You are here
Home > Breaking News > ପ୍ରଧାନ ବିଚାରପତି ନେଇପାରିବେ ମାମଲା ଆବଣ୍ଟନ ନିଷ୍ପତ୍ତି: ସୁପ୍ରିମକୋର୍ଟ

ପ୍ରଧାନ ବିଚାରପତି ନେଇପାରିବେ ମାମଲା ଆବଣ୍ଟନ ନିଷ୍ପତ୍ତି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମାମଲା ଆବଣ୍ଟନ ନିଷ୍ପତ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ନେଇପାରିବେ ଏବଂ ଏହା ତାଙ୍କର ଦାୟିତ୍ୱ ବୋଲି ଆଜି କହିଛନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟର ପ୍ରଧାନ ବିଚାପତି ନ୍ୟାୟମୂର୍ତ୍ତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ତିନି ବିଚାପତି ବିଶିଷ୍ଟ ଏକ ଖଣ୍ଡପୀଠ ଏ ସମ୍ପର୍କିତ ଏକ ଆଗତ ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ସେ କହିଛନ୍ତି ଯେ, କାର୍ଯ୍ୟ ଆବଣ୍ଟନ କରିବାର କ୍ଷମତା ଭାରତୀୟ ସମ୍ବିଧାନ ପ୍ରଧାନ ବିଚାରପତିଙ୍କ ଉପରେ ନ୍ୟସ୍ତ କରି ଏକ ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି । ତେଣୁ ଏନେଇ କୌଣସି ମାର୍ଗଦର୍ଶିକା ନିର୍ଦ୍ଦାରଣ କରିବାର ଆବଶ୍ୟକତା ନାହିଁ ।

ଗତସପ୍ତାହରେ ଅଶୋକ ପାଣ୍ଡେ ନାମକ ଏକ ଓକିଲଙ୍କ ଏକ ଦାଖଲ ପିଟିସନର ଶୁଣାଣୀ କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ଶ୍ରୀ ପାଣ୍ଡେ ତାଙ୍କ ପିଟିସନରେ ଅନୁରୋଧ କରିଥିଲେ ଯେ, ସର୍ବୋଚ୍ଚ ଅଦାଲତ ଦ୍ୱାରା ଗଠିତ ହୋଇଥିବା ସାମ୍ବିଧାନିକ ଖଣ୍ଡପୀଠ ୫ ଜଣ ସୁବୁଠୁଁ ବରିଷ୍ଠତମ ବିଚାରପତିମାନଙ୍କୁ ନେଇ ଗଠିତ ହେବା ଉଚିତ । ପିଆଇଏଲ, କ୍ରିମିନାଲ, ଲ୍ୟାଣ୍ଡଏଣ୍ଡ ସର୍ଭିସ ଏବଂ ଟ୍ୟାକ୍ସ ପରି ମାମଲା ବିଚାର ଲାଗି ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରିବାକୁ ଆବେଦନ କରିଥିଲେ । ତେବେ ଏହାକୁ ଖାରଜ କରିଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ ।

Loading...
ONA

Leave a Reply

Top