ପ୍ରଭୁଙ୍କ ଶରଣରେ ତାରା

1

ଭୁବନେଶ୍ୱର : ରାଜ୍ୟ କଂଗ୍ରେସ ଦିନକୁ ଦିନ ରସାତଳଗାମୀ ହେବାରେ ଲାଗିଛି । ପୁରୁଖା ନେତାମାନେ ଦଳ ଛାଡିବାରେ ଲାଗିଛନ୍ତି । ପିସିସି ଓ ବିଧାୟକ ଦଳ ମଧ୍ୟରେ ପଡୁ ନଥିବାରୁ କନ୍ଦଳ ବଢୁଛି । ତଥାପି ପିସିସି ସଭାପତି ପରିବର୍ତ୍ତନର ନାଁ ଗନ୍ଧ ନାହିଁ । ଏସବୁକୁ ଦେଖି ଏବେ କଂଗ୍ରେସର ମୁଖ୍ୟ ଛାଟିଆ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଭଗବାନଙ୍କ ଶରଣରେ ଆସିଥିବା ଚର୍ଚ୍ଚା ହେଉଛି । କଂଗ୍ରେସରେ ତାରା ପ୍ରସାଦ ବାହିନୀପତିଙ୍କ ପତିଆରା କିଛି କମ ନାହିଁ । ନିଜ ଅଞ୍ଚଳରେ ବି ତାଙ୍କ ସ୍ଥିତି ବେଶ ମଜଭୁତ । ନିର୍ବାଚନ ମଣ୍ଡଳୀର ଲୋକଙ୍କ ହାନୀଲାଭରେ ସେ ଠିଆ ହେବାରେ ଊଣା କରନ୍ତିନି । କେବଳ ସେତିକି ନୁହେଁ ବିଧାନସଭା ଅଧିବେଶନ ହେଉ କି ବାହାରେ ସରକାରଙ୍କୁ ଆଟାକ କରି ଅଡୁଆରେ ପକାଇବାରେ ତାରା ଭାଇନା ଆଗରେ । ନିଜର ରୋକଠୋକ କଥାବାର୍ତ୍ତା ଲାଗି ସବୁ ବେଳେ ଚର୍ଚ୍ଚାରେ ଥାଆନ୍ତି । ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ହଟାଇବା ଲାଗି ଯେଉଁ କେତେଜଣ କଂଗ୍ରେସ ବିଧାୟକ ଦାବି କରୁଛନ୍ତି ତାରା ବାହିନୀପତି ସେମାନଙ୍କ ଭିତରେ ଜଣେ । ହେଲେ ରାହୁଲ ସେମାନଙ୍କ ଗୁହାରି ଶୁଣୁ ନାହାନ୍ତି । କେବଳ ରାଜ୍ୟ ପ୍ରଭାରୀ ବି.କେ
ହରି ୍ରସାଦଙ୍କୁ ବଦଳାଇ ତାଙ୍କ ସ୍ଥାନରେ ଜିତେନ୍ଦ୍ର ସିଂଙ୍କୁ ନିଯୁକ୍ତି ଦେଇ ଚୁ ବସିଛନ୍ତି । ପ୍ରସାଦଙ୍କ ଚୌକି ହଲୁନି । ଏତିକିବେଳେ ଏଆଇସିସି ସଦସ୍ୟ ତାଲିକାରୁ ତାରାଙ୍କ ନାଁ ବି କାଟି ଦିଆଯାଇଛି । ଆଉ ତାରାଙ୍କ ଘନିଷ୍ଠ ହାତମାର୍କା କିଛି ନେତା ଏବେ ନିଜ ଭବିଷ୍ୟତକୁ ଆଖିରେ ରଖି ଦଳକୁ ବାଏ ବାଏ କରିବାକୁ ବସିଛନ୍ତି । ତେଣୁ ଏସବୁ ଦେଖି ବିଧାୟକ ତାରାପ୍ରସାଦ ବାହିନୀପତି କୁଆଡେ ଭଗବାନଙ୍କ ଶରଣ ପଶିଥିବା କୁହାଯାଉଛି । ଏଥି ।ଇଁ ନିଜ ଜନ୍ମ ମାଟି ଗଞ୍ଜାମରେ ଗତ କିଛି ଦିନ ଧରି ସେ ମନ୍ଦିରରେ ପୂଜାର୍ଚ୍ଚନା କରିଥିବା କୁହାଯାଉଛି । ସେଥିଲାଗି ବିଧାନସଭା ଅଧିବେଶନ ପ୍ରଥମ ପର୍ଯ୍ୟାୟ ସରିବା ପରେ ତାରା ଭାଇନା ପୂଜାର୍ଚ୍ଚନାରେ ଲାଗିଛନ୍ତି । ନିଜ ପୈତୃକ ମାଟି ଗଞ୍ଜାମରେ ପହଞ୍ଚି ଦେବଦେବୀଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ଏବେ ରାଜ୍ୟ କଂଗ୍ରେସ ସ୍ଥିତି ଯାହା ସେଥିରେ ବା ଅଧିକ କ’ଣ ଆଶା କରାଯାଇପାରିବ । ଯଦି ତାରାଙ୍କ ପରି ନେତାଙ୍କ ମନବଳ ଭାଙ୍ଗିବ ତେବେ କଂଗ୍ରେସ ଲାଗି ଆଗକୁ ଆହୁରି ବିଦ ବଢିବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here