You are here
Home > ଲାଟେଷ୍ଟ > ବଢୁଛି ବିଜେପି ସଂପତି, କମୁଛି କଂଗ୍ରେସର ଧନ

ବଢୁଛି ବିଜେପି ସଂପତି, କମୁଛି କଂଗ୍ରେସର ଧନ

ଭୁବନେଶ୍ୱର : ବିଜେପିର ଅମାପ ସମ୍ପତ୍ତି । କଖାରୁ ଡଙ୍କ ମାଡ଼ିଲା ଭଳି ପାର୍ଟିର ପାଣ୍ଠି ବଢ଼ିଚାଲିଛି । ଗୋଟେ ବର୍ଷରେ ବିଜେପିର ସମ୍ପତ୍ତି ୮୧.୧୮ ପ୍ରତିଶତ ବଢ଼ିଛି । ୨୦୧୫-୧୬ରେ ଦଳ ପାଖରେ ୨୨୫ କୋଟି ୩୬ ଲକ୍ଷ ଟଙ୍କା ଥିବା ବେଳେ ୨୦୧୬-୧୭ରେ ତାହା ହଜାରେ ୩୪ କୋଟି ୨୭ ଲକ୍ଷ ଟଙ୍କା ହୋଇଛି । ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ ଏହି ତଥ୍ୟ ଦେଇଛି । ବିଜେପିର ଧନ ମାଡ଼ି ଚାଲିଥିବା ବେଳେ କଂଗ୍ରେସର କିନ୍ତୁ କମିଛି । ୨୦୧୬-୧୭ରେ କଂଗ୍ରେସର ୧୪ ପ୍ରତିଶତ କମ୍ ଆୟ ହୋଇଛି । ୨୦୧୫-୧୬ରୁ ୨୦୧୬-୧୭ ମଧ୍ୟରେ କଂଗ୍ରେସର ଆୟ ୨୨୫ କୋଟି ୩୬ ଲକ୍ଷ ଟଙ୍କା କମ୍ ହୋଇଛି । ଆଉ ଗତବର୍ଷ ବିଜେପି ୭୧୦ କୋଟି ୫୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ କଂଗ୍ରେସ, ଆୟ ହୋଇଥିବା ୩୨୧ କୋଟି ୬୬ ଲକ୍ଷ ଟଙ୍କାରୁ ୯୬ କୋଟି ୩ଦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ ପାଖରେ ୭ଟି ରାଜନୈତିକ ଦଳ ସେମାନଙ୍କ ଆୟ ସଂକ୍ରାନ୍ତ ରିପୋର୍ଟ ଦାଖଲ କରିଛନ୍ତି । ବିଜେପି, କଂଗ୍ରେସ, ବିଏସପି, ଏନସିପି, ସିପିଏମ, ସିପିଆଇ ଏବଂ ତୃଣମୂଳ କଂଗ୍ରେସ ଆଦି ଦଳର ଆୟ ହଜାରେ ୫୫୯ କୋଟି ୧୭ ଲକ୍ଷ ଟଙ୍କା ହୋଇଥିବା ବେଳେ ଖର୍ଚ୍ଚ ହୋଇଛି ହଜାରେ ୨୨୮ କୋଟି ୨୬ ଲକ୍ଷ ଟଙ୍କା । ଦାନ ଓ ସହାୟତାରୁ ଏତେ ଟଙ୍କା ଆୟ କରିଥିବା ସବୁ ରାଜନୈତିକ ଦଳ ଦର୍ଶାଇଛନ୍ତି ।

Loading...
ONA

Leave a Reply

Top