ପ୍ରକାଶ ପାଇଲା ତୃତୀୟ ପର୍ଯ୍ୟାୟ +୨ କଟ୍ ଅଫ୍ ମାର୍କ

1

ଭୁବନେଶ୍ୱର: +୨ରେ ନାମ ଲେଖା ପାଇଁ ସୋମବାର ତୃତୀୟ ପର୍ଯ୍ୟାୟ କଟଅଫ ମାର୍କ ପ୍ରକାଶ ପାଇଛି । ବିଜେପି କଲେଜରେ ନାମଲେଖା ପାଇଁ ବିଜ୍ଞାନରେ କଟ୍ ଅଫ୍ ମାର୍କ ୯୧.୨୦ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ୮୦.୬୭% ଓ କଳାରେ ୭୪.୫୦% ରହିଛି  । ସେହିଭଳି ରେଭେନ୍ସ କଲେଜରେ ବିଜ୍ଞାନରେ ତୃତୀୟ ପର୍ଯ୍ୟାୟ କଟଅଫ୍ ମାର୍କ ୯୧.୨୦ ପ୍ରତିଶତ ଥିବା ବେଳେ ବାଣିଜ୍ୟରେ  ୭୭.୧୭ ଓ କଳାରେ ୭୩ ପ୍ରତିଶତ ରହିଛି । ଖଲିକୋଟ୍ କଲେଜରେ ବିଜ୍ଞାନରେ ତୃତୀୟ ପର୍ଯ୍ୟାୟ କଟଅଫ୍ ମାର୍କ ୮୯.୩୩ % ରହିଥିବା ବେଳେ ବାଣିଜ୍ୟରେ ୬୩.୧୭ ଓ କଳାରେ ୬୧.୫୦ % ରହିଛି । ସେହିଭଳି ରମାଦେବୀରେ ନାମଲେଖାଇବା ପାଇଁ ବିଜ୍ଞାନରେ କଟଅଫ୍ମାର୍କ ୮୩.୬୭ % ରହିଥିବା ବେଳେ ବାଣିଜ୍ୟରେ ୬୨.୮୩% ଓ କଳାରେ ୭୦.୫୦% ରହିଛି । ଶୈଳବାଳା କଲେଜରେ ବିଜ୍ଞାନରେ ୮୨.୫୦ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ୭୩.୮୩ ଓ କଳାରେ ୭୨.୨୦ ପ୍ରତିଶତ ରଖିଥିବା ଛାତ୍ରଛାତ୍ରୀଙ୍କୁ ନାମ ଲେଖାର ସୁଯୋଗ ମିଳିବ । ପୁରୀ ଏସସିଏସ୍ କଲେରେ ନାମ ଲେଖା ପାଇଁ ବିଜ୍ଞାନରେ ତୃତୀୟ ପର୍ଯ୍ୟାୟ କଟଅଫ୍ ମାର୍କ ୭୧.୫୦% ରହିଥିବା ବେଳେ ବାଣିଜ୍ୟରେ ୫୮.୧୭% ରହିଛି । ପୂର୍ବରୁ ଗତ ଜୁନ୍ ୨୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ କଟ ଅଫ ମାର୍କ ତାଲିକା ପ୍ରକାଶ ପାଇଥିଲା  । ଏହାପୂର୍ବରୁ ଗତ ଜୁନ୍ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ କଟଅଫ୍ ତାଲିକା ପ୍ରକାଶ ପାଇଥିଲା ।
  ଚଳିତ ବର୍ଷ ନାମଲେଖା ପ୍ରକ୍ରିୟାକୁ ଗୋଟିଏ ଥରରେ ସାରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଭ ନିଷ୍ପତ୍ତି ନେଇଛି । ଜୁନ ୧୬ରୁ ୧୯ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମ ଲେଖା ସରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ୨୪ରୁ ୨୮ ଏବଂ ତୃତୀୟ ପର୍ଯ୍ୟାୟ ନାମଲେଖା ଯଥାକ୍ରମେ ଜୁଲାଇ ୫ ଓ ୬ ତାରିଖରେ ହେବ  । ଏ ବର୍ଷ ରାଜ୍ୟର ୧,୫୦୨ଟି ଜୁନିୟର କଲେଜରେ ୪ ଲକ୍ଷ ୬୪୩ଟି ସିଟରେ ନାମଲେଖା ହେବ । କାଳରେ ୨ ଲକ୍ଷ୨୭ ହଜର ୭୯୦ଟି ସିଟ୍ ଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୩୦ହଜାର ୧୮ ଓ ବାଣିଜ୍ୟରେ ୪୨ ହଜାର ୮୩୫ ଟି ସିଟ୍ ରହିଛି । ଜୁଲାଇ ୬ରୁ +୨ ପାଠପଢ଼ା ଆରମ୍ଭ ହେବ ।
  ଗତ ଏପ୍ରିଲ ୨୬ରେ ମ୍ୟାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ମୋଟ୍ ୮୫.୨୮ % ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ବାଲେଶ୍ୱର ଓ ଦେବଗଡରେ ଭଲ ଫଳାଫଳ ହୋଇଥିଲା । ସେହିପରି ମୟୂରଭଞ୍ଜ ଓ ମାଲକାନଗିରିରେ  ଫଳାଫଳ ଭଲ ହୋଇନଥିଲା ।୨୨ଟି ସ୍କୁଲରେ ଜଣେ ବି ଛାତ୍ରଛାତ୍ରୀ ପାସ୍ କରିନଥିଲେ । ୭୪୮ ସ୍କୁଲରେ ଶତପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିଲେ । ଗ୍ରେଡ୍ ଏ-୧ରେ ମୋଟ୍ ୨୪୧୬ଜଣ, ଗ୍ରେଡ୍-ଏ୨ରେ ୨୩,୪୭୨ଜଣ, ବି-୧ରେ ୬୧,୯୮୧, ବି-୨ରେ ୧,୦୧,୫୪୮, ସି ଗ୍ରେଡ୍ରେ ୧,୨୪,୨୮୨, ଡି ଗ୍ରେଡରେ ୧,୧୭,୯୭୫, ଇ ଗ୍ରେଡ୍ରେ ୫୪,୭୧୪ ଓ ଏଫ୍ ଗ୍ରେଡରେ ୭୬,୬୮୯ ଜଣ ଛାତ୍ରଛାତ୍ରୀ ପାସ କରିଥିଲେ ।
  ଚଳିତ ବର୍ଷ ମୋଟ୍  ୬ ଲକ୍ଷ ୫ ହଜାର ୭୧ଜଣ ମ୍ୟାଟ୍ରିକ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨,୩୮,୦୯୨ ଜଣ ପୁଅ ଏବଂ ୨,୪୭,୮୯୬ ଜଣ ଝିଅ ପାସ୍ କରିଥିଲେ ।

LEAVE A REPLY

Please enter your comment!
Please enter your name here