You are here
Home > Breaking News > ପୁଣି ଆସୁଛି କାଳବୈଶାଖୀ: ବର୍ଷା, ପବନ ଓ କୁଆପଥର ମାଡ଼ ହେବାର ସତର୍କ ସୂଚନା

ପୁଣି ଆସୁଛି କାଳବୈଶାଖୀ: ବର୍ଷା, ପବନ ଓ କୁଆପଥର ମାଡ଼ ହେବାର ସତର୍କ ସୂଚନା

ଭୁବନେଶ୍ୱର: ଓଡ଼ିଶାକୁ ମାଡ଼ି ଆସୁଛି କାଳବୈଶାଖୀ । ଏପ୍ରିଲ ମାସର ଏହି କାଳବୈଶାଖି ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ଓ କୁଆପଥର ମାଡ଼ ହେବାର ସତର୍କ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି କାଳବୈଶାଖୀ ଓଡ଼ିଶାର ୧୪ ଜିଲ୍ଲାରେ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ ସୂତ୍ରରୁ ପ୍ରକାଶ ।

କିଛିଦିନ ଧରି ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାରେ ହୋଇଛି ଝଡ଼ବର୍ଷା । ଅନେକ କ୍ଷୟକ୍ଷତି ହେବା ସହିତ ଚାଷକାର୍ଯ୍ୟ ପ୍ରଭାବିତ ହୋଇଥିଲା । ଏହି ଝଡ଼ବର୍ଷାର ପ୍ରକୋପ ନଜାଉଣୁ ପୁଣି ଏକ କାଳବୈଶାଖୀର ସମ୍ଭାବନାର ସୂଚନା ଦେଇ ପାଣିପାଗ କେନ୍ଦ୍ର ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି । କାଳବୈଶାଖୀ ହେବାକୁ ଥିବା ଜିଲ୍ଲା ଗୁଡ଼ିକ ହେଲା ଯାଜପୁର, କେନ୍ଦୁଝର, ମୟୁରଭଞ୍ଜ, ରାୟଗଡ଼ା, ଗଜପତି, ସୁନ୍ଦରଗଡ଼, କନ୍ଧମାଳ, ଅନୁଗୋଳ, ଦେବଗଡ଼, ଢେଙ୍କାନାଳ, ବଲାଙ୍ଗୀର, ନବରଙ୍ଗପୁର, କୋରାପୁଟ ଓ କଳାହାଣ୍ଡି ଜିଲ୍ଲା । ଏହି କାଳବୈଶାଖୀ ପ୍ରଭାବରେ ଘଣ୍ଟାକୁ ୫୦ରୁ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପରାମର୍ଶ କରିଛନ୍ତି ।

Loading...
ONA

Leave a Reply

Top