You are here
Home > ଗସିପ ଖବର > ପୁଣି ଉଠିବ ବିଧାନ ପରିଷଦ

ପୁଣି ଉଠିବ ବିଧାନ ପରିଷଦ

୨୦୧୪ ସାଧାରଣ ନିର୍ବାଚନର ପ୍ରାୟ ବର୍ଷକ ପୂର୍ବରୁ ରାଜ୍ୟରେ ବିଧାନ ପରିଷଦ ଗଠନ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଥିବା ବିଜେଡି ସରକାର ଏବେ ତାକୁ ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଥିବା ଚର୍ଚ୍ଚା । ପ୍ୟାରୀମୋହନ ମହାପାତ୍ରଙ୍କ କ୍ଷମତା ଦଖଲ ସଙ୍କଟରୁ ମୁକୁଳିବା ପାଇଁ ତଥା ନିଜର ନେତାମାନଙ୍କୁ ‘ବିଧାନ ପରିଷଦର ଲଲି ପ୍’ ଆଶା ଦେଖାଇ ୨୦୧୪ ସାଧାରଣ ନିର୍ବାଚନର ବୈତରଣୀ ପାର ହୋଇଥିଲା । କିନ୍ତୁ ଇତିମଧ୍ୟରେ ୫ବର୍ଷରୁ ଊଦ୍ଧ୍ୱର୍ ସମୟ ବିତିଯାଇଥିଲେ ବି ଏନେଇ ଆଉ ସୋର୍ଶ ବ୍ଦ ଶୁଣିବାକୁ ମିଳୁନି । ଅବଶ୍ୟ ବିଜେଡି ନିଜର ଅସନ୍ତୁଷ୍ଟ ନେତାମାନଙ୍କୁ ବିଭିନ୍ନ ସରକାରୀ ପଦବୀରେ ଥଇଥାନ କରିବା ପ୍ରକ୍ରିୟାକୁ ଏପର୍ଯ୍ୟନ୍ତ ଜାରି ରଖିଛି । ଶୁଣିବାକୁ ମିଳୁଛି, ୨୦୧୯ ଜାନୁଆରୀ-ଫେବ୍ରୁଆରୀରେ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ଦଶହରା ପୂଜା ସୁଦ୍ଧା ପୁଣିଥରେ ଏହି ବିଧାନ ପରିଷଦ ଗଠନ କଥାକୁ ବିଜେଡି ଦୋହରାଇବ । ଦଳର କିଛି ନେତାଙ୍କ ମାଧ୍ୟମରେ ଏହି ପରିଷଦ ଗଠନ କଥାକୁ ଜୋରସୋର୍ରେ ଉଠାଇବ ଓ ଶୀତକାଳୀନ ଅଧିବେଶନରେ ଏନେଇ ବିଲ୍ ଆଗତ କରିବ । ଏବେ ବିଜେଡିରେ ପଦବୀ ତୁଳନାରେ ଆଗଧାଡ଼ିର ନେତାଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଥିବାରୁ ସେମାନଙ୍କୁ ଏହି ବିଧାନ ପରିଷଦରେ ଥଇଥାନ କରାଯିବ ବୋଲି ଚର୍ଚ୍ଚା ।

Loading...
ONA

Leave a Reply

Top