ପର୍ଯ୍ୟାୟ

1
Achal Kumar Jyoti assumes charge as Election Commissioner of India at Nirvachan Sadan in New Delhi on Wednesday.Tribune photo:Manas Ranjan Bhui
ଅହମଦାବାଦ: ଗୁଜରାରେ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି। ନିର୍ବାଚନ ଆୟୋଗ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଗୁଜରାରେ ନିର୍ବାଚନର ତାରିଖ ଘୋଷଣା କରିଛନ୍ତି । ଦୁଇଟି ପର୍ୟ୍ୟାୟରେ ନିର୍ବାଚନ କରାଯିବ । ପ୍ରଥମ ପର୍ଯ୍ୟାୟରେ ୮୯ ବିଧାନସଭା ସିଟ୍ ଓ ଦ୍ୱିତୀୟ ପର୍ଯ୍ୟାୟରେ ୯୩ଟି ବିଧାନସଭା ସିଟ ପାଇଁ ମତଦାନ କରାଯିବ। ସେହିପରି ଡିସେମ୍ବର ୯ ରେ ପ୍ରଥମ ପର୍ୟ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ଡିସେମ୍ବର ୧୪ରେ ଦ୍ୱିତୀୟ ପର୍ୟ୍ୟାୟ ଭୋଟ ଗ୍ରହଣ କରାଯିବ। ଡିସେମ୍ବର ୧୮ରେ ଭୋଟ ଗଣତି କରାଯିବ । ପ୍ରଥମ ଚରଣରେ ୧୯ ଜିଲ୍ଲା ଓ ଦ୍ୱିତୀୟ ଚରଣରେ ୧୪ଟି ଜିଲ୍ଲା ପାଇଁ ଭୋଟ ଗ୍ରହଣ କରାଯିବ । ମୁଖ୍ୟ ନିର୍ବାଚନ ଅଧିକାରୀ ଅଚଳ କୁମାର ଜ୍ୟୋତି କହିଛନ୍ତି ଯେ ଗୁଜରାରେ ୧୮୨ ସିଟରେ ମୋଟ ୪.୩୦ କୋଟି ଭୋଟର ମତଦାନ କରିବେ । ନିର୍ବାଚନ ପାଇଁ ୫୦,୧୨୮ ମତଦାନ କେନ୍ଦ୍ର ଖୋଲାଯିବ । ସେ କହିଛନ୍ତି ଯେ ଲୋକଙ୍କ ସୁବିଧା ପାଇଁ ମତଦାନ କେନ୍ଦ୍ର ଗୁଡ଼ିକରେ ମତଦାନ ପାଇଁ ଭିଭିପ୍ୟାଟ ବ୍ୟବହାର କରାଯିବ।   ଅଚଳ କୁମାର ଜ୍ୟୋତି କହିଛନ୍ତି ଯେ ମତଦାନ କେନ୍ଦ୍ର ଗୁଡିକରେ ମହିଳା କର୍ମୀମାନଙ୍କୁ ନିଯୁକ୍ତ କରାଯିବ । ଦେଶରେ ପ୍ରଥମ ଥର ପାଇଁ ଗୁଜରା ନିର୍ବାଚନରେ ଏଭଳି ବ୍ୟବସ୍ଥା କରାଯାଇଛି । ସମସ୍ତ ପ୍ରାର୍ଥୀ ମାନଙ୍କୁ  ପ୍ରଥମେ ଶପଥପତ୍ର ପୂରଣ କରିବାକୁ ହେବ ଶପଥପତ୍ରରେ ଯଦି କୌଣସି ସ୍ଥାନ ଖାଲି ରହେ ତେବେ ପ୍ରାର୍ଥୀଙ୍କୁ ଏନେଇ ନୋଟିସ ଦିଆଯିବ । ପ୍ରତ୍ୟେକ ମତଦାନ କେନ୍ଦ୍ରର ଭିଭିପ୍ୟାଟ ଚିରୁକୁଟି ଗୁଡ଼ିକ ଗଣତି କରାଯିବ । ଏହା ସହ ୧୦୨ ମତଦାନ କେନ୍ଦ୍ରରେ ମହିଳା କର୍ମୀ ନିଯୁକ୍ତ କରାଯିବ। ମୁଖ୍ୟ ନିର୍ବାଚନ ଆୟୋଗ କହିଛନ୍ତି ଯେ ସବୁ ବଡ଼ି ନିର୍ବାଚନି ରାଲିର ଭିଡ଼ିଓ ରେକର୍ଡିଂ କରାଯିବ  । ସେହିପରି ଗୁଜରାରେ ନିର୍ବାଚନ ଆଚାର ସଂହିତା ଲାଗୁ କରାଯିବ  । ଏହାଛଡ଼ା ବର୍ଡର ଚେକପୋଷ୍ଟ ଗୁଡ଼କ ଉପରେ ସିସିଟିଭି ସହାଯ୍ୟରେ କଡ଼ା ନଜର ରଖାଯିବ । 
       ନିର୍ବାଚନୀ ଆଚାର ସଂହିତା ଅନୁସାରେ ପ୍ରତି ପ୍ରାର୍ଥୀ ସର୍ବାଧୀକ ୨୮ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରିପାରିବେ । ଇଡି ସମସ୍ତ ନିର୍ବାଚନୀ ଖର୍ଚ୍ଚ ଗୁଡ଼ିକୁ ତଦାରଖ କରିବ । ନିର୍ବାଚନ ପୂର୍ବରୁ ବାହରୁ ଆସୁଥିବା ମଦ ପ୍ରତି ମଧ୍ୟ କଡ଼ା ନଜର ରହିବ ।  ପ୍ରତ୍ୟେକ ପ୍ରାର୍ଥୀଙ୍କୁ ଏକ ନୂଆ ବ୍ୟାଙ୍କ ଆକାଉଂଟ ଖୋଲିବାକୁ ହେବ. ଯାହାଦ୍ୱାରା ନିର୍ବାଚନ ଖର୍ଚ୍ଚକୁ ତଦାରଖ କରିବା ସହଜ ହୋଇପାରିବ । ନିର୍ବାଚନ ଆୟୋଗରୁ ପ୍ରାପ୍ତ ସୂଚନା ଅନୁସାରେ ଭୋଟର ମାନଙ୍କ ପାଇଁ ହେଲ୍ପଲାଇନ ସେଣ୍ଟର ଖୋଲାଯିବ । ଟିଭି, ଏଫଏମ, ସିନେମା ଓ ଆସୁଥିବା ବିଜ୍ଞାପନ ଗୁଡ଼ିକୁ ମଧ୍ୟ ତାଦରଖ ପରିସରଭୁକ୍ତ କରାଯିବ । ନିର୍ବାଚନ ସମ୍ବଦ୍ଧିତ ଅଭିଯୋଗ ଦାଖଲ କରିବା ପାଇଁ ଏକ ନୂଆ ମୋବାଇଲ ଆପ୍ଲିକେସନ ମଧ୍ୟ ତିଆରି କରାଯାଉଛି । ସବୁ ମତଦାନକେନ୍ଦ୍ର ଗୁଡ଼ିକର ୱେବକାଷ୍ଟିଂ କରାଯିବ ।  ଉଲ୍ଲେଖନୀୟ ଯେ ହିମାଚଳ ପ୍ରଦେଶ ନିର୍ବାଚନ ତାରିଖ ଘୋଷଣା ପରେ ଲଗାତାର ଭାବରେ ବିରୋଧି ଗୁଜରା ନିର୍ବାଚନ ଆୟୋଗକୁ ଟାର୍ଗେଟ କରିଆସୁଥିଲେ । ଡିସେମ୍ବର ୧୮ ତାରିଖରେ ହିମାଚଳ ପ୍ରଦେଶ ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ଗୁଜରା ନିର୍ବାଚନ ତାରିଖ ଘୋଷଣାରେ ଡେରି ହେଉଥିବାରୁ କଂଗ୍ରେସ ଆକ୍ରୋଶ ମୂଳକ ଭାବେ ସୁପ୍ରିମକୋର୍ଟରେ ଅଭିଯୋଗ ଦାୟର କରଥିଲା । କଂଗ୍ରେସ ଅଭିଯୋଗ କରିଥିଲା ଯେ ବିଜେପି ଜାଣିଶୁଣି ନିଜର ରାଜନୈତିକ ଫାଇଦଗା ପାଇଁ ନିର୍ବାଚନ ତାରିଖ ଘୋଷଣାରେ ବିଳମ୍ବ କରୁଛି । ଅପରେ ପକ୍ଷରେ ମୁଖ୍ୟ ନିର୍ବାଚନି ଆୟୋଗ ଅଚଳ କୁମାର ଜ୍ୟୋତି କହିଛନ୍ତି ଯେ ଗୁଜରାରେ ବନ୍ୟା ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଉଦ୍ଧାର ଓ ରିଲିଫ କାର୍ୟ୍ୟ ଜାରି ରହିଛି  । ଏଭଳି ପରିସ୍ଥିତିରେ ଅଧିକାଂଶ ସରକାରି କର୍ମଚାରୀ ଏହି କାର୍ୟ୍ୟରେ ନିଯୁକ୍ତ ଅଛନ୍ତି  । ନିର୍ବାଚନ କର୍ମଚାରୀ ଅଭାବ ହେତୁ ନିର୍ବାଚନ ତାରିଖକୁ ବିଳମ୍ବିତ କରାଯାଇଛି ।
ଓପନିୟନ ପୋଲ ଅନୁାସରେ ଗୁଜରାରେ ବିଜେପି ସରକାର
ନିର୍ବାଚନର ଠିକ୍ ପୂର୍ବରୁ ଇଣ୍ଡିଆ ଟୁଡେ ଓ ଏକ୍ସିସ ମାଇଁ ଇଣ୍ଡିଆ ମିଶି ଏକ ସର୍ଭେ କରିଛନ୍ତି। ସର୍ଭେରେ କାହାକୁ କେତେ ଭୋଟ୍ ମିଳିବ ଜଣା ପଡ଼ିଛି। ଏହି ସର୍ଭେ ଗୁଜରାର ୧୮୨ ବିଧାନସଭା ସିଟରେ ସେପ୍ଟେମ୍ବର ୨୫ରୁ ଅକ୍ଟୋବର ୧୫ ମଧ୍ୟରେ କରାଯାଇଛି। ଏହି ସର୍ଭେରେ ୧୮,୨୪୩ ଲୋକ ଭାଗ ନେଇଥିଲେ।
 ପାର୍ଟି ଓ୍ଵାଇଜ ଭୋଟ୍ ସେୟାର
ଅଳ୍ପେଶ ଠାକୁର ଓ ଜିଗ୍ନେଶ ମେଓ୍ଵାନୀଙ୍କ ସହ କଂଗ୍ରେସ ୩୮ ପ୍ରତିଶତ ଭୋଟ୍ ହାସଲ କରିବ। ଅପର ପକ୍ଷରେ ବିଜେପି ଏକାକୀ ହେଲେ ମଧ୍ୟ ସର୍ବାଧିକ ୪୮ ପ୍ରତିଶତ ଭୋଟ୍ ପାଉଥିବା ଦେଖାଯାଉଛି। ହାର୍ଦ୍ଦିକ ପଟେଲ ନିର୍ବାଚନ ଲଢ଼ିଲେ ମାତ୍ର ୨ ପ୍ରତିଶତ ଭୋଟ୍ ପାଇ ପାରନ୍ତି। ଏହା ବ୍ୟତୀତ ଶଙ୍କର ସିଂହ ବାଘେଲା ଓ ଆମ ଆଦମୀ ପାର୍ଟି ସହିତ ଅନ୍ୟ ପାର୍ଟିକୁ ମିଶାଇ ଦେଲେ ଏମାନଙ୍କ ଭୋଟ୍ ପ୍ରତିଶତ ୧୨ ହେଉଛି।

LEAVE A REPLY

Please enter your comment!
Please enter your name here