You are here
Home > ଅଧିକ ଖବର > ପୋଲିସର ନିର୍ଯ୍ୟାତନା,  ଆତ୍ମହତ୍ୟା କଲେ ଯୁବକ

ପୋଲିସର ନିର୍ଯ୍ୟାତନା,  ଆତ୍ମହତ୍ୟା କଲେ ଯୁବକ

କନ୍ଧମାଳ, କନ୍ଧମାଳରେ ଆଜି ଏକ ଅଭାବନୀଯ ଘଟଣା ଘଟିଥିବାର ଦେଖିବାକୁ ମିଳିଛି । ଫିରିଙ୍ଗିଆରେ ପୋଲିସ ନିର୍ଯାତନା ସହି ନପାରି କୀଟନାଶକ ପିଇ ଯୁବକଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସୁଚନାରୁ ପ୍ରକାଶ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ସଖିପଡା ଗାଁରେ ଶ୍ରୀବତ୍ସ ନାୟକ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଘରୋଇ କଳି ପରେ ସେମାନେ ଥାନାର ଦ୍ୱାରସ୍ଥ ହୋଇଥିଲେ । ତେବେ ସ୍ୱାମୀ ସ୍ତ୍ରୀ କଳି ସମାଧାନ କରିବା ପରିବର୍ତେ ପୋଲିସ ଓଲଟା ଶ୍ରୀବତ୍ସଙ୍କୁ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି । ଏହା ସହ ଶ୍ରୀବତ୍ସଙ୍କ ଠାରୁ ଜୋର କରି ଛାଡପତ୍ର ଲେଖାଇ ନେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଫଳରେ କୀଟନାଶକ ପିଇ ଦେଇଥିଲେ ଶ୍ରୀବତ୍ସ ନାୟକ । ତାଙ୍କୁ ମେଡିକାଲ ଆଣିବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଛି । ପୋଲିସର ନିର୍ଯାତନା ସହି ନପାରି ତାଙ୍କ ବାପା ଆତ୍ମହତ୍ୟା କରିଥିବା ଶ୍ରୀବତ୍ସଙ୍କ ଦୁଇ ପୁଅ କନ୍ଧମାଳ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତେବେ ଘରୋଇ କଳିରୁ ଶ୍ରୀବତ୍ସ ଆତ୍ମହତ୍ୟା କରିଥିବା ଏସପି କହିଛନ୍ତି । ଏହା ସହ ପୋଲିସ ବିରୋଧରେ ଆସିଥିବା ଅଭିଯୋଗ ସଂପର୍କରେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସପି କହିଛନ୍ତି ।

 

Loading...
ONA

Leave a Reply

Top