You are here
Home > ଗସିପ ଖବର > ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଗାଁକୁ ନାହିଁ ରାସ୍ତା

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଗାଁକୁ ନାହିଁ ରାସ୍ତା

ଝାରସୁଗୁଡା: ଦେଶର ବିକାଶର ଗାଥା ଗାଉଛି ଓଡିଶା । ଏହି ପ୍ରଦେଶରୁ ଦାରିଦ୍ର୍ୟ ହ୍ରାସ ପାଉଛି ବୋଲି ଏଭଳି ସାବାସୀ ସାର୍ଟିଫିକେଟ୍ ଦେଇ ଚାଲିଗଲେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ଗଦଗଦ ହୋଇଗଲେ ଶାସକ ଦଳ ବିଜେଡି । କିନ୍ତୁ ବାସ୍ତବତା ଅଲଗା । ଏଠି ତ ମୁଖ୍ୟମନ୍ତ୍ରୀଙ୍କ ଗାଁ ଲୋକ କଚ୍ଚା ସଡକ ଦେଖି ପାରିଲେ ନାହିଁ । କେଉଁ ଉପାନ୍ତ ଜିଲ୍ଲା ନୁହେଁ, ରାଜ୍ୟର ଶିଳ୍ପଭିତ୍ତିକ ଜିଲ୍ଲାର ମାନ୍ୟତା ପାଇଥିବା ଝାରସୁଗୁଡାର ଅସଲ ଚିତ୍ର । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ବନ୍ଧପାଲି ପଞ୍ଚାୟତକୁ ଦେଖିଲେ ସବୁ କିଛି ବୁଝା ପଡିବ ।   
ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକର ବନ୍ଧପାଲି ପଞ୍ଚାୟତର ଠାକୁରପଡା । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଘର । ଓଡିଶା ରାଜନୀତିରେ ବ୍ୟସ୍ତତା ଭିତରେ ମଧ୍ୟ ନିଜ ଗାଁ ରେ ସବୁବେଳେ  ଉପଲବ୍ଧ  ହେମା ବାବୁ । ୪ ହଜାର ୩୦୪ ଜନସଂଖ୍ୟା ବିଶିଷ୍ଟ ବନ୍ଧପାଲିି ପଞ୍ଚାୟତରେ ୩ ହଜାର ୪୨୧ ଭୋଟର । ୧୨ଟି ୱାର୍ଡକୁ ନେଇ ଗଠିତ ଏହି ପଞ୍ଚାୟତରେ ୪୮ ପ୍ରତିଶତ ଆଦିବାସୀ ବାସ କରନ୍ତି । ବନ୍ଧପାଲି ସମେତ ଭାଲୁପତ୍ରା, ଠାକୁରପଡା, ସିଆଲରମା, ଭୂର୍ଷିମାଲ, ପୁଡିଡିହି ରାଜସ୍ୱ ଗ୍ରାମ ସମେତ ପରେଖପଡା ନାମକ ଏକ ହାମଲେଟ୍ ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ହେମା ବାବୁଙ୍କ ପଞ୍ଚାୟତର ବନ୍ଧପାଲି ଓ ସିଆଲରମା ଗ୍ରାମକୁ ଛାଡି ଦେଲେ ଅନ୍ୟ ଗାଁଗୁଡିକରେ ପାନୀୟ ଜଳ ସମସ୍ୟା ଉକ୍ରଟ । ବନ୍ଧପାଲି ପଟରୁ ମୁଖ୍ୟ ସଡକରୁ ଠାକୁରପଡା ଗ୍ରାମକୁ ଯାଇଥିବା ବନ୍ଧକଟାର କଚା ରାସ୍ତା ଆଜିଯାଏ ପକ୍କା ହୋଇ ପାରିଲା ନାହିଁ । ସେହିଭଳି ଭାଲୁପତ୍ରା, ଭୂର୍ଷିମାଲ ଗାଁକୁ ପକ୍କା ରାସ୍ତା ନାହିଁ । ଆଦିବାସୀ ଗାଁ ପରେଖପଡାବାସୀଙ୍କ ଅବସ୍ଥା ସବୁଠାରୁ  ଦୟନୀୟ । ୨୫ଘର ଥିବା ଏହି ପଡାରେ ଶହେରୁ ଊଦ୍ଧ୍ୱର୍  ଭୋଟର ରହିଛନ୍ତି । ଗା୍ରମବାସୀଙ୍କ ସମସ୍ୟା କାହିଁରୁ କେତେ । ଗାଁକୁ ରାସ୍ତାଟିଏ ନାହିଁ । ଏକ ଜଙ୍ଗଲ ମଧ୍ୟରେ ରହିଥିବା ଏହି ଗାଁ  ପାଇଁ ଏକ ମାଟି ରାସ୍ତା ହିଁ ଭରସା । ବିଜୁଳି ଦେଖି ନଥିବା ଗ୍ରାମବାସୀ ସରକାରୀ କିରାସିନିରେ ଡିବିରି ଜାଳି ରାତି ଅନ୍ଧାରର ମୁକାବିଲା କରୁଛନ୍ତି । ପୁଣି ଠିକ୍ ସମୟରେ କିରାସିନି ମିଳୁ ନଥିବାରୁ ସେମାନଙ୍କୁ ବାହାରୁ ଚଢା ଦରରେ କିଣିବାକୁ ପଡୁଛି । ବିଜୁଳି  ସଂଯୋଗ ପାଇଁ ବହୁ ବର୍ଷ ହେଲା ଯୋଜନା ମଞ୍ଜୁର ହୋଇ ରହିଛି । କେବଳ ରାସ୍ତା କଡରେ କିଛି ବିଜୁଳି ଖୁଣ୍ଟ ପକାଇ ଦିଆ ଯାଇ ଦାୟିତ୍ୱ ସାରି ଦିଆଯାଇଛି । ସ୍ୱାସ୍ଥ୍ୟସେବା କଥା ନକହିବା ଭଲ । ଏବେ ପଞ୍ଚାୟତ ନିର୍ବାଚନ ଆସି ଥିବାରୁ ନେତା ଓ ଚେଲାମାନେ ମାଳମାଳ ହୋଇ ବୁଲୁଥିବାର ଦେଖାଯାଉଛି ସିନା । ହେଲେ ସମସ୍ୟା ସମାଧାନରେ ସେମାନଙ୍କର ଆନ୍ତରିକତା ନାହିଁ । ସେଥିପାଇଁ ବନ୍ଧପାଲି ପଞ୍ଚାୟତବାସୀ କହୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମା ବାବୁ ତ ପାରିଲେନି ଅନ୍ୟମାନଙ୍କ କଥା ଛାଡ ।

Loading...
ONA

Leave a Reply

Top