ପାରଳା ମୃତୁ ୍ୟ ରହସ୍ୟ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅନଙ୍ଗମଞ୍ଜରୀଙ୍କ ପରିବାର

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ପାରଳା ଗଣହତ୍ୟା ଘଟଣାର ତଦନ୍ତ ଶିଥିଳ ହୋଇଛି । ଏନେଇ ନ୍ୟାୟ ଦେବାକୁ ପୀଡିତାଙ୍କ ପରିବାର ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ଆଜି ମୃତ ଅନଙ୍ଗମଞ୍ଜରୀଙ୍କ ଭାଇ ଓ ଭଉଣୀ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା  ସହ ତାଙ୍କ ପରିବାରକୁ ନ୍ୟାୟ ଦେବାକୁ ଅନୁରୋଧ କରିଥିଲେ  । ଏହାସହ ଏହି ଘଟଣାରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ନବୀନ ନିବାସରୁ ଆସିବା ପରେ ମୃତ ଅନଙ୍ଗମଞ୍ଜରୀଙ୍କ ପରିବାର  ଲୋକେ କହିଛନ୍ତି  । ପୂର୍ବରୁ ଜାନୁଆରୀ ୧୭ ତାରିଖରେ ଅନଙ୍ଗମଞ୍ଜରୀଙ୍କ ଭାଇ ଅମୂଲ୍ୟ ପାତ୍ର, ଦୁଇ ଭଉଣୀ ଓ ଭିଣୋଇ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ଗତବର୍ଷ ନଭେମ୍ବର ୨୯ ତାରିଖରେ ଅମୂଲ୍ୟ କମିଶନଙ୍କୁ ଅଭିଯୋଗ କରିଥିଲେ । ପାରଳା ବିଧାୟକଙ୍କ ଅନ୍ତରୀଣ ଜାମିନର ଅଭିଯୋଗ କରିବା ସହିତ ଏକ ନିର୍ଦ୍ଦିଷ୍ଟ ଟିଭି ଚ୍ୟାନେଲ ବାରମ୍ବାର ପ୍ରସାରଣ ଯୋଗୁଁ ଅମୂଲ୍ୟଙ୍କ ଭଉଣୀ ଅନଙ୍ଗମଞ୍ଜରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତ ବର୍ଷ ଡିସେମ୍ବର ୨୯ରେ ଅମୂଲ୍ୟ କମିଶନଙ୍କ ନିକଟରେ ଫେରାଦ ହେବା ସହ ଏସଆଇଟି ତଦନ୍ତ ଶିଥିଳ ହେଉଥିବା ଅଭିଯୋଗ କରିଥିଲେ । ତଦନ୍ତ ପ୍ରକ୍ରି୍ରୟା ତ୍ୱରାନ୍ୱିତ କରିବା ପାଇଁ ସେ ଦାବି କରିଥିଲେ । ପାରଳା ପ୍ୟାଲେସ ମ୍ୟାନେଜର ଅନଙ୍ଗ ମଞ୍ଜରୀ ପାତ୍ରଙ୍କ ସମେତ ୪ ଭାଇଭଉଣୀଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ଏସଆଇଟି କରୁଛି । ସୁଇସାଇଡାଲ ନୋଟ୍ ଯାଞ୍ଚ କରିବା ସହ ତଦନ୍ତ ସମୟରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ବୟାନ ରେକର୍ଡ କରାଯାଇଛି । ଗତବର୍ଷ ଅଗଷ୍ଟ ମାସରେ ପାରଳା ମହାରାଜା ଗୋପୀନାଥ ଗଜପତିଙ୍କ ପୂର୍ବତନ ପରିଚାଳିକା ଅନଙ୍ଗମଞ୍ଜରୀ ପାତ୍ର, ମହାରାଜାଙ୍କ ପିଏ ସଞ୍ଜୟ ପାତ୍ର ଓ ଅନ୍ୟ ଦୁଇଜଣ ଭାଇଭଉଣୀ ଆତ୍ମହତ୍ୟା କରିଥିଲେ । ଏହି ଘଟଣା ଉପରୁ ପରଦା ହଟାଇବା ପାଇଁ  କ୍ରାଇମବ୍ରାଞ୍ଚ ପୋଲିସ ଦ୍ୱାରା ଗଠିତ ଏସଆଇଟି ଦଳକୁ  ଦତନ୍ତ ଭାର ଦିଆଯାଇଥିଲା । ଏସଆଇଟିର ଏଏସପି ରାଧାଗୋବିନ୍ଦ ପାଣିଗ୍ରାହୀଙ୍କ ନେତୃତ୍ୱରେ ୬ଜଣିଆ ଦଳ ପ୍ରଥମେ ଗଜପତି ଏସପି ସୁଶିଲ ପାଣିଗ୍ରାହୀଙ୍କ ସହ ଏହି ଗଣମୃତୁ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ପରେ ଏସଆଇଟି ଜଙ୍ଗମସାହିସ୍ଥିତ ଅନଙ୍ଗମଞ୍ଜରୀଙ୍କ ବାସଭବନ ଯାଇ ତନ୍ନତନ୍ନ ଯାଞ୍ଚ କରିବା ସହ ପଡୋଶୀ ଏବଂ ଘଟଣାସ୍ଥଳରେ ରୁଣ୍ଡ ହୋଇଥିବା ଲୋକଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲେ । ଏହାପରେ ବିବି ରଥଙ୍କ ନେତୃତ୍ୱରେ ଫରେନସିକ ଦଳର ଏକ ୫ଜଣିଆ ପ୍ରତିନିଧି ଜଙ୍ଗମସାହିସ୍ଥିତ ଅନଙ୍ଗଙ୍କ ବାସଭବନକୁ ଯାଇଥିଲେ । ଇତିମଧ୍ୟରେ ପାରାଳା ଗଣଆତ୍ମହତ୍ୟାକୁ ପାଖାପାଖି ୮ ମାସ ବିତିଯାଇଥିବା ବେଳେ ତଦନ୍ତ ପ୍ରକ୍ରିୟା ଶୀତଳଭଣ୍ଡାରକୁ ଚାଲିଯାଇଥିବା ମୃତା ଅନଙ୍ଗ ମଞ୍ଜରୀଙ୍କ ଭାଇ, ଦୁଇ ଭଉଣୀ ଓ ଭିଣୋଇ ଅଭିଯୋଗ କରିଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here