You are here
Home > ଅଧିକ ଖବର > ପୁଣି ନେତାଙ୍କ ଭିଡିଓ ହେଲା ଭାଇରାଲ, ମହିଳାଙ୍କୁ ଠିଆ ଗୋଇଠା

ପୁଣି ନେତାଙ୍କ ଭିଡିଓ ହେଲା ଭାଇରାଲ, ମହିଳାଙ୍କୁ ଠିଆ ଗୋଇଠା

ନୂଆଦିଲ୍ଲୀ, ତାମିଲନାଡୁର ଦ୍ରାବିଜ ମୁନେତ୍ର କଷଗମ (ଡିଏମକେ)ର ମନ୍ତ୍ରୀ ପୂର୍ବ ପାର୍ଷଦଙ୍କ ଏକ ଗୁଣ୍ଡାଗିରି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓରେ ତାମିଲନାଡୁର ଏକ ବିୟ୍ୟୁଟି ପାର୍ଲରରେ ଜଣେ ମହିଳାଙ୍କୁ ଗୋଇଠା ମାରୁଥିବାର ଦେଖିବାକୁ ମିଳୁଛି । ତେବେ ଏହି ଭିଡିଓ ଭାଇରାଲ ହେବା ପରେ ଡିଏମକେ ଦଳ ତାଙ୍କୁ ବହିଷ୍କାର କରିଥିବା ସୂଚନା ମିଳିଛି ।
ସୂଚନା ମୁତାବକ, ଭାଇରାଲ ହୋଇଥିବା ଭିଡିଓ ୨୫ ମଇ ୨୦୧୮ର । ଏହି ଭିଡିଓ ତାମିଲନାଡୁର ପେରମ୍ବଲୁର ଜିଲ୍ଲାର ଏକ ବିୟ୍ୟୁଟି ପାର୍ଲରରେ ପୂର୍ବ ପାର୍ଷଦ ଓ ୪ଜଣ ମହିଳା ନଜର ଆସୁଛନ୍ତି । ଏହି ଭିଜିଓରେ ମହିଳା ଜଣଙ୍କ ଏକ ମେସିନ ପାଖରେ ଠିଆ ହୋଇଥିବା ବେଳେ ତାଙ୍କୁ ମହିଳା ଗୋଇଠା ଉପରେ ଗୋଇଠା ମାରୁଥିବା ଦେଖିବାକୁ ମିଳୁଛି । ଏହା ପରେ ମହିଳା ଜଣଙ୍କ ଆଉ ଏକ ରୁମରୁ ବାହାରିଲା ପରେ ପୁଣି ଥରେ ତାଙ୍କୁ ପାର୍ଷଦ ଗୋଇଠା ମାରୁଥିବାର ନଜର ଆସୁଛନ୍ତି । ଏହି ସମସ୍ତ ଦୃଶ୍ୟ ପାର୍ଲରରେ ଲାଗିଥିବା ଏକ ସିସିଟିଭିରେ କଏଦ ହୋଇଯାଉଛି ।
ସେପଟେ ପାର୍ଷଦଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଏଥିସହ ଲୋକମାନେ ତାଙ୍କର ଏହି କର୍ତ୍ତୁତ୍ୱ ପାଇଁ ନିନ୍ଦା କରୁଛନ୍ତି । ତେବେ ତାଙ୍କୁ ଦଳରୁ ନିଲମ୍ବନ କରିବା ସହ ପୋଲିସ ତାଙ୍କ ଉପରେ ମାମଲା ରୁଜୁ କରି ଗିରଫ ମଧ୍ୟ କରିନେଇଛି । ତେବେ ମହିଳାଙ୍କୁୁ ସିଏ କାହିଁକି ଏପରି ମାରୁଥିଲେ ବର୍ତ୍ତମାନ ପ ଯ୍ୟନ୍ତ ଜଣା ପଡିନାହିଁ ।

Loading...
ONA

Leave a Reply

Top