ପୂର୍ବତନ ବିଧାୟକଙ୍କ ଯୌନ ବ୍ୟଭିଚାର ଭିଡିଓ ଭାଇରାଲ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର, ବିଭିନ୍ନ ସମୟରେ ସେକ୍ସ ଭିଡିଓ ଭାଇରାଲ ହେବା ଦେଖାଯାଇ ଆସିଛି । ଏଥିରେ କୌଣସି ସାଧାରଣ ଯୁବକ କି ପ୍ରେମ ବ୍ୟାପର ଘଟଣା ନୁହେଁ । ଏଭଳି ଗୁରୁତର ଅଭିଯୋଗ ଆସିଛି ଶାସକ ବିଜେଡିର ଜଣେ ନେତାହ୍କ ବିରୋଧରେ । ଆଦିବାସୀ ଅଧିସୁତ ଜିଲ୍ଲା କନ୍ଧମାଳର ପୂର୍ବତନ ବିଧାୟକ ଦେବେନ୍ଦ୍ର କଅଁର ଜଣେ ଯୁବତୀଙ୍କ ସହ ଜୋର ଜବରଦସ୍ତ ସଂପର୍କ ରଖିବାକୁ ବାଧ୍ୟ କରୁଥିବା ସମୟର ଭିଡିଓ ଏବେ ଭାଇରାଲ ହୋଇଛି ।
କିଛିଦିନ ତଳେ ଫୁଲବାଣୀର ଜଣେ ଯୁବତୀ କଅଁରଙ୍କ ନାଁରେ ପୋଲିସ ଷ୍ଟେସନରେ ଅସଦାଚରଣର ଅଭିଯୋଗ ଆଣିଥିଲେ । ଉକ୍ତ ଯୁବତୀ ତାଙ୍କ ମାଆଙ୍କ ସହ ଆସି କୋହରଙ୍କ ନାମରେ ଅଭିଯୋଗ ଲିଖିତ ଆକାରରେ ଦାଖଲ କରିଥିଲେ । ଯୁବତୀ ଜଣଙ୍କ ସୂଚନା ଦେଇ କହଛନ୍ତି ଯେ, ୍ ଦେବେନ୍ଦ୍ର ତାଙ୍କ ସହେଯାଗୀ ରିଙ୍କୁ ସହ କିଛି ଦିନ ତଳେ ତାଙ୍କ ଘରେ ପଶି ଥିଲେ ଏବଂ କାହିଁକି ତାଙ୍କ ସହ ସମ୍ପର୍କ ରଖୁନାହାନ୍ତି ସେ ନେଇ ଧମକ ଚମକ ଦେଇଥିଲେ । ଝିଅ ସଂପର୍କ ରଖୁନଥିବାରୁ ଏଥିନେଇ ତାଙ୍କ ମାଆଙ୍କୁ ମଧ୍ୟ ସେ ମାଡ ମାରିଥିଲେ ବୋଲି ଅଭିଯୋଗ କରାଯାଇଛି । ପୋଲିସ ମାମଲା ରୁଡୁ କରିଥିଲେ ମଧ୍ୟ ଏପଯ୍ୟନ୍ତ କୌଣସି କାଯ୍ୟନୁଷ୍ଠାନ ନ ନେବାରୁ ତାକୁ ନେଇ ଉଠିଛି ପ୍ରଶ୍ନ ।
ପୋଲିସର କାଯ୍ୟନୁଷ୍ଠାନ କେବଳ ପୀଡିତାର ବୟାନ ରେକର୍ଡରେ ସୀମିତ ରହିଛି । ଯୁବତୀ ଜଣଙ୍କ ତାଙ୍କ ବୟାନରେ ଦେବେନ୍ଦ୍ରଙ୍କ ସଂପର୍କରେ କହିଛନ୍ତି, ଏମିତି ସିଏ ଅନେକ ଝିଅକୁ ହଇରାଣ କରୁଛି , ବ୍ଲାକମେଲ ମଧ୍ୟ କରୁଛି । ଯୁବତୀଙ୍କ ମାଆ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୋତେ ବାଡାବାଡି କରିବା ସହ ମୋର ଝିଅକୁ ଧମକାଇ ଥିଲା ଏବଂ ମୋ ଝିଅକୁ ବାହା ହେବାକୁ କହିଥିଲା ।
ସେପଟେ କନ୍ଧମାଳ ଅତିରିକ୍ତ ଏସପି ଉକ୍ରଳ ରଞ୍ଜନ ଦାସ କହିଛନ୍ତି ଯେ, ପୋଲିସ ଉପରେ ଭରସା ରଖନ୍ତୁ, ନିଶ୍ଚୟ ନ୍ୟାୟ ମିଳିବ ଏବଂ ଅଭିଯୁକ୍ତକୁ ଆମେ ଖୋଜୁଛୁ, ମିଳିବା ମାତ୍ରେ ତାଙ୍କୁ ଗିରଫ କରିବୁ । ଏହି ବାବଦରେ ଆମେ ଏସଡିଓ ଓ ଆଇଏସଡିଓଙ୍କୁ ସୂଚନା ଦେଇଛୁ ।
ସୂଚନାରୁ ପ୍ରକାଶ, କଅଁର ବିବାହିତ ହୋଇ ମଧ୍ୟ ଏକାଧିକ ଯୁବତୀଙ୍କ ସହ ସମ୍ପର୍କ ରଖି ବ୍ଲାକମେଲିଂ କରୁଥିବା ନେଇ ଯୁବତୀ ଜଣଙ୍କ ଏଫୟାର ଦର୍ଶାଇଛନ୍ତି । ତେବେ ଭିଡିଓରେ ଥିବା ଯୁବତୀ ଜଣଙ୍କ କିଏ ସ୍ପଷ୍ଟ ଭାବେ ଜଣା ପଡୁନଥିବା ବେଳେ ଜଣେ ଜନପ୍ରତିନିଧିଙ୍କ ଯୌନ କେଳେଙ୍କାରୀ ବିଷୟକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଧରିଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here