You are here
Home > Breaking News > ପୁରୀ ବଡ଼ ଦାଣ୍ଡକୁ ‘ନୋ ଫ୍ଲାଇଂ ଜୋନ୍’ କରି ହେବ ନାହିଁ

ପୁରୀ ବଡ଼ ଦାଣ୍ଡକୁ ‘ନୋ ଫ୍ଲାଇଂ ଜୋନ୍’ କରି ହେବ ନାହିଁ

ଭୁବନେଶ୍ୱର: ପୁରୀ ବଡ଼ଦାଣ୍ଡକୁ ନୋ ଫାଇନ୍ ଜୋନ୍ରେ ପରିଣତ କରିବା ପାଇଁ ପ୍ରଶାସନ ପକ୍ଷରୁ କରାଯାଇଥିବା ଦାବିକୁ କେନ୍ଧ୍ର ସରକାରଙ୍କ ବେସାମରୀକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଗ୍ରାହ୍ୟ କରି ଦେଇଛି । ଏ ସଂପର୍କରେ ପୁରୀ ଏସ୍ପି ସାର୍ଥକ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଉକ୍ତ ଅଞ୍ଚଳ ହେଉଛି ଇଣ୍ଟରନ୍ୟାସନାଲ ଫ୍ଲାଇଂ ରୁଟ୍ । ଏଠାରେ ବିମାନ ଗୁଡ଼ିକ ୩୫ ହଜାର ଫୁଟ୍ ଉପରେ ଉଡୁଥିବାରୁ କୌଣସି ବିପଦର ସମ୍ଭାବନା ନାହିଁ । ୧୦ ହଜାର ଫୁଟ୍ ତଳକୁ ଆସିଲେ ସିଗନାଲ୍ ଦିଆଯିବ । ଏଣୁ ଏହି ରୁଟ୍ ଦେଇ କୌଣସି ବିମାନ ଯାତାୟତକୁ ବନ୍ଦ କରିବା ସମ୍ଭବ ନୁହେଁ ବୋଲି ଦର୍ଶାଇ ମନ୍ତ୍ରଣାଳୟ ପୁରୀ ପ୍ରଶାସନକୁ ମନା କରିଦେଇଛି । ଫଳରେ ପ୍ରଶାସନକୁ ଏଥିନେଇ ନିରାଶ ହେବାକୁ ପଡିଛି ।

Loading...
ONA

Leave a Reply

Top