You are here
Home > ଲାଟେଷ୍ଟ > ପାରଳାଖେମୁଣ୍ଡି ଓ ବ୍ରହ୍ମପୁର ପଲିଟେକନିକରେ ନାମଲେଖା ପୁନର୍ବିଚାର କରିବାକୁ କେନ୍ଦ୍ରମନ୍ତ୍ରୀ ଜାଭଡେକରଙ୍କୁ ପତ୍ର ଲେଖିଲେ ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି ଓ ବ୍ରହ୍ମପୁର ପଲିଟେକନିକରେ ନାମଲେଖା ପୁନର୍ବିଚାର କରିବାକୁ କେନ୍ଦ୍ରମନ୍ତ୍ରୀ ଜାଭଡେକରଙ୍କୁ ପତ୍ର ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପାରଳାଖେମୁଣ୍ଡି ଓ ବ୍ରହ୍ମପୁର ସରକାରୀ ପଲିଟେକନିକରେ ନାମଲେଖାକୁ ବାରଣ ପ୍ରସଙ୍ଗରେ ଏହାର ପୁନର୍ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ପତ୍ର ଲେଖି ଶ୍ରୀ ପଟ୍ଟନାୟକ ଏହି ଅନୁରୋଧ କରିଛନ୍ତି ।
ସେ ଏହି ପତ୍ରରେ ଲେଖିଛନ୍ତି ଯେ ଏଆଇସିଟିଇର ଏହି ନିଷ୍ପତି ଉପରେ ପୁଣି ଥରେ ବିଚାର କରାଯାଉ । ୨୦୧୮-୧୯ ବର୍ଷ ପାଇଁ ନାମ ଲେଖାଇବାକୁ ଅନୁମତି ଦେବାକୁ କହିଛନ୍ତି । ଏହି ଦୁଇ ଶିକ୍ଷା ଅନୁଷ୍ଠାନ ପାଇଁ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଚାଲିଥିବା ଚିଠିରେ ଉଲ୍ଲେଖ କରାଯାଇଛିା
ଉଲ୍ଲେଖନୀୟ ଯେ ନିୟମିତ ଅଧ୍ୟାପକ ଅଭାବ ଦର୍ଶାଇ ପାରଳାଖେମୁଣ୍ଡି ଓ ବ୍ରହ୍ମପୁର ପଲିଟେକନିକରେ ଆଡିମିଶନକୁ ଏଆଇସିଟିଇ ବାରଣ କରିଛି ।

Loading...
ONA

Leave a Reply

Top