ବହିସ୍କାର ନେଇ ମୁହଁ ଖୋଲିଲେ ଦାମ

0
1

ଭୁବନେଶ୍ୱର: ମନ୍ତ୍ରୀମଣ୍ଡଳରୁ ବହିସ୍କୃତ ହୋଇଥିବା ପୂର୍ବତନ କୃଷିମନ୍ତ୍ରୀ ଡା. ଦାମୋଦର ରାଉତ କିଛି ଦିନର ନିରବତା ପରେ ପୁଣି ମୁହଁ ଖୋଲିଛନ୍ତି । ଏକ ଦୈନିକ ସମ୍ବାଦପତ୍ରର ସମ୍ପାଦକୀୟ ପୃଷ୍ଠାରେ ତାଙ୍କ ବହିସ୍କାର ନେଇ ତିନିଜଣ ବିଜେଡି ଯୁବନେତାଙ୍କୁ ସେ ଦାୟୀ କରିଛନ୍ତି ।
ମନ୍ତ୍ରୀମଣ୍ଡଳରୁ ବହିସ୍କାର ନେଇ ତାଙ୍କର ଦୁଃଖ ନଥିବା ସେ ଦର୍ଶାଇଛନ୍ତି । ଏଥିସହ ବ୍ରାହ୍ମଣଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ମହୋତ୍ସବକୁ ପରିଚାଳନା କରୁଥିବା ଜିଲ୍ଲାପାଳ ଓ ଅଧିକାରୀଙ୍କଠାରୁ କୌଣସି ସ୍ପଷ୍ଟିକରଣ ନନେଇ ତାଙ୍କୁ ବହିଷ୍କାର କରାଯାଇଥିବା ସେ କହିଛନ୍ତି । ବିଜେଡି ତାଙ୍କ ଘର ଓ ଏହାର ମୁରବୀ ନବୀନ ପଟ୍ଟନାୟକ । ବହିଷ୍କାର ନେଇ ଦୁଃଖିତ କି ବିଚଳିତ ନୁହେଁ ବୋଲି ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାରେ ମନ୍ତ୍ରୀ ହେବା ସହ ତାଙ୍କ ଇଚ୍ଛାରେ ବହିସ୍କାର ହୋଇଥିବା ମଧ୍ୟ ସମ୍ପାଦକୀୟରେ ଶ୍ରୀ ରାଉତ ଉଲ୍ଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here