ବଲିଉଡ କୋରିଓଗ୍ରାଫରଙ୍କୁ ହତ୍ୟା ଧମକ

ଚାରିଆଡେ ହତ୍ୟା ଧମକ ଅଭିଯୋଗ ଚାଲିଥିବା ବେଳେ ବର୍ତ୍ତମାନ ବଲିଉଡରେ ମଧ୍ୟ ଜଣେ ନାମୀଦାମୀ ଡ୍ୟାନ୍ସ କୋରିଓଗ୍ରାଫରଙ୍କୁ ମଧ୍ୟ ହତ୍ୟା ଧମକ ମିଳିଥିବାର ସୂଚନା ମିଳିଛି । ଉକ୍ତ ଡ୍ୟାନ୍ସ କୋରିଓଗ୍ରାଫର ହେଉଛନ୍ତି ଗଣେଶ ଆଚାର୍ୟ୍ୟ । ସେ ଅମ୍ବୋଲି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଆମ୍ବୋଲି ଥାନାର ବରିଷ୍ଠ ଇନସ୍ପେକ୍ଟର ଭାରତ ଗାୟକଓ୍ଵାଡ୍ କହିଛନ୍ତି ଯେ ଏ ମାମଲାର ତଦନ୍ତ ଚାଲିଛି । ତାଙ୍କର ଅଭିଯୋଗ ଯେ ଫେଡେରେସନ୍ ଅଫ୍ ସିନେ ଆର୍ଟିଷ୍ଟସ୍ ଆସୋସିଏସନର ଦୁଇ ଜଣ ସଦସ୍ୟ ତାଙ୍କୁ ଜୀବନରୁ ମାରିଦେବା ଧମକ ଦେଇଛନ୍ତି । ଗଣେଶଙ୍କ କହିବା ଅନୁଯାୟୀ ତାଙ୍କୁ ଏଭଳି ଧମକ ବାରମ୍ବାର ମିଳୁଥିବା ହେତୁ ସେ ବିବ୍ରତ ଓ ଭୟଭୀତ ହୋଇଯାଇଛନ୍ତି । ଗଣେଶ ଆଚାର୍ୟ୍ୟ ଏକ ଡ୍ୟାନ୍ସ ଗ୍ରୁପକୁ ସମର୍ଥନ କରୁଛନ୍ତି । ଏହି ଡ୍ୟାନ୍ସ ଗ୍ରୁପ୍ ସେମାନଙ୍କ କାମ ପାଇଁ ପାରିଶ୍ରମିକ ଦାବି କରିଛନ୍ତି । ଏହାକୁ ଗଣେଶ ସମର୍ଥନ କରୁଥିବା ଯୋଗୁଁ ତାଙ୍କୁ ଆସୋସିଏସନ୍ ଅଫ୍ ହୋଲର୍ଡସ ଗଙ୍ଗେଶ୍ୱର ଶ୍ରୀବାସ୍ତବ ଓ ଅଶୋକ ଦୁବେ ତାଙ୍କୁ ହତ୍ୟା ଧମକ ଦେଇଛନ୍ତି ସେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here