You are here
Home > ଲାଟେଷ୍ଟ > ବଜ୍ରାଘାତରେ ୨ ମୃତ

ବଜ୍ରାଘାତରେ ୨ ମୃତ

ଜଳେଶ୍ୱର : ବଜ୍ରାଘାତ ଜଳେଶ୍ୱର ବ୍ଲକ ନାମ୍ପୋ ଅଞ୍ଚଳରୁ ଗତକାଲି ଦୁଇ ଜଣଙ୍କ ମୁଣ୍ଡ ନେଇଛି। ମୃତକମାନେ ହେଲେ ଶ୍ରୀକାନ୍ତ ଦତ୍ତ (୫୫) ଓ ଫୁଲଣା ମୁଖୀ (୨୫)। ବଜ୍ରାଘାତରେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେହେଲ କଷିଗାଁର ରବି ବୈଠାଙ୍କ ପତ୍ନୀ ମଂଜୁ, ହରିବୋଲିଆ ବୈଠାଙ୍କ ପତ୍ନୀ ସବିତା ଓ ଶଙ୍କର ବେହେରାଙ୍କ ପତ୍ନୀ ସୁକାନ୍ତି। ଆହତମାନେ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି।

ମୃତ ଶ୍ରୀକାନ୍ତଙ୍କ ଘର ନାମ୍ପୋ ଗ୍ରାମରେ ଓ ଫୁଲଣା ମୟୂରଭଂଜ ଜିଲ୍ଲା ଚାନ୍ଦୁଆ ଥାନା ସାନଦେଉଳି ପଞ୍ଚାୟତ କଷିଗାଁର ପରେଶ ମୁଖୀଙ୍କ ପତ୍ନୀ। ବିଲରେ କାମ କରୁଥିବା ବେଳେ ବଜ୍ରପାତ ହେବାରୁ  ଶ୍ରୀକାନ୍ତ ଓ ଫୁଲଣା ପ୍ରାଣ ହରାଇବା ବେଳେ ଅନ୍ୟ ତିନିହେଁ ଅହତ ହୋଇଥିଲେ। ଜଣାପଡ଼ିଛି; ଫୁଲଣା ଜଣେ କୃଷି ଶ୍ରମିକ। ସେ କାମ କରିବାକୁ ଏଠାକୁ ଆସିଥିଲେ। ନାମ୍ପୋ ଗ୍ରାମର ଶ୍ରୀକାନ୍ତଙ୍କ ଜମିରେ କାମ କରିବା ପାଇଁ କଷିଗାଁରୁ ଅନ୍ୟ ୭ଜଣଙ୍କ ସହ ଫୁଲଣା ମଧ୍ୟ ଆସିଥିଲେ। ଗତକାଲି ସେମାନେ ବିଲରେ କାମ କରୁଥିବା ବେଳେ ଅପରାହ୍ନରେ ବର୍ଷହେବା ସହ ହଠାତ୍‌ ବଜ୍ରପାତ ହୋଇଥିଲା। ଏଥିରେ ମୋଟ ୫ ଜଣ ଗୁରୁତର ହୋଇଥିଲେ।
ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଜିକେ ଭଟ୍ଟର ଡାକ୍ତରଖାନାକୁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ଶ୍ରୀକାନ୍ତ ଓ ଫୁଲଣାକୁ ମୃତ ଘୋଷଣା କରିଥିଲେ। ଖବରପାଇ ଜଳେଶ୍ୱର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରିଛି। ଆଜି ବ୍ୟବଚ୍ଛେଦ ପରେ ଶବ ଉଭୟ ପରିବାରକୁ ହସ୍ତାନ୍ତର କରାଯାଇଛି। ସ୍ୱାଧୀନତା ଦିବସରେ ଘଟିଥିବା ଏ ଅଘଟଣ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।
Loading...
ONA

Leave a Reply

Top