ପୂର୍ବତନ ବିଧାୟକଙ୍କ ଗାଡିକୁ ବୋମାମାଡ଼

ଢ଼େଙ୍କାନାଳ,: ବୋମାମାଡ଼ । ତାହା ପୁଣି ପୂବର୍ତନ ବିଧାୟକଙ୍କ ଗାଡି ଉପରକୁ । ଆଜି ଢ଼େଙ୍କାନାଳ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ଗାଡି ଉପରକୁ ବୋମାମାଡ଼ ହୋଇଛି । ଯଦିଓ ଏଥିରେ ବିଶେଷ କିଛି କ୍ଷତି ହୋଇନାହିଁ ତଥାପି ବୋମାମାଡ଼ରେ ଗାଡିର ପଛ କାଚ ଭାଙ୍ଗିଯାଇଛି ।

ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି । ମିଳିଥିବା ରିପୋର୍ଟ ଅନୁସାରେ, ନୂଆ ଠାକୁରପାଳ ଅଞ୍ଚଳରୁ ପରିଦର୍ଶନରେ ଯାଇଥିଲେ ପୂବତନ ବିଧାୟକ ନବୀନ ନନ୍ଦ । ଠିକ ଏହି ସମୟରେ ତାଙ୍କ ଗାଡି ଉପରକୁ ବୋମାମାଡ଼ ହୋଇଥିଲା । ରାଜନୈତିକ ଉଦ୍ଦେଶ୍ୟରେ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here