ବଲାଙ୍ଗୀର ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

1

ବଲାଙ୍ଗୀର: ବଲାଙ୍ଗୀର ମୁଖ୍ୟ ଚିକିତ୍ସାଳୟର ଏନଆରଏଚଏମ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି । ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବାର ଅନୁମାନ କରାଯାଉଛି ।  ନିଆଁକୁ ଆୟତ କରିବାକୁ ଦମକଳର ତିନୋଟି ଗାଡି ନିୟୋଜିତ ହୋଇଥିଲା । ଖବର ଅନୁସାରେ ବର୍ତ୍ତମାନ ସୁଦ୍ଧା ନିଆଁକୁ ଦମକଳ ବାହିନୀ ଆୟତ୍ତ କରିଥିଲା ।  ସୂଚନା ଅନୁସାରେ ଅଫିସର ଏସିରୁ ନିଆଁ ଲାଗିଥିବାର ପ୍ରତ୍ୟକ୍ଷଦର୍ଶୀ ଦେଖିଛନ୍ତି । ଅଗ୍ନିକାଣ୍ଡରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ବହୁ ମୂଲ୍ୟର ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି । ନିଆଁ ଲାଗିବାର ପ୍ରକୃତ କାରଣ ଜାଣିବା ପରେ ପୋଲିସ ତନାଘନା ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here