You are here
Home > ଲାଟେଷ୍ଟ > ପୁଣି ଲଜ୍ଜା : ବୌଦ୍ଧରେ ଦୁଇ  ସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ

ପୁଣି ଲଜ୍ଜା : ବୌଦ୍ଧରେ ଦୁଇ  ସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ

ବୌଦ୍ଧ: କୁନ୍ଦୁଲି ଘଟଣାକୁ ନେଇ ସାରା ରାଜ୍ୟ ଉଠପଡ଼ ହେଉଥିବା ବେଳେ ବୌଦ୍ଧରୁ ଆସିଛି ଲଜ୍ଜାଜନକ ଘଟଣା। ଦୁଇଜଣ ସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା କଣ୍ଟାମାଳ ଥାନାରେ ଅଭିଯୋଗ ହୋଇଛି । ସେପଟେ କରଞ୍ଜିଆ ବଡ଼ବେଦନା ଗାଁରେ ଦିବ୍ୟାଙ୍ଗ ବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ବୌଦ୍ଧରେ ଲଜ୍ଜା । ଗୋଟିଏ ଦିନରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଦୁଇଜଣ ସ୍କୁଲ ଛାତ୍ରୀ । ନବମ ଶ୍ରେଣୀର ଜଣେ ଛାତ୍ରୀ ତାଙ୍କ ପ୍ରତି ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ କରିଥିବା ବେଳେ ଦଶମ ଶ୍ରେଣୀର ଛାତ୍ରୀ ଜଣକ ତାଙ୍କର ଜଣେ ସହପାଠୀ ଦ୍ବାରା ବାରମ୍ବାର ଦୁଷ୍କର୍ମର ଶିକାର ହୋଇଥିବା କହିଛନ୍ତି । କଣ୍ଟାମାଳ ଥାନା ଅନ୍ତର୍ଗତ ଦିଗୁଲମାଲ ଗାଁର ଏହି ନବମ ଶ୍ରେଣୀର ଛାତ୍ରୀ ଜଣକ ପାଖ କୁଡ଼ିବାହାଲ ଗାଁକୁ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ଜଣେ ସମ୍ପର୍କୀୟ ଜେଜେ ମାଆଙ୍କ ସହ ସେ ଶୌଚ ହେବାକୁ ଯାଇଥିବା ବେଳେ ୨ ଜଣ ଯୁବକ ତାଙ୍କୁ ଉଠାଇ ନେଇ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି।  ସେହି କଣ୍ଟାମାଳ ଥାନା ଅନ୍ତର୍ଗତ କୁମ୍ଭେରବନ୍ଧ ଗାଁର ଦଶମ ଶ୍ରେଣୀର ଛାତ୍ରୀ । ତାଙ୍କରି କ୍ଲାସର ଜଣେ ସହପାଠୀ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି । ସଂପୃକ୍ତ ବାଳକ ଏବେ ରାଜ୍ୟ ବାହାରକୁ ଚାଲି ଯାଇଥିବା ବେଳେ ଥାନାରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ପୀଡ଼ିତା । ଦୁଇଟି ଯାକ ଅଭିଯୋଗରେ ମାମଲା ରୁଜୁ କରିଛି କଣ୍ଟାମାଳ ଥାନା ପୋଲିସ୍ । ଘଟଣାର ତଦନ୍ତ ଚାଲିଛି, ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି କହିଛନ୍ତି ଥାନା ଅଧିକାରୀ । ବୌଦ୍ଧରେ ଦୁଇ ସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ବେଳେ ମୟୂରଭଞ୍ଜ କରଞ୍ଜିଆରେ ସମାନ ଦଶା ଭୋଗିଛନ୍ତି ଜଣେ ଦିବ୍ୟାଙ୍ଗ ବାଳିକା । ତିରିଂ ଥାନା ବଡ଼ବେଦନା ଗାଁର ଦିବ୍ୟାଙ୍ଗ ବାଳିକାଙ୍କୁ ଦୁଇଜଣ ଦୁର୍ବୃତ୍ତ, ଘରେ ପଶି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Loading...
ONA

Leave a Reply

Top