ପ୍ରେମିକାକୁ ଗଣ ଦୁଷ୍କର୍ମ କଲା ପ୍ରେମିକ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର, ବ୍ରହ୍ମପୁରରେ ବୁଗୁଡା ଅଂଚଳରେ ଗଣଦୁଷ୍କର୍ମ ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ପୀଡିତା ଏବେ ବୁଗୁଡା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମିଳିଥିବା ସୂଚନାନୁସାରେ ପୀଡିତାଙ୍କୁ ଅଚେତ ଅବସ୍ଥାରେ ବୁଗୁଡା ବଜାରରୁ ଉଦ୍ଧାର କରାଯାଇଥିଲା । ତାଙ୍କର ଡାକ୍ତରିମାଇନା କରାଯାଇଛି । ପୀଡିତାଙ୍କୁ ବିବାହ ଲୋଭ ଦେଖାଇ ତାଙ୍କ ପୁରୁଷ ବନ୍ଧୁ ତାଙ୍କୁ ଆଣିଥିଲେ । ସେ ଆସିବା ପରେ ତାଙ୍କୁ ନିଷା ଦେଇ ପୁରୁଷ ବନ୍ଧୁ ଅନ୍ୟ ଜଣଙ୍କ ସହ ମିଶି ତାଙ୍କୁ ଦୁଷ୍କର୍ମ କରିଥିଲେ । ତାଙ୍କୁ ବୁଗୁଡା ସବଟ୍ରେଜେରି ନିକଟରେ ଦୁଷ୍କର୍ମ କରିବା ପରେ ଆଣି ବଜାର ନିକଟରେ ପକାଇ ଦେଇଥିଲେ । ଚେତା ଫେରିବା ପରେ ଏହି ବିଷୟ ପୋଲିସ ଆଗରେ କହଛନ୍ତି । ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here