ପୁଣି କୋରିଆର କ୍ଷେପଣାସ୍ତ୍ର ପରୀକ୍ଷଣ

A new multiple launch rocket system is test fired in this undated photo released by North Korea's Korean Central News Agency (KCNA) in Pyongyang March 4, 2016. REUTERS/KCNA ATTENTION EDITORS - THIS PICTURE WAS PROVIDED BY A THIRD PARTY. REUTERS IS UNABLE TO INDEPENDENTLY VERIFY THE AUTHENTICITY, CONTENT, LOCATION OR DATE OF THIS IMAGE. FOR EDITORIAL USE ONLY. NOT FOR SALE FOR MARKETING OR ADVERTISING CAMPAIGNS. THIS PICTURE IS DISTRIBUTED EXACTLY AS RECEIVED BY REUTERS, AS A SERVICE TO CLIENTS. NO THIRD PARTY SALES. SOUTH KOREA OUT. NO COMMERCIAL OR EDITORIAL SALES IN SOUTH KOREA - RTS99K3
https://www.facebook.com/nnsodia/videos/267154983995629/?t=5

ନୂଆଦିଲ୍ଲୀ: ଆମେରିକାର ବାରମ୍ବାର ଧମକ ଓ ଜାତିସଂଘର ତାଗିଦ ସତ୍ତ୍ୱେ ପୁଣି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷା କରିଛି ଉତ୍ତର କୋରିଆ । ଏହି କ୍ଷେପଣାସ୍ତ୍ର ଜାପାନ  ଉପର ନେଇ ପ୍ରଶାନ୍ତ ମହାଗରରେ ପଡିଥିଲା । ଦକ୍ଷିଣ କୋରିଆ ଓ ଜାପାନ ଏନେଇ ସୂଚନା ଦେଇଛନ୍ତି । ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ନୂଆ ପ୍ରତିବନ୍ଧକ  ଲଗାଯିବା ପରେ ଉତ୍ତର କୋରିଆ ଏହି ମିସାଇଲ ପରୀକ୍ଷଣ କରିଛି । ଗୋଟିଏ ମାସ ମଧ୍ୟରେ ଉତ୍ତର କୋରିଆ କ୍ଷେପଣାସ୍ତ୍ର ଦୁଇଥର ଜାପାନ ଉପର ଦେଇ ଯାଇସାରିଛି । ଏହାକୁ ନେଇ ଦୁଇଦେଶ ମଧ୍ୟରେ ବିବାଦ ଆହୁରି ଘନୀଭୂତ ହୋଇଛି । ଦକ୍ଷିଣ କୋରିଆ ପକ୍ଷରୁ କୁହାଯାଇଛି, ଏହି ମିଶାଇଲ ୭୭୭ କିଲୋମିଟର ଉପରେ ଯାଇ ପ୍ରଶାନ୍ତ ମହାସାଗରରେ ପଡିଥିଲା । ଉତ୍ତର କୋରିଆ  ନିଜର ପଶ୍ଚିମ ଉପକୂଳରୁ ପୂର୍ବୋତ୍ତର ଦିଗରେ ଏହାକୁ ଲଞ୍ଚ କରିଥିଲା । ଏହା ଜାପାନର ହୋକାଇହୋ ଉପର ଦେଇ ଯାଇଥିଲା । ସକାଳ ୬ଟା ୫୭ ମିନିଟ୍ରେ ଏହି ପରୀକ୍ଷଣ କରାଯାଇଥିଲା ।
  ଉତ୍ତା କୋରିଆର ପରୀକ୍ଷଣ ଦ୍ୱାରା ଜାପାନର କୌଣସି କ୍ଷତି ହୋଇନାହିଁ । ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ କହିଛନ୍ତି ଯେ ଉତ୍ତର କୋରିଆ ଜାତିସଂଘର  ଶାନ୍ତିପୂର୍ଣ୍ଣ ସମାଧାନ ରାସ୍ତାକୁ ଖୋଲାଖୋଲି ଅଗ୍ରାହ୍ୟ କରିଛି । ଏଭଳି କାର୍ଯ୍ୟକ୍ରମକୁ  ଆଦୌ ବରଦାସ୍ତ କରାଯିବ ନାହିଁ । ଉତ୍ତରକୋରିଆକୁ ଶିକ୍ଷା ଦେବା ପାଇଁ ତୁରନ୍ତ ପ୍ରତିବନ୍ଧକ ଲଗାଯିବା ଉଚିତ ବୋଲି କୁହାଯାଇଛି । ସେହିପରି ଆମେରିକା ପକ୍ଷରୁ ଉଦବେଗ ପ୍ରକାଶ ପାଇଛି । ଉତ୍ତରକୋରିଆ ଉପରେ କଠୋର ମନୋଭାବ ପ୍ରକାଶ କରିବା ପାଇଁ ରୁଷ ଓ ଚୀନକୁ ଆହ୍ୱାନ ଦେଇଛି । ପୂର୍ବରୁ ଉତ୍ତାକୋରିଆ, ଆମେରିକା  ଓ ଜାପାନକୁ ଧ୍ୱଂଶ କରିଦେବ ବୋଲି ଧମକ ଦେଇଥିଲା । ନିକଟରେ ଉତ୍ତର କୋରିଆ ପରମାଣୁ ବୋମା ପରୀକ୍ଷଣ କରିବା ପରେ ସୋମବାର ଏହା ଉପରେ  ନୂଆ ପ୍ରତିବନ୍ଧକ ଲଗାଇବା ପ୍ରସଙ୍ଗରେ ଜାତିସଂଘ ସୁରକ୍ଷା ପରିଷଦ ବୈଠକ ବସିଥିଲା । ଏହି ବୈଠକ ପରେ ଉତକ୍ଷିପ୍ତ ଉତ୍ତର କୋରିଆ, ଆମେରିକା ଓ ଜାପାନକୁ କଡା ସମାଲୋଚନା କରିଥିଲା ।

ମତାମତ ଦିଅନ୍ତୁ

Please enter your comment!
Please enter your name here