ପ୍ରସାଦଙ୍କୁ ତାରାଙ୍କ ଚ୍ୟାଲେଞ୍ଜ: ଦମ ଅଛିତ ନବୀନଙ୍କ ସହ ଲଢ

1

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ତାଙ୍କ ନିଜ ଦଳର ବିଧାୟକ ତାରା ବାହିନୀପତି ଚ୍ୟାଲେଞ୍ଜ କରିଛନ୍ତି । ଆଜି ତାରା ବାହିନୀପତି ନିଜର ଦଳ ମୁଖ୍ୟଙ୍କୁ କଟାକ୍ଷ କରି କହିଛନ୍ତି ଦମ ଅଛିତ ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ନିର୍ବାଚନ ଲଢ । ବ୍ରହ୍ମପୁରରେ ଏବେ ବିଜେଡ଼ି ପକ୍ଷରୁ ମିଶ୍ରଣ ପ୍ରକ୍ରିୟାରେ ରାଜ୍ୟ କଂଗ୍ରେସର କେତେକ ବରିଷ୍ଠ କଂଗ୍ରେସ ନେତା ବିଜେଡ଼ିରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି । ତେବେ ଏହାକୁ ନେଇ ତାରା କହିଛନ୍ତି, ପ୍ରସାଦ ବ୍ରହ୍ମପୁର ଆସି ତୁରନ୍ତ କଂଗେସ କର୍ମୀମାନଙ୍କୁ ଭେଟନ୍ତୁ । ହିଞ୍ଜିଳିରୁ ନବୀନଙ୍କ ବିପକ୍ଷରେ ପ୍ରସାଦ ନିର୍ବାଚନ ଲଢନ୍ତୁ । ମୁଁ ପ୍ରସାଦଙ୍କ ଲାଗି ନିର୍ବାଚନ ପ୍ରଚାର କରିବି । ତାରାଙ୍କ ଏହି ବକ୍ତବ୍ୟ ଏବେ କଂଗେସ ସମେତ ସମସ୍ତ ରାଜନୈତିକ ଦଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here