ଫ୍ଲୋରେନ୍ସ ଝଡ, ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ

https://www.facebook.com/nnsodia/videos/267154983995629/?t=5

ଓ୍ବାଶିଂଟନ : ଆମେରିକାର ପଶ୍ଚିମ ଆଟାଲାଣ୍ଟିକ ମହାସାଗରରେ ସୃଷ୍ଟି ଲଘୁଚାପ ଅବପାତର ରୂପ ନେଇ ସାମୁଦ୍ରିକ ଝଡରେ ପରିବର୍ତ୍ତିତ ହୋଇଛି । ଏହି ଝଡର ନାମ ଫ୍ଲୋରେନ୍ସ ରଖାଯାଇଛି । ଗୁରୁବାର ରାତିରେ କିମ୍ବା ଶୁକ୍ରବାର ସକାଳେ ଏହା ଆମେରିକାର ଦକ୍ଷିଣ ପଶ୍ଚିମ ଭୂଖଣ୍ଡକୁ ସ୍ପର୍ଶ କରିବ ବୋଲି ପୂର୍ବାନୁମାନ କରାଯାଇଛି । ଏବେ ଏହି ସାମୁଦ୍ରିକ ଝଡ ଘଣ୍ଟାକୁ ୭୫ କିମି ବେଗରେ ଗତି କରୁଛି । ସୋମବାର ରାତି ସୁଦ୍ଧା ଫ୍ଲୋରେନ୍ସ ଆମେରିକା ଭୂବାଗଠାରୁ ୭୫୦ କିମି ଦୂରରେ ଥିଲା । ଆଟଲାଣ୍ଟିକା ମହାସାଗରରେ ବରମୁଣ୍ଡ ଟ୍ରାଙ୍ଗେଲର ଦକ୍ଷିଣ ପୂର୍ବରେ ଅତିକ୍ରାନ୍ତ କରି ଏହା ଆମେରିକା ଭୂଭାଗକୁ ଛୁଇଁବ । ସେତେବେଳେ ସାମୁଦ୍ରିକ ଝଡ ଅଧିକ ଶକ୍ତିଶାଳୀ ଓ ଭୟଙ୍କର ହୋଇଯାଇଥିବା ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ଫ୍ଲୋରେନ୍ସ ଭୂଭାଗ ଛୁଣଁବା ପରେ ଘଣ୍ଟା ପ୍ରତି ୨୨୦ କିମି ବେଗରେ ପବନ ବହିବ ଓ ମୂଷଲ ଧାରରେ ବର୍ଷା ହେବ । ଝଡ ପରିସର ମଧ୍ୟରେ ଆସିବାକୁ ଥିବା ଅଞ୍ଚଳର ପ୍ରାୟ ୧୦ଲକ୍ଷ ଲୋକଙ୍କୁ ଘର ଛାଡି ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଚି । ଦକ୍ଷିଣ କାରୋଲିନା ଗଭଣ୍ଣର ହେନେରି ମ୍ୟାକମାଷ୍ଟର ଲୋକଙ୍କ ସୁରକ୍ଷା ପାଇଁ ସମ୍ଭାବ୍ୟ ପଦକ୍ଷେପ ନେବାକୁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଫ୍ଲୋରେନ୍ସ ଝଡକୁ ୪ ନମ୍ବର ବିପଦ ସଙ୍କେତ ଅଭିହିତ କରାଯାଇଛି ଓ ଏହା ପରିସର ମଧ୍ୟରେ ଆସୁଥିବା ରାଜ୍ୟର ହାଇଆର୍ଲଟ ଜାରି କରାଯାଇଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here