ପ୍ରକାଶ ପାଇଲା +୨ କଟଅଫ୍ ତାଲିକା

ବିଜ୍ଞାନରେ ରେଭେନ୍ସ, କଳାରେ ବିଜେବି ଆଗରେ
ମେ ୨୨ରୁ ୭ ତାରିଖ ପର୍ଯ୍ୟନ୍ତ ହୋଇଥିଲା ଆବେଦନ
୨୨ରେ ଦ୍ୱିତୀୟ, ଜୁଲାଇ ୩ରେ ତୃତୀୟ ପର୍ଯ୍ୟାୟ
ଜୁଲାଇ ୬ରୁ ଆରମ୍ଭ ହେବ ପାଠପଢ଼ା
ଭୁବନେଶ୍ୱର: +୨ ପାଠ୍ୟକ୍ରମ ନିମନ୍ତେ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟ କଟ ଅଫ୍ ମାର୍କ ପ୍ରକାଶ ପାଇଛି । ଉଚ୍ଚ ଶିକ୍ଷା ବିଭାଗର ୱେବସାଇଟ୍ରେ କଟ୍ ଅଫ୍ ମାର୍କ ଉବଲବ୍ଧ ହେଉଛି  ।
  ପ୍ରଥମ     ପର୍ଯ୍ୟାୟ କଟ ଅଫ୍ ମାର୍କ ତାଲିକାର ବିଜ୍ଞାନରେ ରେଭେନ୍ସା କଲେଜ ଆଗରେ ରହିଥିବା ବେଳେ କଳାରେ ବିଜେବି କଲେଜ ସବୁଠୁ ଆଗରେ ରହିଛି ।
ରେଭେନ୍ସା: ବିଜ୍ଞାନରେ କଟ୍ ଅଫ୍ ମାର୍କ ୯୩.୧୭ ପ୍ରତିଶତ, ବାଣିଜ୍ୟରେ ୮୦.୬୭ ଏବଂ କଳାରେ ୭୩.୬୭% ରହିଛି ।
ବିଜେବି: ବିଜ୍ଞାନରେ ୯୨.୬୭, ବାଣିଜ୍ୟରେ ୮୩.୬୦ ଓ କଳାରେ  ୭୫.୩୩ ପ୍ରତିଶତ କଟଅଫ ମାର୍କ ରହିଛି ।
ଖଲିକୋଟ୍: ବିଜ୍ଞାନରେ ୮୭.୬୭%, ବାଣିଜ୍ୟରେ ୬୮.୪୦ ଓ କଳାରେ ୬୩.୦୦ ପ୍ରତିଶତ କଟଅଫ୍ ମାର୍କ ରହିଛି  ।
ରମାଦେବୀ: ବିଜ୍ଞାନରେ ୮୫.୫୦, ବାଣିଜ୍ୟରେ ୭୧.୩୩% ଓ କଳାରେ ୭୧.୬୭ ପ୍ରତିଶତ କଟଅଫ୍ ମାର୍କ ରହିଛି ।
ଫକିରମୋହନ: ବିଜ୍ଞାନରେ ୮୭.୧୭, ବାଣିଜ୍ୟରେ ୬୪.୮୩ ଏବଂ କଳାରେ ୭୪ ପ୍ରତିଶତ ।
ବେସିକ୍ ସାଇନ୍ସ: ୯୦ ପ୍ରତିଶତ ।
ରାଜଧାନୀ କଲେଜ: ବିଜ୍ଞାନରେ ୮୪%, କଳାରେ ୭୦.୩୦% ଓ ବାଣିଜ୍ୟରେ  ୭୬ ପ୍ରତିଶତ  ।
ଚଳିତ ବର୍ଷ ନାମଲେଖା ପ୍ରକ୍ରିୟାକୁ ଗୋଟିଏ ଥରରେ ସାରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଭ ନିଷ୍ପତ୍ତି ନେଇଛି । ଜୁନ ୧୬ରୁ ୧୯ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମ ଲେଖା ହେବ  । ସେହିପରି ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ଜୁନ୍ ୨୨ରେ ପ୍ରକାଶ ପାଇବ  । ଏହା ପରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଜୁନ୍ ୨୪ରୁ ୨୮ଏବଂ ତୃତୀୟ ପର୍ଯ୍ୟାୟ ନାମଲେଖା ଯଥାକ୍ରମେ ଜୁଲାଇ ୫ ଓ ୬ ତାରିଖରେ ହେବ  । ଏ ବର୍ଷ ରାଜ୍ୟର ୧,୫୦୨ଟି ଜୁନିୟର କଲେଜରେ ୪ ଲକ୍ଷ ୬୪୩ଟି ସିଟରେ ନାମଲେଖା ହେବ  । କାଳରେ ୨ ଲକ୍ଷ୨୭ ହଜର ୭୯୦ଟି ସିଟ୍ ଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୩୦ହଜାର ୧୮ ଓ ବାଣିଜ୍ୟରେ ୪୨ ହଜାର ୮୩୫ ଟି ସିଟ୍ ରହିଛି । ଜୁଲାଇ ୬ରୁ +୨ ପାଠପଢ଼ା ଆରମ୍ଭ ହେବ  ।
  ଗତ ଏପ୍ରିଲ ୨୬ରେ ମ୍ୟାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ମୋଟ୍ ୮୫.୨୮ % ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ବାଲେଶ୍ୱର ଓ ଦେବଗଡରେ ଭଲ ଫଳାଫଳ ହୋଇଥିଲା । ସେହିପରି ମୟୂରଭଞ୍ଜ ଓ ମାଲକାନଗିରିରେ  ଫଳାଫଳ ଭଲ ହୋଇନଥିଲା ।୨୨ଟି ସ୍କୁଲରେ ଜଣେ ବି ଛାତ୍ରଛାତ୍ରୀ ପାସ୍ କରିନଥିଲେ । ୭୪୮ ସ୍କୁଲରେ ଶତପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିଲେ । ଗ୍ରେଡ୍ ଏ-୧ରେ ମୋଟ୍ ୨୪୧୬ଜଣ, ଗ୍ରେଡ୍-ଏ୨ରେ ୨୩,୪୭୨ଜଣ, ବି-୧ରେ ୬୧,୯୮୧, ବି-୨ରେ ୧,୦୧,୫୪୮, ସି ଗ୍ରେଡ୍ରେ ୧,୨୪,୨୮୨, ଡି ଗ୍ରେଡରେ ୧,୧୭,୯୭୫, ଇ ଗ୍ରେଡ୍ରେ ୫୪,୭୧୪ ଓ ଏଫ୍ ଗ୍ରେଡରେ ୭୬,୬୮୯ ଜଣ ଛାତ୍ରଛାତ୍ରୀ ପାସ କରିଥିଲେ ।
  ଚଳିତ ବର୍ଷ ମୋଟ୍  ୬ ଲକ୍ଷ ୫ ହଜାର ୭୧ଜଣ ମ୍ୟାଟ୍ରିକ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨,୩୮,୦୯୨ ଜଣ ପୁଅ ଏବଂ ୨,୪୭,୮୯୬ ଜଣ ଝିଅ ପାସ୍ କରିଥିଲେ ।

LEAVE A REPLY

Please enter your comment!
Please enter your name here