ପୂର୍ବତଟ ରେଲୱେରେ ଆଉ ଗଡିବନି ଡିଜେଲ୍‌ ଇଞ୍ଜିନ୍‌ , ସବୁ ଟ୍ରାକ୍‌ରେ ଚାଲିବ ଇଲେକ୍ଟ୍ରି ଇଞ୍ଜିନ୍‌

ଭୁବନେଶ୍ୱର : ପୂର୍ବତଟ ରେଲୱେରେ ଆଉ ଗଡିବନି ଡିଜେଲ୍‌ ଇଞ୍ଜିନ୍‌ । ଏଣିକି ସବୁ ଟ୍ରାକ୍‌ରେ ଇଲେକ୍ଟ୍ରି ଇଞ୍ଜିନ୍‌ ଚାଲିବ। ଏଥର  ବଜେଟ୍‌ରେ ବ୍ୟବସ୍ଥା କରାଯାଇଛି। ମଙ୍ଗଳବାର ଏମିତି ସୂଚନା ଦେଇଛି ପୂର୍ବତଟ ରେଲୱେ । ଚଳିତ ବଜେଟରେ ପୂର୍ବତଟ ରେଲୱେକୁ ୬୫୬୩ କୋଟି ଟଙ୍କାର ଅନୁଦାନ ମିଳିଛି।  ଏଥିରୁ ବିଦ୍ୟୁତରଣ ବାବଦକୁ ୫୬୩ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହାଛଡ଼ା ସବୁ ଷ୍ଟେସନ ଉନ୍ନତିକରଣ ଓ ମଞ୍ଚେଶ୍ୱର ୱାଗନ ମରାମତି କାରଖାନା ଉନ୍ନତିକରଣ ପାଇଁ ଅନୁଦାନ ମିଳିଛି। ଅନ୍ୟପକ୍ଷରେ ଓଭରବ୍ରିଜ୍ ଏବଂ ଅଣ୍ଡରବ୍ରିଜ୍ ପାଇଁ ୧୯୦ କୋଟିର ଅନୁଦାନ ଦିଆଯାଇଛି। ଭଦ୍ରକ ଓ କଟକ ଷ୍ଟେସନରେ ୬ ମିଟର ଚଉଡ଼ା ଫୁଟ୍ ଓଭରବ୍ରିଜ୍ ନିର୍ମାଣ କରାଯିବ। ଏଥିପାଇଁ କାମ ଖୁବ୍‌କ୍ଷୀପ୍ର ବେଗରେ ଆଗେଇ ଚାଲିଛି। ଆସନ୍ତା ସ୍ୱାଧୀନତା ଦିବସ ସୁଦ୍ଧା ଫୁଟ୍ ଓଭରବ୍ରିଜ୍ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ପୂର୍ବତଟ ରେଲୱେ ଜିଏମ୍ ଉମେଶ ସିଂ କହିଛନ୍ତି ।

ସେହିପରି ମଞ୍ଚେଶ୍ୱର ୱାଗନ ମରାମତି କାରଖାନା ଉନ୍ନତିକରଣ ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି। ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ପାଇଁ ୬୨୫ କୋଟି, ତାଳଚେର-ବିମଳାଗଡ଼ ରେଳ ଲାଇନ ପାଇଁ ୩୦୦ କୋଟି, ଜୟପୁର-ମାଲକାନଗିରି ରେଳ ଲାଇନ ପାଇଁ ୯୫ କୋଟି, ଜୟପୁର-ନବରଙ୍ଗପୁର ରେଳ ଲାଇନ ପାଇଁ ୧୫୦ କୋଟି ଅନୁଦାନ ଦିଆଯାଇଛି।  ଏହାଛଡ଼ା ଅନୁଗୋଳ-ସୁକିନ୍ଦା ପାଇଁ ୨୦୦ କୋଟି, ଦୈତାରୀ-ବାଂଶପାଣି, ହରିଦାଶପୁର-ପାରାଦୀପ ୨୦୦ କୋଟି, ଖୋର୍ଦ୍ଧା ରୋଡ୍‌-ବଲାଙ୍ଗିର ୬୨୫ କୋଟି, ଲାଞ୍ଜିଗଡ଼ ରୋଡ୍‌-ଜୁନାଗଡ଼ ୧ କୋଟି, ତାଳଚେର-ବିମଳାଗଡ଼ ୩୦୦ କୋଟି, ଜୟପୁର-ମାଲକାନଗିରି ୯୫ କୋଟି, ଜୟପୁର-ନବରଙ୍ଗପୁର ଦେଢ଼ ଶହ କୋଟି, ନୂଆପଡ଼ା-ଗୁଣପୁର ଥେରୁବାଲି ନୂଆ ବ୍ରୋଡ଼୍‌ଗେଜ୍‌ ଲାଇନ୍‌ ୧ କୋଟି ଟଙ୍କେ ଅନୁଦାନ କରାଯାଇଛି। ଏହି ପ୍ରକଳ୍ପ ଗୁଡ଼ିକର କାମ ଦୃତ ଗତରେ କଲେ ଆହୁରି ଅର୍ଥ ମିଳିପାରିବ ବୋଲି ଇଷ୍ଟକୋଷ୍ଟ ରେଲେୱେ ଜିଏମ୍‌ ଉମେଶ ସିଂହ କହିଛନ୍ତି। ସେହିପରି ଝାରସୁଗୁଡ଼ା-ରେଙ୍ଗାଲି, ସମ୍ୱଲପୁର-ରେଙ୍ଗାଲି, ଖୋର୍ଦ୍ଧା-ବାରଙ୍ଗ, କଟକ-ବାରଙ୍ଗ, ସମ୍ୱଲପୁର-ତାଳଚେର, ଡେଲାଙ୍ଗ-ପୁରୀ, ସମ୍ୱଲପୁର-ଟିଟିଲାଗଡ଼, ବାଂଶପାଣି-ଦୈତାରି, ଆଠଗଡ଼-ବାରଙ୍ଗ, ଭଦ୍ରକ଼-ନିର୍ଗୁଣ୍ଡି, ବିଜୟନଗ୍ରମ-ସମ୍ୱଲପୁର ଥାର୍ଡ ଲାଇନ୍‌ ପ୍ରମୁଖ ପାଇଁ ମଧ୍ୟ ମଞ୍ଜୁର କରାଯାଇଥିବା ସେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here