ପୁଣି ବିରୋଧ : ପାଣିଟାଙ୍କି ଉଦ୍‌ଘାଟନକରିବାକୁ ଯାଇ ହଟ୍ଟହଟ୍ଟା ହେଲେ ସାଂସଦ ବୈଜୟନ୍ତ ପଣ୍ଡା

1

କେନ୍ଦ୍ରାପଡା :ପୁଣି କେନ୍ଦ୍ରପଡ଼ାରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିରୋଧ । ସ୍ଥାନୀୟ ଅଣ୍ଡରା ଗାଁରେ ଏକ ପାଣିଟାଙ୍କି ଉଦ୍‌ଘାଟନ ଏବଂ ପାଟକୁରା ତାଳସଙ୍ଗା ଗାଁରେ ଏକ ସମ୍ବର୍ଦ୍ଧନା ସଭାରେ ଯୋଗ ଦେବାକୁ ଯାଇଥିବା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ସେଠାରେ ସ୍ଥାନୀୟ ଲୋକଙ୍କ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା । ଅସନ୍ତୁଷ୍ଟ ଲୋକଭାବେ ସଭାମଂଚ ଭଙ୍ଗାରୁଜା କରିଥିବା ବେଳେ ବ୍ୟାନର ସବୁକୁ ଚିରି ଦେଇଥିଲେ । ଫଳରେ ବାଧ୍ୟ ହୋଇ ସାଂସଦଙ୍କୁ ସଭା ବାତିଲ କରିବାକୁ ପଡ଼ିଥିଲା ।

ପୁଣି କେନ୍ଦ୍ରାପଡ଼ାରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିରୋଧସଭାମଞ୍ଚ ଭଙ୍ଗାରୁଜା ସହ ବ୍ୟାନର ପୋଷ୍ଟର ଚିରିଲେ ଲୋକେ । ସାଂସଦ ବୈଜୟନ୍ତ ପଣ୍ଡା ବର୍ଷ ବର୍ଷ ଧରି  ସ୍ଥାନୀୟ ଲୋକଙ୍କ ଦୁଃଖସୁଖରେ ଠିଆ ହୋଇନଥିବା ବେଳେ  ସାଂସଦ ପାଣ୍ଠିରୁ ନିର୍ମିତ  ପାଣିଟାଙ୍କି ଉଦ୍‌ଘାଟନ କରି ମିଛ ବାହା ବା ନେବାକୁ ଚେଷ୍ଟା କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ । ଅଣ୍ଡରା ଗାଁରେ ପାଣିଟାଙ୍କି ଉଦ୍‌ଘାଟନ କରିବା ବେଳେ ସେପଟେ ତାଳସଙ୍ଗା ଗାଁରେ ହେବାକୁ ଥିବା ସମ୍ବର୍ଦ୍ଧନା ସଭା ପ୍ରସ୍ତୁତିକୁ ଭଣ୍ଡୁର କରିଦେଇଥିଲେ ସ୍ଥାନୀୟ ଲୋକେ । ଫଳରେ ସଭା ବାତିଲ କରିବାକୁ ବାଧ୍ୟ ହୋଇଥିଲେ ସାଂସଦ

ତେବେ ସ୍ଥାନୀୟ ଲୋକଙ୍କ ଅସନ୍ତୋଷକୁ ଅଣଦେଖା କରି ବିଜେଡିରୁ ସସ୍‌ପେଣ୍ଡ ହୋଇଥିବା ସାଂସଦ ବୈଜୟନ୍ତ ପଣ୍ଡା ନିଜ ସାଂସଦ ପାଣ୍ଠିରୁ ପାଣିଟାଙ୍କି ନିର୍ମାଣ କରିଥିବାରୁ ଏହା ଦ୍ବାରା ଜନସାଧାରଣଙ୍କ ସମସ୍ୟା ଦୂର ହୋଇପାରିବ ବୋଲି ବୁଝାଇବାକୁ ଚେଷ୍ଟା କରିଥିଲେ । ଖାଲି ସେତିକି ନୁହେଁ ଏଇ ମଉକାରେ ସାଂସଦ ତୃତୀୟ ମହଲାର ଅଫିସରଙ୍କୁ ମଧ୍ୟ ପୁଣି ଟାର୍ଗେଟ୍‌ କରିବାକୁ ପଛାଇନଥିଲେ ।

ସାଂସଦଙ୍କ ଏଭଳି ଯୁକ୍ତି ପରେ ଦଳ ତରଫରୁ  ସାମ୍ନାକୁ ଆସିଥିଲେ କେନ୍ଦ୍ରପଡ଼ା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ । ଆଉ ବୈଜୟନ୍ତଙ୍କୁ କାଉଣ୍ଟର କରିବାକୁ ଯାଇ କହିଥିଲେ, ତାଙ୍କର ଯାହା ସବୁ ଅଭିଯୋଗ  ଅଛି ମୁଖ୍ୟମନ୍ତ୍ରୀଙ୍କୁ କୁହନ୍ତୁ । ମୁଖ୍ୟମନ୍ତ୍ରୀଙ୍କୁ ନକହି ଏମିତି ଗଣମାଧ୍ୟମ ଆଗରେ ବାହାସ୍ଫୋଟ ମାରିଲେ କିଛି ଲାଭ ହେବନି । ତାଙ୍କ ଆଚରଣ ଆଉ ଉଚ୍ଚାରଣ କେନ୍ଦ୍ରପଡ଼ାବାସୀଙ୍କୁ ଅସନ୍ତୁଷ୍ଟ କରିଛି । ତେଣୁ ସାଂସଦ ବୈଜୟନ୍ତ କେନ୍ଦ୍ରପଡ଼ାବାସୀଙ୍କ ପାଖରେ ତାଙ୍କର ନୈତିକତା ହରାଇଛନ୍ତି ବୋଲି ବିଜେଡି କହିଛି।

ଦିନେ କାଳେ ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କ ସୁବିଧା ଅସୁବିଧା କଥା ନବୁଝି ଏବେ ସାଂସଦ ପାଣ୍ଠିରୁ ନିର୍ମିତ ପାଣିଟାଙ୍କି ଉଦ୍‌ଘାଟନ କରିବାକୁ ଯାଇ ସାଂସଦ ବୈଜୟନ୍ତ ପଣ୍ଡା କେନ୍ଦ୍ରପଡ଼ାରେ ଯେଉଁଭଳି ଭାବେ ହୀନ ରାଜନୀତି କରିବାକୁ ଚେଷ୍ଟା କରୁଛନ୍ତି ସେଥିରେ କେବଳ ଦଳ କାହିଁକି ସ୍ଥାନୀୟ ବିଜେଡି କର୍ମୀଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

 

 

 

 

 

LEAVE A REPLY

Please enter your comment!
Please enter your name here