ପ୍ରାଧାନମନ୍ତ୍ରୀଙ୍କ ବାଲ୍ୟ ଜୀବନ ଉପରେ ଚଳଚ୍ଚିତ୍ର ‘ଚଲୋ ଜୀତେ ହେଁ’

ବଞ୍ଚିତ ଭାରତକୁ ସମ୍ମାନିତ କରିବାର ମୂର୍ତ୍ତିର୍ମନ୍ତ୍ର ପ୍ରତୀକ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଁ: ରାଜ୍ୟପାଳ
ଗରିବ ମା ଆଖିର ଲୁହ ଦେଖିଥିବା ନରେନ୍ଦ୍ର ମୋଦି ଉଜ୍ୱଳା ଯୋଜନା ମାଧ୍ୟମରେ ପୋଛିଛନ୍ତି କୋଟି କୋଟି ମା ଆଖିର ଲୁହ: ଧର୍ମେନ୍ଦ୍ର ପ୍ରଧାନ

ଭୁନନେଶ୍ୱର: ବଞ୍ଚିତ ଭାରତକୁ ସମ୍ମାନିତ କରିବାର ମୂର୍ତ୍ତିମନ୍ତ ପ୍ରତୀକ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୋଲି କହିଛନ୍ତି ରାଜ୍ୟପାଳ ପ୍ରୋ. ଗଣେଶୀ ଲାଲ । ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଅଡିଟରିୟମଠାରେ ପ୍ରଧାନମନ୍ତ୍ରୀଙ୍କ ବାଲ୍ୟ ଜୀବନ ଉପରେ ଚଳଚ୍ଚିତ୍ର ‘ଚଲୋ ଜୀତେ ହେଁ’ ପ୍ରିମିୟର ସୋ’ ଅବସରରେ ସେ ଏହା କହିଛନ୍ତି । ଜଣେ ୧୨ ବର୍ଷ ବୟସର ପିଲାର ମନରେ ଉଠିଥିବା ପ୍ରଶ୍ନ କାହା ପାଇଁ ମୁଁ ବଞ୍ଚିବି ତାହା ଦେଶର ସାଧାରଣ ବଞ୍ଚିତ, ଶୋଷିତ ଲୋକଙ୍କ ପାଇଁ ସହାୟତାର ହାତ ବଢ଼ାଇଲା ବୋଲି ଏହି ଚଳଚ୍ଚିତ୍ର ଦେଖି ସାରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଏହି ଚଳଚ୍ଚିତ୍ରରେ ନରେନ୍ଦ୍ର ମୋଦିଙ୍କ ବାଲ୍ୟାବସ୍ଥାରେ ତାଙ୍କ ମା’ ଓଦା କାଠ ଜାଳି ରୋଷେଇ କଲାବେଳେ ଆଖି ଜଳୁଥିବା କଷ୍ଟ ଦେଖି ଦେଶର କୋଟି କୋଟି ମା’ ଆଖିରୁ ଲୁହ ପୋଛୁ ଥିବା ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ପରିକଳ୍ପନାର ଆରମ୍ଭ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦେଶର ଗରିବ ମା’ମାନଙ୍କ ପାଖରେ ଏଲ୍ପିଜି ପହଞ୍ଚାଇବାର ଦାୟିତ୍ୱ ପ୍ରଧାନମନ୍ତ୍ରୀ ତାଙ୍କୁ ଦେଇଥିବାରୁ ସେ ଗର୍ବିତ । ଜଣେ ପର ଘରେ ବାସନ ମଜାଳି ମା’ ଓ ଚା’ ବିକାଳି ବାପାର ପୁଅ ନିଜର ପିଲା ଦିନର ଜୀବନର ଅନୁଭୂତିକୁ ଅନେକ ଗରିବ କଲ୍ୟାଣ ଯୋଜନାର ରୂପରେଖ ତିଆରି କରିଛି ।
ବାଲ୍ୟାବସ୍ଥାର ନରେନ୍ଦ୍ର ମୋଦିଙ୍କ ମନର କଷ୍ଟ, ସମ୍ବେଦନଶୀଳତାରୁ ସବକା ସାଥ୍ ସବକା ବିକାଶ ବିଚାର ତାଙ୍କ ମନରେ ସୃଷ୍ଟି ହୋଇଥିଲା । ଏହା ଏକ ବିଚାରଧାରାରେ ପରିଣତ ହୋଇଛି । ଏହା ମାଧ୍ୟମରେ ନୂଆ ଭାରତ ଗଢ଼ିବାର ପରିକଳ୍ପନା ପ୍ରଧାନମନ୍ତ୍ରୀ କରିଛନ୍ତି । ନୂଆ ଓଡ଼ିଶା ବିନା ନୂଆ ଭାରତ ସମ୍ଭବ ନୁହେଁ । ତେଣୁ ନରେନ୍ଦ୍ର ମୋଦିଙ୍କ ସବକା ସାଥ୍ ସବକା ବିକାଶ ବିଚାରକୁ ଓଡ଼ିଶାର କୋଣ ଅନୁକୋଣରେ ପହଞ୍ଚାଇବାକୁ ପଡ଼ିବ । ଏହି ଚଳଚ୍ଚିତ୍ର ଚଲୋ ଜୀତେ ହେଁ କୁ ଓଡ଼ିଶାର ତଳସ୍ତର ପର୍ଯ୍ୟନ୍ତ ପ୍ରଦର୍ଶିତ କରିବା ପାଇଁ ପ୍ରଚେଷ୍ଟା କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଏହି ଅବସରରେ ଚଳଚ୍ଚିତ୍ରରେ ନରୁ ଭୂମିକାରେ ଅଭିନୟ କରିଥିବା ଶିଶୁ କଳାକାର ଓ ଏହି ଚଳଚ୍ଚିତ୍ର ସହିତ ଜଡ଼ିତ ବ୍ୟକ୍ତିବିଶେଷମାନଙ୍କୁ ଏହି ପ୍ରିମିୟର ସୋ ପରେ ସମ୍ମାନିତ କରାଯାଇଥିଲା ।