You are here
Home > ଲାଟେଷ୍ଟ > ବଢୁଛି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ବିବାଦ: କେନ୍ଦ୍ରର ନା ପରେ ବିଜେପି- ବିଜେଡି ପୁଣି ମୁହାଁ ମୁହିଁ

ବଢୁଛି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ବିବାଦ: କେନ୍ଦ୍ରର ନା ପରେ ବିଜେପି- ବିଜେଡି ପୁଣି ମୁହାଁ ମୁହିଁ

ଭୁବନେଶ୍ବର : ପୁଣି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ବିବାଦ । କୌଣସି ରାଜ୍ୟକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମିଳିବନି ବୋଲି ଲୋକସଭାରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶିବପ୍ରତାପ ଶୁକ୍ଳା କହିବା ପରେ ଏହାକୁ ନେଇ ଉଠିଛି ବିବାଦ । ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ରିପୋର୍ଟ ଆଧାରରେ ସବୁ ରାଜ୍ୟକୁ ଆବଶ୍ୟକ ଅର୍ଥ ଦିଆଯାଉଥିବାରୁ ଆଉ ସ୍ବତନ୍ତ୍ର ରାଜ୍ୟ ମାନ୍ୟତାର କିଛି ମାନେ ନାହିଁ ବୋଲି ଲୋକସଭାରେ କହିଛନ୍ତି ମନ୍ତ୍ରୀ । ବିଜେଡି ସାଂସଦ ନଗେନ୍ଦ୍ର ପ୍ରଧାନଙ୍କ ପ୍ରଶ୍ନରେ ଏଭଳି ଲିଖିତ ଉତ୍ତର ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ । ଯାହାକୁ ନେଇ ପୁଣି ବିଜେଡି, ବିଜେପି ଓକଂଗ୍ରେସ ଭିତରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଛି । ବିଜେପିର ଯୁକ୍ତି ଏହା ଏକ ନୀତିଗତ ନିଷ୍ପତ୍ତି । ଯେଉଁଠି ଓଡ଼ିଶା ସରକାର, କେନ୍ଦ୍ର ଦେଉଥିବା ଅର୍ଥ ଖର୍ଚ୍ଚ କରି ନପାରିବାରୁ ଫେରି ଯାଉଛି, ସେଠି ବିଜେଡି ସ୍ବତନ୍ତ୍ର ରାଜ୍ୟ ପ୍ରସଙ୍ଗ ଉଠାଇବାର ମାନେ କିଛି ନାହିଁ । ବିଜେଡି ଓ କଂଗ୍ରେସ କିନ୍ତୁ ଏହା ସପକ୍ଷରେ ଯୁକ୍ତି ବାଢିଛନ୍ତି । ଓଡ଼ିଶାର ଭୌଗଳିକ ଅବସ୍ଥିତି ଏବଂ ଦୈବୀ ଦୁର୍ବିପାକକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବା ଦରକାର ବୋଲି କହିଛନ୍ତି ବିଜେଡି ଓ କଂଗ୍ରେସ ।

Loading...
ONA

Leave a Reply

Top