ପୋସ୍କୋ ଜମି ନେବ ଜିନ୍ଦଲ!ପାରାଦୀପରେ ହେବ ୧୦ ମିଲିୟନ ଟନ୍କ୍ କ୍ଷମତା ବିଶିଷ୍ଟ ମେଗା ଇସ୍ପାତ ପ୍ରକଳ୍ପ

0
2

ଭୁବନେଶ୍ବର:୫୦ହଜାର କୋଟି ଟଙ୍କା ବ୍ୟୟରେ ପାରାଦୀପଠାରେ ଏକ ୧୦ ମିଲିୟନ ଟନ୍କ୍ଷ ମତା ବିଶିଷ୍ଟ ମେଗା ଇସ୍ପାତ ପ୍ରକଳ୍ପ ପାଇଁ ସଜ୍ଜନ ଜିନ୍ଦଲଙ୍କ ଜେଏସ୍ଡବ୍ଲୁ୍ୟ ଷ୍ଟିଲ୍କୁ ରାଜ୍ୟ ସରକାର ଆଜି ଅନୁମତି ଦେଇଛନ୍ତି । ପସ୍କୋ ପାଇଁ ପ୍ରସ୍ତାବିତ ଜମିରେ ଜେଏସ୍ଡବ୍ଲୁ୍ୟ ନିଜର ଇସ୍ପାତ ପ୍ରକଳ୍ପ କରିବାକୁ ପ୍ରସ୍ତାବ ଦେଇଛି ବୋଲି ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସ୍ୱୀକାର କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଅଧ୍ୟକ୍ଷତାରେ ଆଜି ସଚିବାଳୟରେ ଅନୁଷ୍ଠିତ ହାଇଲେଭେଲ୍ କ୍ଲିଅରାନ୍ସ ଅଥରିଟି ବୈଠକରେ ଜେଏସ୍ଡବ୍ଲୁ୍ୟ ଷ୍ଟିଲ୍ ଗ୍ରୁପ୍ର ୨ଟି ପ୍ରକଳ୍ପ ସହ ମୋଟ ୧୦ଟି ପ୍ରକଳ୍ପକୁ ମଞ୍ଜୁରୀମିଳିଛି । ଏହା ଦ୍ୱାରା ରାଜ୍ୟରେ ୧.୧୦ ଲକ୍ଷକୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହ ୪୬,୦୫୪ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି । ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ଶ୍ରୀ ପାଢ଼ୀ କହିଛନ୍ତି ଯେ ଜେଏସ୍ଡବ୍ଲୁ୍ୟ ଗ୍ରୁପ୍ ୫୦ହଜାର କୋଟି ଟଙ୍କା ବ୍ୟୟରେ ଷ୍ଟିଲ୍ ପ୍ଲାଣ୍ଟ କରିବା ପାଇଁ ୪୫୦୦ ଏକର ଜମି ମାଗିଛି । ପାସ୍କୋ ଜମିରେ କମ୍ପାନୀ ତା’ର ଷ୍ଟିଲ୍ ପ୍ଲାଣ୍ଟ କରିବ କି ନାହିଁ, ସେ ପ୍ରସଙ୍ଗରେ ବୈଠକରେ କିଛି ଆଲୋଚନା ହୋଇନି କମ୍ପାନୀକୁ ପାରାଦୀପର କେଉଁଠି ଜମି ଦିଆଯିବ ତାହା ସ୍ଥିର ହୋଇନାହିଁ । ମାତ୍ର ପସ୍କୋ ପାଇଁ ପ୍ରସ୍ତାବିତ ଅଞ୍ଚଳରେ ପ୍ରକଳ୍ପ ପାଇଁ ଜେଏସଡ୍ବ୍ଲୁ୍ୟ ଗ୍ରୁପ୍ ପ୍ରସ୍ତାବ ଦେଇଛି ବୋଲି ସେ ସ୍ୱୀକାର କରିଛନ୍ତି । ଏହି ଷ୍ଟିଲ୍ ପ୍ଲାଣ୍ଟ ୪ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ହେବ ଓ ୩୦ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଜେଏସ୍ଡବ୍ଲୁ୍ୟ ଷ୍ଟିଲ୍ ନିଜସ୍ୱ ବନ୍ଦର ପାଇଁ ଆଗ୍ରହୀ ଅଛି, କିନ୍ତୁ ଏହି ପ୍ରସ୍ତାବହାଇଲେଭେଲ୍ କ୍ଲିଅରାନ୍ସ ଅଥରିଟି ବୈଠକକୁ ଆସିନାହିଁ । ତେବେ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜେଏସ୍ଡବ୍ଲୁ୍ୟଗ୍ରୁପ୍ ପୂର୍ବରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ପସ୍କୋ ପାଇଁ ପ୍ରସ୍ତାବିତ ଜମିରେ ପ୍ରକଳ୍ପ କରିବାକୁ ଇଚ୍ଛା ବ୍ୟକ୍ତ କରିବା ସହ ଇଡ୍କୋ ଦ୍ୱାରା ଅଧିଗୃହୀତ ଜମିରେ ପାଚେରି ନିର୍ମାଣ ନିମନ୍ତେ ପ୍ରସ୍ତାବ ଦେଇଥିଲା । ଏହି ପାଚେରି ନିର୍ମାଣ ପାଇଁ ହେଉଥିବା ସମସ୍ତ ଖର୍ଚ୍ଚ କମ୍ପାନୀ ପରବର୍ତ୍ତୀ ସମୟରେ ବହନ କରିବ ବୋଲି ପ୍ରତିଶ୍ରୁତି ଦେଇଛି । ଅନ୍ୟପକ୍ଷରେ ଆଜି ଅନୁଷ୍ଠିତ ହାଇଭେଲ୍ଲେ କ୍ଲିଅରାନ୍ସ ଅଥରିଟି ବୈଠକରେ ଜେଏସ୍ଡବ୍ଲୁ୍ୟ ଷ୍ଟିଲ୍ର ଅନ୍ୟ ଏକ ୩୭୦୦କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ (ବାର୍ଷିକ ୩୦ ମିଲିୟନ ଟନ୍ ଲୁହାପଥର ପରିବହନ ପାଇଁ ଯୋଡ଼ାରୁ ପାରାଦୀପ ପର୍ଯ୍ୟନ୍ତ ପାଇପ୍ଲାଇନ୍)କୁ ମଞ୍ଜୁରୀ ମିଳିଛି । ସେହିପରି ଏନ୍ଏଲ୍ସି ଥର୍ମାଲ ପାୱାର ଦ୍ୱାରା ୨୩,୫୬୯ କୋଟି ଟଙ୍କା ବ୍ୟୟରେ ଝାରସୁଗୁଡ଼ାରେ ୩୨୦୦ମେଗାୱାଟ୍ ବିଶିଷ୍ଟ ତାପଜ ବିଦୁ୍ୟତ୍କେ ନ୍ଦ୍ର ନିର୍ମାଣ ପ୍ରସ୍ତାବକୁ ବୈଠକରେ ଅନୁମୋଦନ ମିଳିଛି । ଏହାଦ୍ୱାରା ୩୩୨୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଅନ୍ୟ ପ୍ରକଳ୍ପ ମଧ୍ୟରେ ନାଲ୍କୋର ୭୧୦୦କୋଟି ଟଙ୍କାର ୨ଟି ପ୍ରକଳ୍ପ ଯଥା-ଅନୁଗୋଳରେ ୧୦ହଜାର କୋଟି ଟଙ୍କା ବ୍ୟୟରେ ସ୍ମେଲଟରର ସମ୍ପ୍ରସାରଣ(୫୭୦୦ନୂଆ ନିଯୁକ୍ତି ସୃଷ୍ଟି) ଓ ଦାମନଯୋଡ଼ିରେ ୪୩୫୭ କୋଟି ଟଙ୍କା ବ୍ୟୟରେ ଅତିରିକ୍ତ ୧ ମିଲିୟନ ଟନ୍ ରିଫାଇନାରୀ ସମ୍ପ୍ରସାରଣ(୧୪୬୨ ନୂଆ ନିଯୁକ୍ତି)କୁ ମଞ୍ଜୁରୀ ମିଳିଛି । ଝାରସୁଗଡ଼ାରେ ୪୨୫୨ କୋଟି ଟଙ୍କା ବ୍ୟୟରେ ଭୂଷଣ ପାୱାର ଆଣ୍ଡ ଷ୍ଟିଲ୍ର ବାର୍ଷିକ ୫.୫୦ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ ପ୍ଲାଣ୍ଟ, ନ୍ୟାସନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ୍ ଦ୍ୱାରା ୧୮୧୦ କୋଟି ଟଙ୍କା ବ୍ୟୟରେ ଧାମରାରେ ବାର୍ଷିକ ୨ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା, ପାରାଦୀପରେ ୯୪୫୯କୋଟି ଟଙ୍କା ବ୍ୟୟରେ ପିପିଏଲ୍ ସମ୍ପ୍ରସାରଣ, ପାରାଦୀପରେ ୧୭୫୦କୋଟି ଟଙ୍କା ବ୍ୟୟରେ ଦୀପକ ଫର୍ଟିଲାଇଜର୍ସ ଆଣ୍ଡ ପେଟ୍ରୋକେମିକାଲ୍ସ କର୍ପୋରେସନ୍ର ସମ୍ପ୍ରସାରଣ, ରାଜଗାଙ୍ଗପୁରରେ୧୯୯୫ କୋଟି ଟଙ୍କା ବ୍ୟୟରେ ଓସିଏଲ୍ ସିମେଣ୍ଟ ପ୍ଲାଣ୍ଟ ସମ୍ପ୍ରସାରଣ ପାଇଁ ଆସିଥିବା ପ୍ରସ୍ତାବକୁ ହାଇଭେଲ୍ଲ କ୍ଲିଅରାନ୍ସ ଅଥରିଟି ମଞ୍ଜୁରୀ ଦେଇଛନ୍ତି । ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରଫୁଲ୍ଲ ମଲ୍ଲିକ ଓ ସୁଶାନ୍ତ ସିଂଙ୍କ ସମେତ ମୁଖ୍ୟ ସଚିବ, ଉନ୍ନୟନ କମିଶନର, ଶିଳ୍ପ ସଚିବ ସଞ୍ଜିବ ଚୋପ୍ରା, ସଚିବ ପ୍ରଦୀପ କୁମାର ଜେନା ଓ ମନୋଜ ଆହୁଜା ପ୍ରମୁଖ ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here