ପୀଡିତା କହିଲେ, ମୋତେ ୧୬ ବର୍ଷରେ ୧୦୦ ଜଣ ଲୋକ ଦୁଷ୍କର୍ମ କରି ସାରିଥିଲେ

୧୩ ବର୍ଷ ବୟସରୁ ଯୌନ ନିର୍ଯ୍ୟାତନା ଆରମ୍ଭ, ୧୫ ବର୍ଷରେ ମାଆ,୧୦୦ ଜଣ ପୁରୁଷ ଯୌନ ଶୋଷଣ

ଲଣ୍ଡନ, କେବଳ ରାଜ୍ୟରେ ନୁହେଁ କି ଦେଶରେ ନୁହେଁ । ଯୌନ ନିର୍ଯ୍ୟାତନା ସମଗ୍ର ପୁଥିବୀରେ ଜୋରସୋର ଘଟୁଥିବା ଦେଖିବାକୁ ମିଳୁଛି । ବର୍ତ୍ତମାନ ଏପରି ଏକ ଲୋମହଂସକାରୀ ଘଟଣା ଘଟିଛି ବ୍ରିଟେନରେ । ବ୍ରିଟେନ୍‌ର ଶେଫିଲ୍‌ଡ୍ କ୍ରାଉନ୍‌ କୋର୍ଟରେ ଯୌନ ନିର୍ଯାତନା ମାମଲାର ଶୁଣାଣି ଚାଲିଥିବା ବେଳେ ଜଣେ ନାବାଳିକାଙ୍କ ଯୌନ ନିର୍ଯ୍ୟାତନା ସାମ୍ନାକୁ ଆସିଛି । ଜଣେ ୧୬ ବର୍ଷୀୟ ପୀଡ଼ିତା ସମସ୍ତଙ୍କ ଆଗରେ ତାଙ୍କ ସହ ଘଟିଥିବା ବର୍ବରତା ସମ୍ପର୍କରେ କହିଛନ୍ତି । ମାତ୍ର ୧୩ ବର୍ଷ ବୟସରୁ ହିଁ ତାଙ୍କୁ ଯୌନ ବ୍ୟଭିଚାରର ଶିକାର ହେବାକୁ ପଡ଼ିଥିଲା । ଏପରି କି ତାଙ୍କୁ ଯେତେବେଳେ ୧୫ ବର୍ଷ ହୋଇଥିଲା, ସେ ଗର୍ଭବତୀ ମଧ୍ୟ ହୋଇଥିଲେ । ତାଙ୍କୁ ୧୬ ବର୍ଷ ହେବା ବେଳକୁ ତାଙ୍କୁ ୧୦୦ ଜଣ ଲୋକ ଦୁଷ୍କର୍ମ କରି ସାରିଥିଲେ । ତାଙ୍କ କହିବା ଅନୁଯାୟୀ ୧୯୯୮ରୁ ୨୦୦୧ ଯାଏ ସେ ଯୌନ ଶୋଷଣର ଶିକାର ହୋଇଥିଲେ । ଏସିଆର ୮ ଜଣ ବ୍ୟକ୍ତି ୫ ଜଣ ଝିଅଙ୍କୁ ୧୯୯୮ରୁ ୨୦୦୩ ଯାଏ ଯୌନ ନିର୍ଯାତନା ଦେଇଥିବା ଘଟଣାରେ ଶେଫିଲ୍‌ଡ୍ କ୍ରାଉନ୍‌ କ୍ରାଉନ୍‌ କୋର୍ଟରେ ଶୁଣାଣି ବେଳେ ପୀଡ଼ିତା ଜଣଙ୍କ ଭିଡିଓ କନଫରେନ୍ସିଂ ଜରିଆରେ ନିଜ ସହ ଘଟିଥିବା ଅମାନୁଷିକ ଘଟଣା ସମ୍ପର୍କରେ କହିଛନ୍ତି । ସୂଚନାରୁପ୍ରକାଶ, ବ୍ରିଟେନ୍‌ରେ ରୋଥରହାମ୍‌ ଗ୍ରୁମିଂ ଯୌନ କେଳେଙ୍କାରୀ ଘଟଣା ପରେ ‘ଅପରେସନ୍‌ ଷ୍ଟୋଭଉଡ୍‌’ ଆରମ୍ଭ ହୋଇଥିଲା । ଏହି ସମୟରେ ୮ ଜଣ ଯୌନ ବ୍ୟଭିଚାରୀଙ୍କୁ ଗିରଫ କରାଯାଇଥିଲା । ପୀଡ଼ିତା ଜଣଙ୍କ କହିଛନ୍ତି, ଜଣକ ପରେ ଜଣେ ଏମିତି ୧୦୦ ଜଣ ତାଙ୍କ ଇଜ୍ଜତ ଲୁଟିଛନ୍ତି । କିଛି ପୁରୁଷ ବାରମ୍ବାର ମୋ ପାଖକୁ ଆସୁଥିବା ବେଳେ ଆଉ କିଛି ବ୍ୟକ୍ତି ଥରଟିଏ ଆସିଛନ୍ତି । ଯେଉଁ ପୁରୁଷମାନେ ଥରେ ଆସୁଥିଲେ ସେମାନଙ୍କୁ ମନେ ରଖିବା ମୋ ପାଇଁ କଷ୍ଟସାଧ୍ୟ ଥିଲା ବୋଲି ଝିଅ ଜଣଙ୍କ କହିଛନ୍ତି।ଯୌନ ବ୍ୟଭିଚାର ଘଟଣାରେ ଅଭିଯୁକ୍ତ ଥିବା ତନ୍‌ୱେର ଅଲ୍ଲୀ(୩୭) ଓ ମହମ୍ମଦ ଅଲ୍ଲୀ ଅଖତର୍‌(୩୭) ଉଭୟ ୧୯୯୮ରୁ ୨୦୦୧ ଯାଏ ଝିଅଟିକୁ ଯୌନ ନିର୍ଯାତନା ଦେଇଥିଲେ । ଏହି ସମୟରେ ଉଭୟ କୋର୍ଟରେ ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ ଅଲ୍ଲୀ ଓ ଅଖତରଙ୍କୁ ଯଥାକ୍ରମେ ୧୭ ଓ ୨୦ ବର୍ଷ ହୋଇଥିଲା । ପ୍ରାଥମିକ ଅବସ୍ଥାରେ ଝିଅ ଜଣଙ୍କ ଅଲ୍ଲୀ ଓ ଅଖତରଙ୍କୁ ପସନ୍ଦ କରୁ ନଥିଲେ । ତେବେ ପରବର୍ତ୍ତୀ ଅବସ୍ଥାରେ ଉଭୟଙ୍କ ସହ ଝିଅ ଜଣଙ୍କ ସମ୍ପର୍କ ରଖିବା ଆରମ୍ଭ କରିଥିଲେ । ତେବେ ସେ ଗର୍ଭବତୀ ଥିବା ବେଳେ ମଧ୍ୟ ଅଲ୍ଲୀ-ଅଖତର ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ । ପୀଡ଼ିତା ଜଣଙ୍କ ଆହୁରି ସୂଚନା ଦେଇ କହିଥିଲେ ଯେ ଅଲ୍ଲୀ-ଅଖତର ତାଙ୍କ ଭଉଣୀଙ୍କ ସହ ମଧ୍ୟ ଶାରିରୀକ ସମ୍ପର୍କ ରଖିଥିଲେ ।

 

LEAVE A REPLY

Please enter your comment!
Please enter your name here