ପାରିକର ହେବେ ଗୋଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମନୋହର ପାରିକର ଗୋଆର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା   ବାଟ ପରିସ୍କାର ହୋଇଛି । ନିକଟରେ ପାରିକରଙ୍କୁ ଗୋଆର ମୁଖ୍ୟମନ୍ତ୍ରୀ ଭାବେ ଶତଥ ନେବାକୁ ରୋକିବା ପାଇଁ କଂଗ୍ରେସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।  ଏହାକୁ ନେଇ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ମୁଖ୍ୟ ବିଚାରପତି ଜେଏସ ଖେହର ମାମଲାର ଶୁଣାଣିରେ ଏହି ଶତଥ ଗ୍ରହଣ ସମାରୋହରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି । ଏହା ସହ କଂଗ୍ରେସ କଣ ପାଇଁ ଏହି ଘଟଣାକୁ ପ୍ରଥମେ ରାଜ୍ୟପାଳଙ୍କ ନିକଟକୁ ନେଲାନାହିଁ ତାହା ପ୍ରଶ୍ନ କରିଛନ୍ତି । ତେବେ ପାରିକରଙ୍କୁ ବିଧାନସଭାରେ ୧୬ ମାର୍ଚ୍ଚରେ ନିଜର ବହୁମତ ସାବ୍ୟସ୍ତ କରିବାକୁ କୁହାଯାଇଛି ।
  କୋର୍ଟ ନିଜ ଶୁଣାଣିରେ କଂଗ୍ରେସ  ପ୍ରଥମେ ନିଜ ବିଧାୟକମାନଙ୍କର ତାଲିକା  ରାଜ୍ୟପାଳଙ୍କୁ ସରକାର ଗଠନ କରିବା ପାଇଁ ଦେଇଥିଲା କି? ଯଦି ଆପଣ ପ୍ରଥମେ ବିଧାୟକଙ୍କ ସହିତ ରାଜ୍ୟପାଳଙ୍କ ପାଖରେ ପହଞ୍ଚିବା ପରେ ଏଠାକୁ ଆସିଥାନ୍ତେ ତେବେ ମାମଲାର ଶୁଣାଣି କରିବାରେ ସୁବିଧା ହୋଇଥାନ୍ତା ପରି ଅନେକ ପ୍ରଶ୍ନ କରିଛନ୍ତି । କୋର୍ଟରେ ସରକାରଙ୍କ ତରଫରୁ ଓକିଲ ଥିବା ହରିଶ ସାଲ୍ଡେ କେସ ଲଢ଼ୁଥିବା ବେଳେ କଂଗ୍ରେସ ତରଫରୁ ଅଭିଶେକ ମନୁ ସିଂଘବି ଦଲିଲ ଉପସ୍ଥାପନ କରିଥିଲେ । ସୂଚନାଯୋଗ୍ୟ ଯେ ବିଜେପି ତରଫରୁ ରାଜ୍ୟପାଳଙ୍କ ନିକଟରେ ସରକାର ଗଠନ କରିବାକୁ ନେଇ ପ୍ରସ୍ତାବ ଦିଆଯିବା ପରେ ରାଜ୍ୟପାଳ ଥିବା ମୃଦୁଳା ସିହ୍ନା ଏହାକୁ ସ୍ୱିକାର କରିଥିଲେ । ଏହା ସହ ପାରିକରଙ୍କୁ ନିଜର ବହୁମତ ସାବ୍ୟସ୍ତ କରିବାକୁ ୧୫ ଦିନ ସମୟ ଦେଇଥିଲେ । ଆଜି ଅପରାହ୍ନ ୫ଟା ସମୟରେ ପାରିକର ମୁଖ୍ୟମନ୍ତ୍ରୀ ଭାବେ ଶତଥଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।