You are here
Home > ଲାଟେଷ୍ଟ > ବଦଳିବ ବରମୁଣ୍ଡା ବସଷ୍ଟାଣ୍ଡର କଳେବର

ବଦଳିବ ବରମୁଣ୍ଡା ବସଷ୍ଟାଣ୍ଡର କଳେବର

ଭୁବନେଶ୍ୱର: ରାଜ୍ୟର ଅନ୍ୟତମ ବିଶାଳ ବସଷ୍ଟାଣ୍ଡ ‘ବରମୁଣ୍ଡା ବସଷ୍ଟାଣ୍ଡ’ ଆଗାମୀ ଦିନରେ ନୂଆ ରୂପ ପାଇବାକୁ ଯାଉଛି । ଜୁନରୁ ନବୀକରଣ କାର୍ଯ୍ୟ ଆରମ୍ଭ ହେବାକୁ ଥିବା ବେଳେ ମାର୍ଚ୍ଚ ଶେଷ ସୁଦ୍ଧା ଏହାର ଇଞ୍ଜିନିୟରିଂ ଡ୍ରଇଂ ଏବଂ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହେବ । ସେହିଭଳି ୨୦୧୯ ଶେଷ ସୁଦ୍ଧା ଏହାର ପ୍ରଥମ ପର୍ଯ୍ୟାୟ କାମ ଶେଷ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ବସ ଷ୍ଟାଣ୍ଡର ବାଣିଜ୍ୟିକ ଅଞ୍ଚଳ ନିର୍ମାଣ ହେବ । ୧୮୦ କୋଟି ଟଙ୍କା ବିନିଯୋଗରେ ହେବାକୁ ଥିବା ପ୍ରସ୍ତାବିତ ବସଷ୍ଟାଣ୍ଡରେ ଅନ୍ତର୍ଜାତୀୟ ଟର୍ମିନାଲ ରହିବ । ସେହିଭଳି କିଛି ବସକୁ ଉଦୟଗିରି ପାହାଡ ତଳେ ରଖାଯିବାର ବ୍ୟବସ୍ଥା କରାଯାଇଛି ।  ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକ ଅନୁସାରେ ବରମୁଣ୍ଡା ବସଷ୍ଟାଣ୍ଡ ନେଇ ଦିଲ୍ଲୀ ଇଣ୍ଟିଗ୍ରେଟେଡ ମଲ୍ଟି ମୋଡାଲ ଟ୍ରାନଜିଟ ସିଷ୍ଟମ ଲିମିଟେଡ(ଡିଆଇଏମଟିଏସ) ଡିଜାଇନ ପ୍ରସ୍ତୁତ କରିଛି । ଟର୍ମିନାଲ ଅଞ୍ଚଳ ଏବଂ ବାଣିଜ୍ୟିକ ଅଞ୍ଚଳ ୨ ଭାବରେ ଅଲଗା କରାଯାଇ ଡିଜାଇନ ପ୍ରସ୍ତୁତ କରାଯାଇଛି । ପ୍ରାୟ ୧୫ ଏକର ଜମିରେ ଥବା ବସଷ୍ଟାଣ୍ଡର ୧୧ ଏକର ଜାଗାରେ ବିକାଶ କରାଯିବାକୁ ଥିବା ବେଳେ ୪.୫ଏକର ଅଞ୍ଚଳ ଭବିଷ୍ୟତ ପାଇଁ ସଂରକ୍ଷିତ ରଖାଯିବ । ବସଷ୍ଟାଣ୍ଡରେ ଏକ ସିଟି ବସଷ୍ଟାଣ୍ଡ ରହିବ । ଫୁଡକୋର୍ଟ, ଆବଶ୍ୟକ ପାର୍କିଂ, ଏଲିଭେଟର ଓ ଏସ୍କାଏଲେଟର, ପାନୀୟ ଜଳ ଯୋଗାଣ, ବର୍ଜ୍ୟ ଜଳ ବିଶୋଧନ, ବସ ଧୋଇବା ପାଇଁ ଆବଶ୍ୟକ ଜଳ ବ୍ୟବସ୍ଥା, ୱାଇଫାଇ ସେବା, ଉନ୍ନତ ବିଦ୍ୟୁତ ସୁବିଧା ଆଦି ରହିବ । ବସଷ୍ଟାଣ୍ଡକୁ ଆସିବା ପାଇଁ ବସ, ବାଇସାଇକେଲ, ଅଟୋରିକ୍ସା ଭଳି ସୁବିଧା ରହିବ । ସେହିଭଳି ବିଶାଖାପାଟଣା, ହାଇଦ୍ରାବାଦ, ରାଞ୍ଚି, କୋଲକାତା, ବାଙ୍ଗାଲୋର ସମେତ ଦେଶର ଅନ୍ୟ ପ୍ରମୁଖ ସ୍ଥାନକୁ ବସ ସୁବିଧା ରହିବ । ସିସିଟିଭି, ଶିଶୁ ଓ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା, ୪ ମହଲା ବିଶିଷ୍ଟ ଟର୍ମିନାଲ, ବାଣିଜ୍ୟିକ ଟର୍ମିନାଲ, ଅନଲାଇନ ବୁକିଙ୍ଗ, ପ୍ରି-ପେଡ ଅଟୋ ସେବା, ଟ୍ୟାକ୍ସି ସୁବିଧା ରହିବ । 
Loading...
ONA

Leave a Reply

Top