ବାଚସ୍ପତିଙ୍କ ଫୁଟବଲ ଭେଟି

1

ନୁଆଦିଲ୍ଲୀ:ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ବୁଧବାର ସାଂସଦ ମାନଙ୍କୁ ଏକ କାର୍ୟ୍ୟକ୍ରମରେ ଫୁଟବଲ ଭେଟି ଦେଇଛନ୍ତି। ଏହାର ଉଦ୍ଦେଶ୍ୟ ଯୁବ ମାନଙ୍କ ମଧ୍ୟରେ ଫୁଟବଲକୁ ନେଇ ଉତ୍ସାହ ସୃଷ୍ଟି କରିବା ରହିଛି। ଯାହାକୁ ନେଇ ଯୁବ ଏବଂ ଖେଳ ମନ୍ତ୍ରଣାଳୟ ପକ୍ଷରୁ ଏପରି ଅଭିନବ ପ୍ରୟାସ କରାଯାଇଛି। ଚଳିତ ବର୍ଷ ମଧ୍ୟ ଭାରତରେ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍ ଖେଳାଯିବ। ଏହାକୁ ପ୍ରୋତ୍ସାହନ ଦେବା ପାଇଁ ଶ୍ରୀମତି ମହାଜନ ଏପରି କରିଛନ୍ତି। ପୂର୍ବରୁ ଖେଳମନ୍ତ୍ରୀ ବିଜୟ ଗୋଏଲ ମଧ୍ୟ ବିଜେପି ସଂସଦୀୟ ସମିତି ବୈଠକ ସମୟରେ ଫୁଟବଲ ନେଇ ଖେଳକୁ ପ୍ରମୋଟ୍‌ କରୁଥିବା ଦେଖାଦେଇଥିଲା। ଭାରତରେ ପ୍ରଥମ ଥର ପାଇଁ ୧୭ ବର୍ଷରୁ କମ୍‌ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି। କାର୍ୟ୍ୟକ୍ରମ ଅନୁଯାୟୀ, ଫିଫା ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍‌ ୨୮ ଅକ୍ଟୋବରରେ କୋଲକାତାର ସୋଲ୍ଟ ଲେକ୍‌ ଷ୍ଟାଡ଼ିୟମରେ ଖେଳାଯିବ। ଗୌହାଟି ଏବଂ ନବି ମୁମ୍ୱାଇରେ ଏହାର ସେମିଫାଇନାଲ ମ୍ୟାଚ୍‌ ଗୁଡ଼ିକ କରାଯିବ। ଅନୁରୂପ ଭାବେ କ୍ୱାଟର ଫାଇନାଲ ଗୋଆ, ଗୌହାଟି ଏବଂ କୋଚିରେ ଖେଳାଯିବାକୁ ରହିଛି। ତେବେ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ ଦିଲ୍ଲୀ ଏବଂ ନବି ମୁମ୍ୱାଇର ଡ଼ିୱାଇ ପାଟିଲ ଷ୍ଟାଡ଼ିୟମରେ ଖେଳାଯିବ।

LEAVE A REPLY

Please enter your comment!
Please enter your name here