ପେଟ୍ରୋଲ ପମ୍ପ ସାମ୍ନାରେ ବିଜେଡ଼ି ଯୁବକର୍ମୀଙ୍କ ବିକ୍ଷୋଭ

1

ଭୁବନେଶ୍ୱର: ଅହେତୁକ ପେଟ୍ରୋଲ ଓ ଡ଼ିଜେଲ ତୈଳଦର ବୃଦ୍ଧି ପ୍ରତିବାଦରେ ବିଜେଡ଼ି ଛାତ୍ର ଓ ଯୁବ ସଂଗଠନ ପକ୍ଷରୁ ଆଜି ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ଧାରଣା ଦିଆଯାଇଛି । ବାରମ୍ବାର ତୈଳଦର ବୃଦ୍ଧି ପାଉଥିବା ଯୋଗୁଁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପାଇବାରେ ମଧ୍ୟ ଲାଗିଛି । ଆନ୍ତର୍ଜାତିକ ତୈଳ ବଜାରରେ ତୈଳଦର ହ୍ରାସ ପାଇଥିବା ସତ୍ତେ୍ୱ ଓଡ଼ିଶା ସମେତ ଭାରତର ପ୍ରାୟ ସମସ୍ତ ରାଜ୍ୟରେ ତେଲଦର ଅତିମାତ୍ରାରେ ବଢି ବଢି ଚାଲିଛି ।

ପେଟ୍ରୋଲ ଓ ଡ଼ିଜେଲ୍ର ମାତ୍ରାଧିକ ଦରବୃଦ୍ଧିକୁ ବିରୋଧ କରି ବିଜେଡ଼ିର ଛାତ୍ର ଓ ଯୁବ ଛାମୁଆ ବାହିନୀ ତରଫରୁ ଶାନ୍ତିପୂର୍ଣ୍ଣ ଭାବରେ ରାଜ୍ୟସାରା ଧାରଣା ଦିଆଯାଉଛି । ଦିନ ୯ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ବିଜେଡ଼ିର ଯୁବକର୍ମୀମାନେ ଏହି ଶାନ୍ତିପୂର୍ଣ୍ଣ ଧାରଣାରେ ବସିରହି ତୈଳଦରକୁ ବିରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here