ବାଚପେୟୀଙ୍କ ଅନ୍ତିମ ଯାତ୍ରା ଆରମ୍ଭ, “ଜବ୍ ତକ୍ ସୁରଜ୍ ଚାନ୍ଦ୍ ରହୈଗା ତବ୍ ତକ୍ ଅଟଳ ତୁମହରା ନାମ୍ ରହୈଗା” ନାରାରେ କମ୍ପୁଛି ଦିଲ୍ଲୀ ସହର

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଚ୍ଚପେୟୀ ନୂଆ ଦିଲ୍ଲୀର ସ୍ମୃତି ସ୍ଥଳରୁ ଅନ୍ତିମ ସଂସ୍କାର ଆରମ୍ଭ ହୋଇଯାଇଛି । ତାଙ୍କର ପାର୍ଥିବ ଶରୀର ସରକାରୀ ଆବାସ ଛଅ ଏ, କୃଷ୍ଣା ମେନନ ମାର୍ଗରୁ ଆରମ୍ଭ କରି ବିଜେପି ମୁଖ୍ୟଳୟର କେନ୍ଦ୍ରୀୟ କକ୍ଷରେ ଆନ୍ତିମ ଦର୍ଶନ ପାଇଁ ରଖା ଯାଇଥିଲା । ତାପରେ ଏଠାରେ ରାଜନେତାଙ୍କ ସମେତ ଜନସାଧାରଣ ଅନ୍ତିମ ଦରଶନ କି ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ଏହା ପରେ ଦିନ ଦୁଇଟାରେ ଭାଜପା ମୁଖ୍ୟଳୟରୁ ସ୍ମୃତି ସ୍ଥଳ ପର୍ଯ୍ୟନ୍ତ ଅଟଳଙ୍କ ଅନ୍ତିମ ଯାତ୍ରା ଆରମ୍ଭ ହୋଇଥିଲା । ଭାଜପା ମୁଖ୍ୟଳୟ ସାମନାରେ ଲକ୍ଷାଧିକ ଜନସାଧାରଣ ଏକତ୍ରିତ ହୋଇଥିଲେ ଏବଂ “ଜବ୍ ତକ୍ ସୁରଜ୍ ଚାନ୍ଦ୍ ରହୈଗା ତବ୍ ତକ୍ ଅଟଳ ତୁମହରା ନାମ୍ ରହୈଗା” ନାରା ନେଉଥିବାର ଶୁଣା ଯାଇଥିଲା । ତାଙ୍କ ଅନ୍ତିମ ଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହା, ପୁରା କ୍ୟାବିନେଟ ଟିମ ଓବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ପୂରା ଦେଶ ତାଙ୍କ ସହ ଚାଲୁଥିବାର ଦେଖବାକୁ ମିଳିଛି । ଗୋଟେ ପ୍ରକାରର ଜନ ସମୁଦ୍ର ହୋଇଯାଇଛି ପୂରା ଦିଲ୍ଲୀ ସହର, ଏପରି କେବେ ଜନସମୁଦ୍ର ଏକତ୍ରିତ ହୋଇନଥିଲା ବୋଲି ସୂଚନା ମିଳୁଛି ।