You are here
Home > ଅଧିକ ଖବର > ବସ ଦୁର୍ଘଟଣା : ୩୨ ମୃତ, ୨୦ ଗୁରୁତର ଆହତ

ବସ ଦୁର୍ଘଟଣା : ୩୨ ମୃତ, ୨୦ ଗୁରୁତର ଆହତ

ତେଲେଙ୍ଗାନା : ତେଲେଙ୍ଗାନା ଅନ୍ତର୍ଗତ ଜଗିତ୍ୟାଲ ଜିଲ୍ଲାର କୋଣ୍ଡଗଟ୍ଡ ନିକଟସ୍ଥ ଘାଟରୋଡରେ ଆଜିି ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ସୁଚନାରୁ ପ୍ରକାଶ, ଘାଟରୋଡରେ ଏକ ଆରଟିସି ବସ ଭାରସାମ୍ୟ ହରାଇବା ଫଳରେ ୩୨ ଜଣ ଯାତ୍ରୀଙ୍କ ମୁତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରୁ ଅନେକ ମହିଳା ଓ ଶିଶୁ ମଧ୍ୟ ଅଛନ୍ତି ବୋଲି ସୂଚନା ମିଳୁଛି । ଏହି ବସଟି ଶନାବାରମ ରୁ ଜଗିତ୍ୟାଲ ଯାଉଥିବା ବେଳେ ଦୁର୍ଘଟଣା ଘଟାଇଥିଲା । ତେବେ ଏହି ଦୁର୍ଘଟଣାରେ ବସ ଡ୍ରାଇଭର ଗୁରୁତର ଆହତ ହେବା ସହ ନିଡିର ଦୁଇ ଗୋଡ ଭାଙ୍ଗି ଯାଇଛି ।

ଉଲ୍ଲେଖନୀୟ ଯେ ଆଜି ମଙ୍ଗଳବାର ହୋଇଥିବାରୁ ସ୍ଥାନୀୟ ଆଂଜନେୟ ସ୍ୱାମୀଙ୍କ ଦର୍ଶନ ଲାଗି ଯାତ୍ରୀ ଯାୁଥିଲେ । ଘାଟିରୁ ଓହ୍ଲାଇଲା ବେଳେ ବସ୍ର ବ୍ରେକ ଫେଲ ହୋଇଯାଇଥିଲା, ତେଣୁ ଦୁର୍ଘଟଣା ଘଟିଥିଲା । ତେବେ ଘଟଣଆ ସ୍ଥଳରେ ପୋଲିସ ପହଁଞ୍ଚି ଶବ ଉଦ୍ଧାର କରିବା ସହ ଗୁରୁତର ମାନଙ୍କୁ ସ୍ଥାନୀୟ ମେଡିକାଲ ପଠାଇଥିଲା । ଏଥିସହ ସରକାର ମଧ୍ୟ ମୃତକଙ୍କ ପରିବାରକୁ ୫-୫ ଲକ୍ଷ ଟଙ୍କା ଦେବାର ଘୋଷଣା କରିଛି ।

ଏହି ବସରେ ୬୦ରୁ ଅଧିକ ଯାତ୍ରୀ ଥିଲେ । ୩୨ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇତିବାବେଳେ ୧୫ ଜଣଙ୍କତ ଅବସ୍ଥା ଅତି ଗୁରୁତ୍ୱର ହୋଇପଡିଛନ୍ତିି । ରାଜ୍ୟର କାଯ୍ୟବାହକ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ଏହି ଦୁର୍ଘଟଣା ଲାଗି ଦୁଃଖପ୍ରକଟ କରିଛନ୍ତି । ଦୁର୍ଘଟଣା ସୂଚନା ପାଇବାପରେ ସଙ୍ଗେସଙ୍ଗେ ଜିଲ୍ଲାଧିକାରୀ ଘଟଣା ସ୍ଥଳରେ ପହଁଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ଆହତ ହୋଇଥିବା ଯାତ୍ରୀଙ୍କୁ ଉନ୍ନତମାନର ଚିକିତ୍ସା ଲାଗି ନିର୍ଦ୍ଦେଶ ଦେଇଛନ୍ତି ।

Loading...
ONA

Leave a Reply

Top